ଭୁବନେଶ୍ୱର: ରାଜ୍ୟ ସରକାର ନିଜର ୪ଜଣ ଅଫିସରଙ୍କୁ ଆଜି ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏହି ଅଫିସରମାନଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ଥିବାବେଳେ ସେମାନଙ୍କୁ ଆଗୁଆ ଅବସର ଦିଆଯାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ଢେଙ୍କାନାଳ ଆରଟିଓ ବସନ୍ତ କୁମାର ବେହେରା, ଉପ ଅବକାରୀ କମିଶନର ଦିଲ୍ଲୀପ କୁମାର ନାଗ, ଖଡ଼ିଆଳ ଡିଭିଜନରେ କାର୍ଯ୍ୟରତ ଉପ ବନ ସଂରକ୍ଷକ ଶରତ ଚନ୍ଦ୍ର ପଣ୍ଡା ଓ ନିଲମ୍ବିତ ସହାୟକ ଯୋଗାଣ ଅଧିକାରୀ ଅଶୋକ କୁମାର ମାଝୀଙ୍କୁ ଏହି ବାଧ୍ୟତାମୂଳକ ଅବସର ଦିଆଯାଇଛି। ଗତବର୍ଷ ଭିଜିଲାନ୍ସ ବିଭାଗ ପକ୍ଷରୁ ଆରଟିଓ ଶ୍ରୀ ବେହେରାଙ୍କ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୩.୬ କୋଟି ଟଙ୍କାର ଆୟବର୍ହିଭୁତ ସମ୍ପତ୍ତି ଜବତ କରିଥିଲା।