କର୍କଟ ରୋଗୀଙ୍କୁ ସହାୟତା କରି ଗ୍ରାମବାସୀ ପାଳିଲେ ଦୀପାବଳି

0 669

ମୁଖ୍ୟମନ୍ତ୍ରୀଙ୍କ ‘ଓଡ଼ିଶା ମୋ ପରିବାର’ ଯୋଜନାରେ ପ୍ରଭାବିତ

କୁଜଙ୍ଗ(ରଂଜିତ କୁମାର ପଣ୍ଡା): ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ମୋ ପରିବାର ଯୋଜନାରେ ପ୍ରଭାବିତ ହୋଇ କୁଜଙ୍ଗ ବ୍ଳକ ନୂଆଗଡ ଗ୍ରାମର ଲୋକମାନେ ଅଭିନବ ଉପାୟରେ ଗତକାଲି ଦୀପାବଳି ପାଳନ କରିଥିବା ଜଣାପଡ଼ିଛି । ଗତକାଲି ଅପରାହ୍ନରେ ଗ୍ରାମର ଯକୃତ କର୍କଟରେ ଆକ୍ରାନ୍ତ ହୋଇଥିବା ସଂଗ୍ରାମ ସେଠୀଙ୍କୁ ଗ୍ରାମ ପକ୍ଷରୁ ୨୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଆଲୋକର ପର୍ବ ଦିପାବଳୀରେ ଲୋକମାନେ ହଜାର ହଜାରକୋଟି ଟଙ୍କାର ବାଣ ଫୁଟାଇ ବରବାଦ କରୁଥିବାବେଳେ ସ୍ଥାନୀୟ ଗ୍ରାମବାସୀଙ୍କର ଏହି ଅଭିନବ ପଦକ୍ଷେପ ଜଣେ କର୍କଟ ରୋଗୀର ମୁହଁରେ ହସ ଫୁଟାଇ ପାରିଲା ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଉଛି । ଗତକାଲି କୁଜଙ୍ଗ ବ୍ଳକ ସାଂସଦଙ୍କ ପ୍ରତିନିଧି ସୁଢଳ କୁମାର ସ୍ୱାଇଁ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ମୋ ପରିବାର ଯୋଜନାରେ ସମାଜ ସେବା ମୂଳକ କାର୍ଯ୍ୟକ୍ରମର ଆହ୍ୱାନରେ ଏହି କାର୍ଯ୍ୟ ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ସେ କହିବା ସହିତ ମୁଖ୍ୟ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୁଣନିଧି ବେହେରା, ସ୍ଥାନୀୟ ସମିତି ସଭ୍ୟା ସଶ୍ମୀତା ସେଠୀ, ବିଜୁ ଯୁବ ବାହିନୀ ପକ୍ଷରୁ ଲୋକନାଥ ସ୍ୱାଇଁ, ପ୍ରଦ୍ୟୁମ୍ନ ରାୟ, ସୁବାଷ ନାୟକ, ପ୍ରମୋଦ ସ୍ୱାଇଁ, ବିପିନ ରାଉତ, ଫଗୁ ସାହୁ, ଧୀରେନ ସେଠୀ, ସୋମ୍ୟା ସ୍ୱାଇଁ, ସ୍ୱୟଂସ୍ନିଗ୍ଧା ସ୍ୱାଇଁ, ଗନ୍ଧର୍ବ ସ୍ୱାଇଁ, ଗଗନବିହାରୀ ଶୁକ୍ଳ, ୱାଡର଼୍ ସଭ୍ୟ ଗୀତାଞ୍ଜଳୀ ମହାପାତ୍ର, ନିମାଇଁ ଚରଣ ରାଉତ, ମଞ୍ଜୁଲତା ସେଠୀ, ମମତା ମହାନ୍ତି, ଟୁନିଲତା ସ୍ୱାଇଁ ପ୍ରମୁଖ ଶତାଧିନ ଗ୍ରାମବାସୀ ଏହି ଅବସରରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

two × 3 =