ଡମପଡ଼ା ବ୍ଳକ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ ଗ୍ରହଣ, ହାଇକୋର୍ଟଙ୍କ ନିର୍ଦ୍ଦେଶ ମତେ ଫଳାଫଳ ଘୋଷଣା ସ୍ଥଗିତ

0 1,509

ବାଙ୍କୀ(ଆଶିଷ କୁମାର ମହାପାତ୍ର): ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଡମପଡ଼ା ବ୍ଳକ ଅଧ୍ୟକ୍ଷ ଶଶାଙ୍କ ଶେଖର ସ୍ୱାଇଁଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ ବ୍ଳକ କାର୍ଯ୍ୟାଳୟ ଠାରେ ଆଜି ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ ଗ୍ରହଣ କରାଯାଇଥିଲା । କଟକ ଲୋକସଭା ସଦସ୍ୟ ଭର୍ତ୍ତୁହରି ମହତାବ , ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ସମେତ ୨୬ଜଣ ସଭ୍ୟ ଏହି ବୈଠକରେ ଯୋଗଦେଇ ଭୋଟରେ ଅଂଶ ଗ୍ରହଣ କରିଥିଲେ । ବାଙ୍କୀ ତହସିଲଦାର ପଦ୍ମଲୋଚନ ସାହୁ ଏହି ବୈଠକରେ ସଭାପତିତ୍ୱ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମାତ୍ର ଓଡ଼ିଶାର ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ମତେ ଭୋଟ ଫଳାଫଳା ଘୋଷଣାକୁ ସ୍ଥଗିତ ରଖାଯାଇ ଭୋଟବାକ୍ସକୁ ଜଉମୁଦ କରାଯାଇ ବାଙ୍କୀ ଟ୍ରେଜେରିରେ ସୁରକ୍ଷିତ ଅବସ୍ଥାରେ ରଖାଯାଇଛି । ସହକାରୀ ଜିଲ୍ଲାପାଳ ଦେବଦତ୍ତ ଦାସ ପୋଲିସ ଫୋର୍ସ ସହ ଘଟଣା ସ୍ଥଳରେ ଉପସ୍ଥିତ ରହି ଆଇନ୍ ଶୃଙ୍ଖଳା ରକ୍ଷା କରିଥିଲେ । ଡମପଡ଼ା ବ୍ଲକ ଅଧ୍ୟକ୍ଷ ଶଶାଙ୍କ ଶେଖର ସ୍ୱାଇଁ କଂଗ୍ରେସ ଦଳ ସମର୍ଥନରେ ନିର୍ବାଚିତ ହୋଇଥିଲେ । ବାଙ୍କୀ ବିଜୁ ଜନତାଦଳ ତରଫରୁ ଶ୍ରୀସ୍ୱାଇଁଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ ।

Leave A Reply

Your email address will not be published.

twelve + two =