କୁଜଙ୍ଗ(ରଞ୍ଜିତ କୁମାର ପଣ୍ଡା): କୁଜଙ୍ଗ ତହସିଲ ଏବଂ ବ୍ଲକ୍ ରେ ଅଯୋଗ୍ୟ ହିତାଧିକାରୀ କିପରି ସାଧାରଣ ଗରିବ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ଯୋଜନା କୁ ହଡ଼ପ କରୁଛନ୍ତି ତାହାର ଉଦାହରଣ ଦେଖିବାକୁ ମିଳିଛି ପାରାଦ୍ଵୀପ ଗଡ଼ ପଞ୍ଚାୟତ ନିମିଢି ଗ୍ରାମରେ।ସେଠାରେ ଭଡ଼ାଘରେ ଅବସ୍ଥାନ କରି ସ୍ଥାନୀୟ ଶିଳ୍ପାଞ୍ଚଳ ରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଦମ୍ପତି ସରକାରୀ କଳ ଏବଂ ରାଜନେତାଙ୍କୁ ହାତ କରି ବସୁନ୍ଧରା ଯୋଜନାରେ ୪ ଡିସିମିଲ ଘର ଡିହ ହାତେଇବା ସହ ସେଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ପକ୍କାଘର ନିର୍ମାଣ କରିବା ଘଟଣା ଏହି ଘୋଟାଲା କୁ ପ୍ରମାଣିତ କରୁଛି।
କେନ୍ଦ୍ରାପଡ଼ା ଜିଲ୍ଲାର ଧନେଶ୍ଵର ସାମଲ ଙ୍କ ଝିଅ ସ୍ନେହଲତା ନିକଟସ୍ଥ ଯଦୁପୁର ଗ୍ରାମରେ ବିଭାହ କରିଛନ୍ତି।ସେଠାରେ ଉଭୟ ନିଜର ପିତା ଏବଂ ଶଶୁର ଙ୍କ ନାମରେ ବହୁ ପରିମାଣ ର ଘରଡ଼ିହ ଓ ଚାଷ ଜମି ରହିଛି।ତାଙ୍କ ନିଜ ଗ୍ରାମରେ ପିତାଙ୍କ ନାମରେ ଖାତା ସଂଖ୍ୟା ୫୦୦/୩୧୬,୫୦୦/୩୮୦ ଓ ଖାତା ସଂଖ୍ୟା ୧୯୧ ରେ ଜମି ରହିଛି। ସେହିପରି ନିଜ ଶଶୁର ଙ୍କ ନାମରେ ଯଦୁପୁର ମୌଜାରେ ଖାତା ସଂଖ୍ୟା ୫୪୬ରେ ପ୍ରାୟ ୩୦ ରୁ୪୦ ଡିସିମିଲ ଘରଡ଼ିହ ରହିଛି।ସଂପୃକ୍ତ ମହିଳା ଗତ କିଛି ବର୍ଷ ହେଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ପାରାଦ୍ଵୀପ ଗଡ଼ ପଞ୍ଚାୟତର ନିମିଡି ଗ୍ରାମରେ ରହି ଥିଲେ।ସ୍ଥାନୀୟ ତୈଳ ବିଶୋଧନାଗାର ପ୍ରକଳ୍ପରେ ତାଙ୍କ ସ୍ୱାମୀ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ।ଏହି ସମୟରେ ସ୍ଥାନୀୟ ପଞ୍ଚାୟତ ସ୍ତରୀୟ ନେତା ତଥା ଶ୍ରମିକ ନେତା ଙ୍କୁ ହତକରି ସେ କୁଜଙ୍ଗ ତହସିଲ ରୁ ଲିଜ କେସ ସଂଖ୍ୟା ୪/୨୦୧୬ରେ୪ ଡିସିମିଲ ଘରଡ଼ିହ ପଟ୍ଟା ହାସଲ କରିଥିଲେ। ସମାନ ପ୍ରକିୟାରେ ବିଡ଼ିଓ ଙ୍କ ନିକଟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ପକ୍କାଘର କାର୍ଯ୍ୟାଦେଶ ପାଇ ଉକ୍ତ ଜମି ଉପରେ ପକ୍କା ଘର ନିର୍ମାଣ କରିଛନ୍ତି।
ଏଠାରେ ପ୍ରଶ୍ନ ଉଠେ,ଯଦି ଜଣଙ୍କର ଅନ୍ୟ ଜିଲ୍ଲାରେ ଘରଡ଼ିହ କିମ୍ବା ଚାଷ ଜମି, ପକ୍କା ଘର ଥିବାମାତ୍ରେ ସେ ଅନ୍ୟତ୍ର ଭଡ଼ାରେ ରହିଥିବେ,ତାହେଲେ କଣ୍ ତାଙ୍କୁ ଭଡ଼ା ରହୁଥିବା ସ୍ଥାନରେ ସରକାରୀ ଯୋଜନାରେ ଘରଡ଼ିହ ଓ ଆବାସ ଯୋଜନା ମିଳିପାରିବ? ସେହିପରି ଉକ୍ତ ଘରଡ଼ିହ କୁ ଦେଖାଇ ସେ ସରକାରୀ ପକ୍କା ଘର ନେବାକୁ ଯୋଗ୍ୟ ହୋଇପାରିବେ ତ ?ପାରାଦ୍ଵୀପ ଗଡ଼ ପଞ୍ଚାୟତ ରେ ହଜାର ହଜାର ସଂଖ୍ୟାରେ ବାହାର ଜିଲ୍ଲାର ଲୋକ ଘର ଭଡ଼ା ନେଇ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ଶତାଧିକ ଲୋକ ଏହିପରି ଜାଲିଆତି କରି ଘରଡ଼ିହ ଏବଂ ସରକାରୀ ଘର ହାତେଇ ଥିବା ଅଭିଯୋଗ ହେଉଛି।ଜିଲ୍ଲାପାଳ ଓ ବିଭାଗ ସଚିବ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।