ବିଦ୍ୟାନଗରୀରେ ଆଉ ଜଣେ କଳାପାହାଡ: ସରକାରୀ ପଦାଧିକାରୀ ବେଶରେ ଲୁଟ !

0 855


ତିର୍ତ୍ତୋଲ : ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ପୁରାଣ ବର୍ଣ୍ଣିତ ବାକଦେବୀ ମା ଶାରଳା ତିର୍ତ୍ତୋଲ ବ୍ଳକ ଝଙ୍କଡ଼ କନକପୁର ଠାରେ ବିଦ୍ୟମାନ ।ଏହି ଅଂଚଳରେ ଅଧିବାସୀମାନେ ନିଜକୁ ବିଦ୍ୟାନଗରୀ ବାସିନ୍ଦା ବୋଲି ଗର୍ବ ଅନୁଭବ କରିଥାନ୍ତି । ଅପରପକ୍ଷରେ ଦୁଇ ଦଶନ୍ଧିରୁ ଅଧିକ ହେବ ଜଣେ ବ୍ୟକ୍ତି ଏହି ଵିଦ୍ୟା ନଗରୀ କୁହାଯାଉଥିବା ତିର୍ତ୍ତୋଲ ଅଞ୍ଚଳରେ ଜଣେ ସରକାରୀ ପଦାଧିକାରୀ ଭାବେ ପୁରାଣ ବର୍ଣ୍ଣିତ କଳାପାହାଡ ସଦୃଶ ଲୁଟି ଚାଲିଛନ୍ତି । ଏହି ଆଧୁନିକ ଯୁଗର କଳାପାହାଡ ଜାଲରେ ରାଜନେତା ଓ ଜନ ପ୍ରତିନିଧି ଛନ୍ଦିହୋଇ ପଡ଼ିଲାପରି ସବୁ ଜାଣିଶୁଣି ଚୁପ ରହିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି କଳାପାହାଡ ତିର୍ତ୍ତୋଲ ତହସିଲରେ ଅତିରିକ୍ତ ତହସିଲଦାର ଭାବେ ବିଗତ ଦିନରେ ଯୋଗଦେଇଥିଲେ । କିଛି ଦିନ ମଧ୍ୟରେ ଜିଲ୍ଲାର ଅଧିଦେବୀ ମା ଶାରଳାଙ୍କ ମନ୍ଦିର ପରିଚାଳନା ଦାୟିତ୍ବ ତୁଲାଉଥିଲେ । ଏହି ଦାୟିତ୍ୱରେ ଥିବାବେଳେ କିଛି ସେବାୟତ, ପଣ୍ଡା,ରାଉଳ ଓ ସରକାରୀ ଉଚ୍ଚ ପଦାଧିକାରୀଙ୍କୁ କରାୟତ କରି ମା ଶାରଳାଙ୍କ ସୁନା,ଗହଣାଉପରେ ଆଖି ପକାଇଥିଲେ । ମାଙ୍କ ସୁନାବେଶ କରିବା ଆଳରେ ମା ଙ୍କର  ପୁରୁଣା ସୁନା ଗହଣା ୯ କିଲୋ ଓଜନ ର ନେଇ ନିଜ ଗ୍ରାମ କରିଗରଙ୍କୁ ନିୟୋଜିତ କରି ପାଖା ପାଖି ୪ କିଲୋ ଅଳଙ୍କାର ଲୁଟି ନେଇଥିଲେ ! ଯାହାର ତଦନ୍ତ କରାଗଲେ ସତ୍ୟ ପଦାକୁ ଆସିବାର ଯଥେଷ୍ଟ ସମ୍ଭାବନା ଅଛି । ପରେ ଚକବନ୍ଦୀ ଅଧିକାରୀ, ସବରେଜିଷ୍ଟର ଓ ତହସିଲ ଅଧିକାରୀ ହୋଇ ନହେବା କାମକୁ ସେ କରିଦେଇଛନ୍ତି । ଅଳ୍ପ ସମୟରେ ଅନ୍ୟ ଜାଗାକୁ ବଦଳି ହୋଇଯାଇ ଭିଜିଲାନ୍ସ ଦ୍ୱାରା ଧରାପଡିବା ପରେ ବିଦ୍ୟା ନଗରୀର ମୋହ ତାଙ୍କୁ ଛାଡିପାରିନାହିଁ । ଏବେ ସେ ତିର୍ତ୍ତୋଲର ଅଧିକାରୀ ରୂପେ ଅବସ୍ଥାପିତ ଅଛନ୍ତି । ତହସିଲରେ ଅଧିକାରୀ ଥିବାବେଳେ ସେ ୬ ନାମଧାରୀ ବେସରକାରୀ ବ୍ୟକ୍ତିଗତ ସହାୟକ ନିୟୋଜିତ କରି ଜନତାଙ୍କୁ ଶୋଷଣ କରୁଥିଲେ ! ଏମିତିକି ଏହି ବ୍ୟକ୍ତିଗତ ସହୟକ ନିଜକୁ ତହସିଲ କର୍ମଚାରୀ କହି ବହୁ ଅସାଧ୍ୟ କାର୍ଯ୍ୟ କରାଇ ନେଇଥିଲେ I ଯେପରି ବାଲିଘାଟ,ଇଟାଭାଟି,ଗଛ, ମାଛ ଓ କାର୍ଯ୍ୟଳୟ ସବୁଠି ବାବୁଙ୍କ ରାଜ ଚାଲିଥିଲା । ସରକାରୀ କ୍ୱାଟରରେ ଥିବା ଲକ୍ଷାଧିକ ଟଙ୍କାର ଗଛ କାଟି ନିଜ ଗାଁ କୁ ନେଇଯାଇଥିଲେ । ଏବେ ଶାସକ ଦଳର ନେତାଙ୍କୁ ସନ୍ତୁଷ୍ଟ କରି ଏହି ବ୍ଳକ ଦାୟିତ୍ବ ନେଇପାରିଛନ୍ତି l ବ୍ଳକରୁ ପୁନର୍ବାର ତହସିଲଦାର ହେବାପାଇଁ ମସୁଧା ଚଳାଇଛନ୍ତି । ବ୍ଳକ କାର୍ଯ୍ୟଳୟରେ ନିଜ ସରକାରୀ କର୍ମଚାରୀଙ୍କୁ ବିଶ୍ୱାସକୁ ନ ନେଇ କେତେକ ବେସରକାରୀ ବ୍ୟକ୍ତିଙ୍କୁ ବ୍ଳକର ବିଭିନ୍ନ ବିଭାଗରେ ନିୟୋଜିତ କରି ସମଗ୍ର ଅଂଚଳକୁ ଶୋଷଣ କରୁଥିବା ଜଣାପଡୁଛି । ବ୍ଳକ ନିକଟରେ ପୂର୍ବରୁ ତୈଳ ବିକ୍ରି କରୁଥିବା ବ୍ୟକ୍ତି, ହୋଟେଲ ଚଳାଉଥିବା ବ୍ୟକ୍ତି ବିଭିନ୍ନ ବିଭାଗକୁ ନିୟନ୍ତ୍ରଣ କରୁଛନ୍ତି । ବ୍ୟକ୍ତିଗତ ସହାୟକ ଥିବା ଓ ତାଙ୍କର ୩ ଜଣ ସହଯୋଗୀଙ୍କ ଗାଁ ମନ୍ଦିର ଥିବା କାଠପଟା, ପୋଖରୀ ପାଈଁ ମାଛ ଜାଅଂଳ ଉଦ୍ୟାନ ବିଭାଗ ରୁ ଫୁଲ, ଫଳ ଚାରା ସଂଗ୍ରହ କରିବା ଦେଖିବାକୁ ମିଳିଛି । ଯୋଗାଣ ନିରୀକ୍ଷକଙ୍କ କାର୍ଯ୍ୟଳୟ,ସିଡିପିଓଙ୍କ କାର୍ଯ୍ୟଳୟରେ ଜଣେ ଲେଖାଏଁ ବେସରକାରୀ ବ୍ୟକ୍ତି କବଜା କରିଥିବା ବେଳେ ଏମାନଙ୍କ ଜରିଆରେ ଅଧିକାରୀ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହେଉଛି । ବିଜୁ ପକା ଘର,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଜନକଲ୍ୟାଣ ଯୋଜନା କାର୍ଯ୍ୟକାରିତା ନିୟମିତ ସରକାରୀ କର୍ମଚାରୀଙ୍କ ବଦଳରେ ଜଣେ ଅସ୍ଥାୟୀ ମହିଳା କର୍ମଚାରୀଙ୍କ ଦ୍ୱାରା ଚାଲୁଛି । ଏହି ମାନଙ୍କ ଜରିଆରେ ଅଯୋଗ୍ୟଙ୍କୁ ଯୋଗ୍ୟ କରିବା ଓ ଯୋଗ୍ୟଙ୍କୁ ଅଯୋଗ୍ୟ କରିବାରେ  ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିବା ନେଇ ଚର୍ଚ୍ଚା ହେଉଛି l ଫନି ବାତ୍ୟା ଭଳି ଜରୁରୀକାଳୀନ ଆଳରେ ପଂଚାୟତ ରୁ ଲକ୍ଷ ଲକ୍ଷ ଟଙ୍କା ଚାନ୍ଦା ଆଦାୟ କରାଯାଉଥିବା କଥା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଏହାକୁ ନେଇ ବୁଦ୍ଧିଜୀବୀ ମହଲ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

Leave A Reply

Your email address will not be published.

five × one =