ଟ୍ରାନଜିଟ୍ ଓରିଏଣ୍ଟେଡ ଡେଭଲପମେଣ୍ଟକୁ ଗୁରୁତ୍ୱ

0 422

ଭୁବନେଶ୍ୱର:ଭୁବନେଶ୍ୱରର ବିକାଶ ଓ ଏହାକୁ ଏକ ଅତ୍ୟାଧୁନିକ ମେଟ୍ରୋ ସହର ଭାବେ ପରିଣତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଏ ଦିଗରେ ଉଭୟ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ଏବଂ ଭୁବନେଶ୍ୱର ବିକାଶ ପ୍ରାଧିକରଣ (ବିଡିଏ) ମିଳିତ ସହଯୋଗରେ କାର୍ୟ୍ୟ କରୁଛନ୍ତି । ଭୁବନେଶ୍ୱରକୁ ବିକାଶର ଶିଖରକୁ ପହଞ୍ଚାଇବାକୁ ହେଲେ ଘରୋଇ ସଂଗଠନ ମଧ୍ୟ ଆଗକୁ ଆସିବା ଆବଶ୍ୟକ ବୋଲି କହିଛନ୍ତି ମାନ୍ୟବର ପଞ୍ଚାୟତିରାଜ ଓ ଜଳ , ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଆୟୋଜିତ ‘ଟ୍ରାଞ୍ଜିଟ ଓରିଏଣ୍ଟେଡ ଡେଭଲପମେଣ୍ଟ ଏଣ୍ଡ ଫ୍ୟୁଚର ସ୍ପୋର୍ଟ ସିଟି ଭୁବନେଶ୍ୱର’ ଶିର୍ଷକ ସମ୍ମିଳନୀକୁ ସମ୍ବୋଧିତ କରି ଏହା କହିବା ସହ ଭୁବନେଶ୍ୱର ବିକାଶ ପାଇଁ ଘରୋଇ କ୍ଷେତ୍ର ବା ପ୍ରାଇଭେଟ ସେକ୍ଟରର ସହଯୋଗ ଲୋଡ଼ିଛନ୍ତି । ’

ସ୍ମାର୍ଟ ସିଟିରେ ଗମନାଗମନକୁ ଅଧିକ ସୁଗମ କରିବା ପାଇଁ ପ୍ଲାନଡ ଟ୍ରାନ୍ସପୋର୍ଟ ନେଟୱର୍କ ଏବଂ ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ଏହା ସହ ସେ ଭୁବନେଶ୍ୱରର ନୂଆ ପରିଚୟ ‘ସ୍ପୋର୍ଟ୍ସ କ୍ୟାପିଟାଲ’ ପ୍ରସଙ୍ଗରେ ମତ ରଖି କହିଛନ୍ତି ଯେ, ଆଗକୁ ବିକାଶ ଅଧିକ ପ୍ରଭାବଶାଳୀ ହେବ । ଏହା ସହ ସେ ଆହରି କହିଛନ୍ତି ଯେ, ‘ସ୍ପୋର୍ଟ୍ସ ଫର୍ ଯୁଥ ଏଣ୍ଡ ୟୁଥ ଫର୍ ସ୍ପୋର୍ଟ୍ସ’ । ଇନଷ୍ଟିଚ୍ୟୁଟ ଅଫ୍ ଟାଉନ ପ୍ଲାନର୍ସ ଇଣ୍ଡିଆର ଓଡ଼ିଶା ଚାପ୍ଟର ପକ୍ଷରୁ ଏହି ଦିନିକିଆ ସମ୍ମିଳନୀ ଆୟୋଜିତ ହୋଇଥିଲେ । ଏହି କାର୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଏମସି କମିଶନର ଶ୍ରୀ ପ୍ରେମ୍ ଚନ୍ଦ୍ର ଚୌଧୁରୀ ସାମିଲ ହୋଇ ଟ୍ରାନ୍ସପୋର୍ଟ ଓରିଏଣ୍ଟଡ ଡେଭଲପମେଣ୍ଟ ଉପରେ ଗୁରୁତ୍ୱ ଦେଇ କହିଥିଲେ ଯେ, ଏହା କାର୍ୟ୍ୟକାରୀ ହୋଇପାରିଲେ ସହର ସହର ମଧ୍ୟରେ ଦୂରତା କମିବ।

କାର୍ୟ୍ୟକ୍ରମରେ ଆୟୋଜକ ଇନିଷ୍ଟିଚ୍ୟୁଟ ଅଫ୍ ଟାଉନ ପ୍ଲାନର୍ସ ଇଣ୍ଡିଆର ପ୍ରେସିଡେଣ୍ଟ ପ୍ରଫେସର ଡି.ଏସ୍.ମେଶରମ ନିଜର ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ବଡ଼ ସହର ଗୁଡ଼ିକରେ ବର୍ତ୍ତମାନ ଯେଉଁ ଭଳି ଟ୍ରାଫିକ୍ ସମସ୍ୟା ଗୁରୁତର ହୋଇଛି ସେଥିପାଇଁ ଟ୍ରାଞ୍ଜିଟ ଓରିଏଣ୍ଟେଡ ଡେଭଲପମେଣ୍ଟ ହିଁ ଏକ ବିକଳ୍ପ । ସେହିଭଳି ଫ୍ୟୁଚର ସ୍ପୋର୍ଟ ସିଟି ଉପରେ ନିଜର ମତ ରଖି କହିଛନ୍ତି ଯେ, ୨୦୧୮ରେ ଭୁବନେଶ୍ୱର ୱାର୍ଲଡ ହକି କପ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ଇତିହାସ ରଚିସାରିଛି । ଆଗକୁ ଏହାର ଭବିଷ୍ୟତ ବେଶ୍ ଉଜ୍ୱଳ ।ଏହି ଦିନିକିଆ ସମ୍ମିଳନୀରେ ଓଡିଶା ରିଜିଓନାଲ ଚାପ୍ଟରର ଚେୟାରମ୍ୟାନ ଶ୍ରୀ ଏଲ.ପି. ପଟ୍ଟନାୟକ, ଆଟିପିଆଇର ସେକ୍ରେଟାରୀ ପ୍ରଦୀପ କପୁର ଉଦବୋଧନ ଦେଇଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଓଆରସି , ଆଟିପିଆଇର ସେକ୍ରେଟାରୀ ସ୍ୱାତୀ ବିନାୟକ ଦାସ ।

Leave A Reply

Your email address will not be published.

16 − three =