ରୂପେଶକୁ ନେଇ ବିଜେଡି- ବିଜେପି ଘମାସନ

0 295

ଭୁବନେଶ୍ବର : ଯାଜପୁର ଜିଲ୍ଲା ଧର୍ମଶାଳାର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ଘଟଣାରେ ସ୍ଥାନୀୟ ସରପଂଚ ରୂପେଶ ଭଦ୍ରଙ୍କ ଭୂମିକାକୁ ନେଇ ରାଜନୀତି ସରଗରମ ହୋଇଉଠିଛି । ଏବେ ଏହି ଘଟଣାରେ ଏକ ନୂଆ ଖିଅ ଯୋଡି ହୋଇଛି । ରୂପେଶ ଭଦ୍ର କାହାର, ବିଜେଡିର ନା ବିଜେପିର । କାରଣ ଦୁଇ ଦଳର ବରିଷ୍ଠ ନେତାଙ୍କ ସହ ରୂପେଶ ଫଟୋ ଉଠାଇଥିବାର ଦୁଇଟି ଭିନ୍ନ ଭିନ୍ନ ଫଟୋ ଏବେ ସୋସିଆଲ ମିଡିଆରେ ଘୁରିବୁଲିଛି ।

ଆଜି ପୂର୍ବାହ୍ନରେ ରାଜ୍ୟ ବିଜେପି ନେତାମାନେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଦୁଇ ଯୁବ ନେତା ଅରୁଣ କୁମାର ସାହୁ ଓ ପ୍ରଣବ ବଳବନ୍ତରାୟଙ୍କ ସହ ରୂପେଶଙ୍କ ଫଟୋକୁ ପ୍ରଦର୍ଶନ କରି ଏହି ହତ୍ୟାକୁ ଏକ ନୂଆ ଦିଗ ଦେବାକୁ ଚେଷ୍ଟା କରିଥିଲେ । ସିଧାସଳଖ ଭାବ ରୂପେଶର ବିଜେଡିର କେଉଁ ନେତାଙ୍କ ସହ ସମ୍ପର୍କ ରହିଥିଲା ଏବଂ ଏଥିରେ କାହାର ସମ୍ପୃକ୍ତି ଥାଇପାରେ ବୋଲି ପ୍ରଶ୍ନ ଉଠାଇଥିଲେ ।

ସେପଟେ ଆଉ କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଘୁରୁଛି । ସେଥିରେ ବିଜେପିର ବରିଷ୍ଠ ନେତା ସଜ୍ଜନ ଶର୍ମାଙ୍କ ସହ ରୂପେଶଙ୍କ ଫଟୋ ରହିଛି । ଏହି ଫଟୋରେ ମଧ୍ୟ ରୂପେଶ ବେଶ ଅନ୍ତରଙ୍ଗ ଭଳି ସଜ୍ଜନଙ୍କ ସହ ଫଟୋ ଉଠାଇଛନ୍ତି । ତାହା ପୁଣି ଏକ ରେସ୍ତୋରାଁ ଭିତରେ । ଏହି ଫଟୋ କଣ ବିଜେପି ସହ ରୂପେସଙ୍କ ରାଜନୈତିକ ସମ୍ପୃକ୍ତିକୁ ପ୍ରମାଣିତ କରୁନାହିଁ କି । ଯଦି ବିଜେଡିର ଦୁଇ ଯୁବ ନେତାଙ୍କ ସହ ରୂପେଶଙ୍କ ଫଟୋକୁ ଦେଖାଇ ବିଜେପି ନେତାମାନେ ସ୍ମିତାରାଣୀ ହତ୍ୟାକୁ ବିଜେଡି ସହ ଯୋଡିବାକୁ ଚେଷ୍ଟା କରୁଛନ୍ତି, ତେବେ ବିଜେପି ନେତାଙ୍କ ସମ୍ପୃକ୍ତିକୁ କାହିଁକି ଅଣଦେଖା କରୁଛନ୍ତି । ସଜ୍ଜନଙ୍କ ସହ ରୂପେଶ ଫଟୋ ଉଠାଇବା ଦ୍ବାରା ତାର ବିଜେପି ଦଳ ଓ ନେତାଙ୍କ ସହ ଘନିଷ୍ଠତା ଥିବା ଚର୍ଚ୍ଚାକୁ ଏଡାଇ ଦିଆଯାଇପାରିବନି । ତେବେ ବିଜେପି ନେତା ସଜ୍ଜନ ଶର୍ମା କହିଛନ୍ତି, ରୂପେଶ କିଏ ମୁଁ ଚିହ୍ନିନି । ରାଜନୀତିକ କାମରେ ଆମେ ବିଭିନ୍ନ ସ୍ଥାନକୁ ଯାଇଥାଉ ଏବଂ ସାଧାରଣ ଲୋକ ଆମ ସହିତ ଫଟୋ ଉଠାଇବାକୁ ଚାହିଁଥାନ୍ତି । ଜଣେ ରାଜନୈତିକ ବ୍ୟକ୍ତି ଭାବରେ ଫଟୋ ଉଠାଇବାକୁ ସାଧାରଣ ଲୋକଙ୍କୁ ଆମେ ମନା କରିନଥାଉ । ତେବେ ବିଜେଡି ସରକାର ସ୍ମିତାରାଣୀଙ୍କ ମୃତୁ୍ୟର ପ୍ରକୃତ ଦୋଷୀକୁ ଖୋଜି ଦଣ୍ଡ ଦେବା ଉଚିତ ବୋଲି ଶ୍ରୀ ଶର୍ମା କହିଛନ୍ତି ।

Leave A Reply

Your email address will not be published.

1 × five =