ତିର୍ତୋଲ(ସାମନ୍ତରାୟ ମନୋରଂଜନ ଦାସ): ତିର୍ତୋଲ ବ୍ଲକ ଅନ୍ତର୍ଗତ ଜଗତସିଂହପୁର ସାଂସଦ ଡ଼.ରାଜଶ୍ରୀ ମଲ୍ଲିକଙ୍କ ବାସଭବନରେ ବିଜେଡ଼ିର ସଭ୍ୟ ସଂଗ୍ରହ ଅଭିଜାନର ଶୁଭାରମ୍ଭ ଓ ଜନସମ୍ପର୍କ ପଦଯାତ୍ରାର ପ୍ରସ୍ତୁତି ବୈଠକ ଅନୁÂିତ ହୋଇଯାଇଛି । ଏହି ବୈଠକରେ ତିର୍ତୋଲ ବିଧାୟକ ବିଷ୍ଣୁ ଦାସ ନିଜେ ଉପସ୍ଥିତ ନଥିବାବେଳେ ତାଙ୍କର ସମର୍ଥକମାନେ ମଧ୍ୟ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଯେଉଁ ଦାୟିତ୍ୱ ବିଧାୟକ ଶ୍ରୀଯୁକ୍ତ ଦାସ ତୁଲାଇବାକଥା ତାହା ଏବେ ସାଂସଦଙ୍କ ହାତ ମୁଠାରେ । ଯାହାକୁ ନେଇ ତିର୍ତୋଲରେ ପୁଣି ବିଜେଡ଼ି ଦଳ ମଧ୍ୟରେ ଗୋÂୀ କନ୍ଦଳ ଆରମ୍ଭ ହେବାରେ ଲାଗିଲାଣି । ବିଜେଡ଼ି ଦଳ ଏକ ଶୃଙ୍ଖଳିତ ଦଳ, ଏହି ଦଳର ମୁରବୀ ଗୋଟିଏ ସେ ହେଉଛନ୍ତି ନବୀନ ପଟ୍ଟନାୟକ, ଆମେ ସବୁ କର୍ମୀ, ଏଠି କେହି କାହା ଲୋକ ନୁହନ୍ତି । ଏହି ଦଳ ଭିତରେ ଯେ ବିଶୃଙ୍ଖଳା ସୃଷ୍ଟି କରିବ ସେ ଯେଉଁ ପଦବୀରେ ଥିଲେ ମଧ୍ୟ ତାଙ୍କ ପାଇଁ କାର୍ଯ୍ୟାନୁÂାନ ନିଆଯିବ । ତିର୍ତୋଲ ନିର୍ବାଚନ ମଣ୍ଡଳୀରେ ଯେଉଁମାନେ ବିଜେଡ଼ି ଦଳ ଭିତରେ କୁସôିତ ମନଭାବ ନେଇ ରାଜନିତୀ କରୁଛନ୍ତି ଏହି ଅନୈତିକ ରାଜନିତୀକୁ ପ୍ରଶୟ ଦିଆଯିବନାହିଁ ବୋଲି ଦୃଢ଼ କଣ୍ଠରେ ସାଂସଦ ଡ଼. ମଲ୍ଲିକ ଉପସ୍ଥିତ ଥିବା କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ଯେତେବେଳେ ଜଗତସିଂହପୁର ଜିଲ୍ଲା ବିଜେଡ଼ି ଦଳର ସଭାପତିଭାବେ ବିଷ୍ଣୁ ଦାସ ରହିଥିଲେ ସେତେବେଳେ ତିର୍ତୋଲର ବିଧାୟିକା ଡ଼. ରାଜଶ୍ରୀ ମଲ୍ଲିକ ଥିଲେ । ସେତେବେଳେ ଉଭୟଙ୍କ ମଧ୍ୟରେ ଗୋÂୀ କନ୍ଦଳ ଲାଗିରହିଥିଲା । ତିର୍ତୋଲ, ରଘୁନାଥପୁର ଓ ବିରିଡ଼ି ବ୍ଲକର ବିଜେଡ଼ି ସଭାପତି ପଦ ପାଇଁ ଡ଼. ମଲ୍ଲିକ ତାଙ୍କ ନିଜ ସମର୍ଥକମାନଙ୍କ ନାମ ଚୟନ କରି ଅନୁମୋଦନ ପାଇଁ ଦଳର ସୁପି୍ରମୋଙ୍କ ନିକଟକୁ ପଠାଇଥିଲେ । ଅନୁମୋଦନ କ୍ରମେ ରଘୁନାଥପୁର ଓ ବିରିଡ଼ି ବ୍ଲକର ନୂତନ ସଭାପତିଙ୍କ ନାମ ଘୋଷଣା କରାଯାଇଥିବାବେଳେ ତିର୍ତୋଲ ବ୍ଲକର ବିଜେଡ଼ି ସଭାପତି ଭାବେ ପୂର୍ବରୁ ଥିବା ବସନ୍ତ ମହାପାତ୍ରଙ୍କ ନାମ କଟିନଥିବା ଶୁଣିବାକୁ ମିଳିଥିଲା । ସେଥିପାଇଁ ରାଜଶ୍ରୀଙ୍କ ଦୁଇଟି ବ୍ଲକରେ ସମର୍ଥକମାନେ ବିଜେଡ଼ି ସଭାପତି ହୋଇଥିବାବେଳେ ତିର୍ତୋଲ ବ୍ଲକ ବିଷ୍ଣୁ ସମର୍ଥକ ବସନ୍ତ ମହାପାତ୍ର ରହିଆସିଥିଲେ । ଏବେ ସେ କାଳେ ଆତ୍ମଘୋଷିତଭାବେ ୩ ବର୍ଷ ଧରି ବ୍ଲକ ବିଜେଡ଼ି ସଭାପତି ପଦଟିକୁ ଜାବୁଡ଼ି ବସିଛନ୍ତି ଯାହା ଆଜି ବୈଠକରେ ଡ଼. ମଲ୍ଲିକ କହୁଥିବା ଶୁଣିବାକୁ ମିଳିଥିଲା । ବସନ୍ତ ମହାପାତ୍ର ବ୍ଲକ ବିଜେଡ଼ି ସଭାପତି ଭାବେ ତିର୍ତୋଲ ବ୍ଲକରେ ନାହାନ୍ତି ବୋଲି ଆଜି ଏହି ବୈଠକରେ ଡ଼. ମଲ୍ଲିକ କହିଥିଲେ । ବ୍ଲକର ନୂତନ ସଭାପତିଭାବେ ଗଙ୍ଗାଧର ବିଶ୍ୱାଳଙ୍କୁ କରିବାପାଇଁ ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ ଓ ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟଙ୍କୁ ପ୍ରସ୍ତାବ ଦେବା ସହିତ ତାଙ୍କ ନାମକୁ ଅନୁମୋଦନ କରିବାପାଇଁ ନିବେଦନ କରିଥିଲେ । ଏହା ସହିତ ଆଗାମୀ ଦିନରେ ହେବାକୁ ଥିବା ଜଗତସିଂହପୁର ଜିଲ୍ଲାର ଐତହ୍ୟ ଓ ପରମ୍ପରାର ପର୍ବ ଚେଳିତୋଳ ବାଲିଯାତ୍ରାର ସମସ୍ତ ଦାୟିତ୍ୱ ତିର୍ତୋଲ ସରପଂଚଞ୍ଚ ମନୋରଞ୍ଜନ ମହାପାତ୍ର ଓ ଗଙ୍ଗାଧର ବିଶ୍ୱାଳଙ୍କ ତତ୍ୱାବଧାନରେ କରାଯିବ ବୋଲି ଘୋଷଣା କରିଥିଲେ । ଏହି ବୈଠକରେ ଛାତ୍ରନେତା ମହମ୍ମଦ ମାଜୁଦ୍ ଅଲ୍ଲି ସଭାପତିତ୍ୱ କରିଥିବାବେଳେ ସାଂସଦ ଡ଼. ମଲ୍ଲିକଙ୍କ ସମେତ କାଜୁ ନିଗମର ଅଧ୍ୟକ୍ଷ ତଥା ବିଜେଡ଼ି ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ, ଜଗତସିଂହପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ପି୍ରୟ ଦର୍ଶିନୀ ବିଶ୍ୱାଳ, ତିର୍ତୋଲ ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି, ବିରିଡ଼ି ବ୍ଲକ ସଭାପତି ରବିନ୍ଦ୍ର ରାଉଳ, ରଘୁନାଥପୁର ବ୍ଲକ ଉପାଧ୍ୟକ୍ଷା ଦେବାଶିଷ ତି୍ରପାଠୀ, ରଘୁନାଥପୁର ଜିଲ୍ଲାପରିଷଦ ସଭ୍ୟା ଡେ଼ଜାଲିନୀ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ବୈଠକରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦାସ କହିଲେ କର୍ମୀମାନେ ଦଳ ଭିତରେ ବିଭାଜନ ସୃଷ୍ଟି କରନ୍ତି ନାହିଁ, ବିଭାଜନ ସୃଷ୍ଟି କରନ୍ତି ଦଳର ନେତୃତ୍ୱ ନେଉଥିବା ନେତାମାନେ । କର୍ମୀମାନେ ଏକ ମନ ଓ ଏକ ବଳ ନେଇ କାର୍ଯ୍ୟକଲେ ଆଗାମୀ ଦିନରେ ଦଳ ଆହୁରି ସୁଦୃଢ଼ ହୋଇପାରିବ । ସଭ୍ୟ ସଂଗ୍ରହ କରାଯିବାପାଇଁ ପ୍ରତ୍ୟେକ ପଞ୍ଚାୟତର ୱାଡର଼୍ରେ ୪ ଜଣ ସକି୍ରୟ ସଭ୍ୟ କରାଯାଇ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ କରାଯିବା ସହିତ ପର୍ଯ୍ୟାୟ କ୍ରମେ ଅକ୍ଟୋବର ୨ ଗାନ୍ଧି ଜୟନ୍ତି ଠାରୁ ପଦଯାତ୍ରା କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଥିଲା । ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରି ସାଂସଦ ଡ଼. ମଲ୍ଲିକ ୧ ଲକ୍ଷ ସଭ୍ୟ ସଂଗ୍ରହର ଲକ୍ଷ ରଖି କାର୍ଯ୍ୟ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ଦଳ ଓ ସୁପି୍ରମୋଙ୍କ ନିଦେ୍ର୍ଧଶ ଅନୁସାରେ ଆମ୍ଭେ ସମସ୍ତେ କାର୍ଯ୍ୟ କରୁଛୁ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ବୈଠକରେ ଯୁବନେତା ଅରବିନ୍ଦ ହୋତା, ସୁବ୍ରତ କୁମାର ଦାଶ, ବିଜୟା ନନ୍ଦ ନାଥ, ସମିର ମହାପାତ୍ର, ସାରଦା ପ୍ରସାଦ ମଲ୍ଲିକ, ରମେଶ ଚନ୍ଦ୍ର କୁଅଁର, ଅକ୍ଷୟ ନାୟକ, ଲକ୍ଷ୍ମୀପି୍ରୟା ବେହେରା, ଦେବବ୍ରତ ମହାନ୍ତି, ବିଷ୍ଣୁ ଚରଣ ଦାସ, ରଞ୍ଜିତ ପରିଜା, ବାଦଲ ପରିଜା, ଦିଲିପ ମହାନ୍ତି, ସୁଦର୍ଶନ ପଣ୍ଡା, ଭବେଷ ଚୌଧୂରୀ, ବିରଜା ପ୍ରସନ୍ନ ପରିଜା, ସୁରେନ୍ଦ୍ର ମହାପାତ୍ର, ସିଦ୍ଧାର୍ଥ ଶଙ୍କର ରାଉଳ, ନୃସିଂହ ଚରଣ ରାଉଳ, ଇଂ. ଆଶୁତୋଷ ମଲ୍ଲିକ, ବିପିନ ପଣ୍ଡା, ଶ୍ରିନିବାଶ ଦାଶ, ବିକ୍ରମ ରାୟ, ସଚିଦାନନ୍ଦ ନାଥ, ନିମାଇଁ ଦାସ, ରବିନ୍ଦ୍ର ନାଥ ସ୍ୱାଇଁ, ଅନିଲ ମହାନ୍ତି, ଅନିଲ ଖଟୁଆ, ପରମାନନ୍ଦ ସ୍ୱାଇଁ, ମାନସ ଦାସ, ଭଗବାନ ସ୍ୱାଇଁ, ସରୋଜ ଦାହୁ, ବିରେନ୍ଦ୍ର ସ୍ୱାଇଁ, ରବିନ୍ଦ୍ର ନାଥ ବିଶ୍ୱାଳ, ସୁଦର୍ଶନ ସ୍ୱାଇଁ, ବିରିଡ଼ିର ବିଧାନ ଚନ୍ଦ୍ର ଜେନା, ଶିବପ୍ରସାଦ ଜେନା, ଗୌରାଙ୍ଗ ପଟ୍ଟନାୟକ, ପ୍ରବୀର ଦାସ, ସୁକାନ୍ତ ବାରିକ୍, ସହଦେବ ସେଠୀ, ରମେଶ ଚନ୍ଦ୍ର ସ୍ୱାଇଁ, ଅରିଖିତ ସାହୁ, ପ୍ରଦୀପ୍ତ ରାୟ, ଗଗନ ବିଶ୍ୱାଳ, ନିହାର ରଞ୍ଜନ ସ୍ୱାଇଁ, ବିଭୁନା ପରିଜା, ରାଜକିଶୋର ଦାସ, ବାବାଜି ଚରଣ ରାଉତଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ ଯୋଗ ଦେଇଥିଲେ ।