ମୁଖ୍ୟମନ୍ତ୍ରୀଙ୍କ ‘ମୋ ସରକାର’କୁ ବିଧାୟକଙ୍କ ଫୁ : ଲୋକଙ୍କୁ ଦେଲେ ଧମକ

0 351

ଭୁବନେଶ୍ୱର : ଜି ଉଦୟଗିରି ବିଧାୟକ ସାଲୁଗାଁ ପ୍ରଧାନଙ୍କ ଧମକ ଭରା ଭିଡିଓ ଏବେ ଚର୍ଚ୍ଚାରେ l ସର୍ବସାଧାରଣରେ ତାଙ୍କୁ ଭୋଟ ଦେଇ ନଥିବା ଲୋକଙ୍କୁ ବିଧାୟକ ମହୋଦୟ ଧମକ ଦେଇଛନ୍ତି l ତାଙ୍କୁ ଭୋଟ ଦେଇନଥିବା ଲୋକଙ୍କ କାମ ସେ କରିବେ ନାହିଁ ବୋଲି କହିଛନ୍ତି l ଜଣେ ବ୍ୟକ୍ତି ନିର୍ବାଚିତ ହେଲା ପରେ ସେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା କଥା କିନ୍ତୁ ତାଙ୍କ ଆଚରଣ ଗ୍ରହଣୀୟ ନୁହେଁ ବୋଲି ଚର୍ଚ୍ଚା ହେଉଛି l ଜି ଉଦୟଗିରି ବିଧାୟକ ଜନସାଧାରଣଙ୍କ ମଧ୍ୟରେ ବିଭେଦ ସୃଷ୍ଟି କଲେ ଓ ସମସ୍ତ ନାଗରିକଙ୍କ କାର୍ଯ୍ୟ ନ କଲେ ବାଧ୍ୟ ହୋଇ ଜି ଉଦୟଗିରି ନିର୍ବାଚନ ମଣ୍ଡଳୀର ସାଧାରଣ ଜନତା ଏହାର ପ୍ରତିବାଦ କରିବେ ଏବଂ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବାର ସମ୍ଭାବନା ରହିଛି l ମୁଖ୍ୟମନ୍ତ୍ରୀ ‘ମୋ ସରକାର’ ମାଧ୍ୟମରେ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଥିଲା ବେଳେ ତାଙ୍କ ଦଳର ବିଧାୟକଙ୍କ ଏପରି ଆଚରଣ ସରକାରକୁ ବଦନାମ କରୁଛି l ନିକଟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଆଚରଣକୁ ନେଇ ଅଡୁଆରେ ପଡ଼ିଥିବା ରାଜ୍ୟ ସରକାରଙ୍କ ପାଇଁ ସାଲୁଗାଁଙ୍କ ଧମକ ପୁଣି ଚିନ୍ତାର କାରଣ ପାଲଟିଛି l

ବିଧାୟକ ମହୋଦୟ ଯାହା ଶପଥ ଗ୍ରହଣ କରିଥିଲେ ତାହା ଭୁଲି ଗଲେଣି । ଏହି ମନ୍ତବ୍ୟ ଉପରେ ବହୁତ ଶୀଘ୍ର ଆଇନର ଆଶ୍ରୟ ନିଆଯିବ ବୋଲି ବିରୋଧୀ ଦଳ କହିଛନ୍ତି l

Leave A Reply

Your email address will not be published.

twenty + thirteen =