ଜନ ଶୁଣାଣି ପାଇଁ ନୋଟିସ ଜାରି : ବିରୋଧ କରିବାକୁ ସ୍ଥାନୀୟ ଲୋକେ ସଜବାଜ

0 330


କୁଜଙ୍ଗ (ରଂଜିତ କୁମାର ପଣ୍ଡା ): ଏରସମା ବ୍ଳକ ଅନ୍ତର୍ଗତ ଗଡ଼ କୁଜଙ୍ଗ ଠାରେ ଜିନ୍ଦଲ ପକ୍ଷରୁ ଆସନ୍ତା ୨୨ ତାରିଖରେ ଜନ ଶୁଣାଣୀ ଅନୁଷ୍ଠିତ ହେବ ବୋଲି ଆଜି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରସ୍ଥାବିତ ଅଂଚଳରେ ନୋଟିସ୍ ଜାରୀ କରାଯାଇଥିବା ଜଣାପଡ଼ିଛି । ରାଜ୍ୟ ପ୍ରଦୂଷଣ ବୋଡର଼୍ର ପାରାଦୀପ ଶାଖା ପକ୍ଷରୁ ଆଜି ସ୍ଥାନୀୟ ନୂଆଗାଁ, ଗଡ଼କୁଜଙ୍ଗ ଏବଂ ଢିଙ୍କିଆ ପଂଚାୟତ କାର୍ଯ୍ୟାଳୟରେ ଲଗାଇଥିବା ଜଣାପଡ଼ିଛି । ଫଳରେ ସ୍ଥାନୀୟ ଅଚଳରେ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ନୂଆଗାଁର ଲୋକମାନେ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତିଯେ ପୋସ୍କୋ କୁ ଜିନ୍ଦଲ ଅନୁକରଣ କରୁଥିବା କହିଛନ୍ତି । ପୋସ୍କୋ ଯେପରି ଅଂଚଳ ବାସୀଙ୍କ ଭାଗଭାଗ କରି ଭାଇଚାର ନଷ୍ଟ କରୁଥିଲା ଏବେ ଜିନ୍ଦଲ ଏବେ ଏହି ନିତୀକୁ ଆପଣେଇଛି । ପୂର୍ବରୁ ସ୍ଥାନୀୟ ଲୋକମାନେ ପ୍ରକଳ୍ପ ପାଇଁ ପାନବରଜ ଦେଇଛନ୍ତି । ମାତ୍ର କ୍ଷତି ପୂରଣ ପାଇ ନାହାନ୍ତି, ପାନ ବରଜ ଶ୍ରମିକ ମାନେ ସେମାନଙ୍କର ପ୍ରାପ୍ୟ ପାଇ ନାହାନ୍ତି । ସେହିପରି ଭାବେ ପ୍ରକଳ୍ପ ହେଲେ ଅଂଚଳବାସୀ କି ପ୍ରକାର ସୁବିଧା ଏବଂ ସୁଯୋଗ ଲାଭ କରିବେ ସରକାର କିମ୍ବା କମ୍ପାନୀ କର୍ତ୍ତୃପକ୍ଷ ସ୍ପଷ୍ଟ କରି ନାହାନ୍ତି । ଏପରି ସ୍ଥଳରେ କେଉଁ ଆଧାରରେ କମ୍ପାନୀ ଏବଂ ପ୍ରଶାସନ ଏଠାରେ ପ୍ରକଳ୍ପ କରିବାକୁ ଅଂଟା ଭିଡ଼ିଛନ୍ତି ବୋଲି ନୂଆଗାଁର ଯୁବ ନେତା ଅରୁଣ କୁମାର ପରିଡ଼ା ପ୍ରଶ୍ନ କରିଛନ୍ତି । ସେହିପରିଭାବେ ନବେ ଘରିଆ ଜଙ୍ଗଲ କମିଟିର ସଭାପତି କେଶବ କୁମାର ରାଉତ ଜିନ୍ଦଲ ସ୍ଥାନୀୟ ଲୋକମାନଙ୍କ ସହିତ କୋଣସି ଆଲୋଚନା ନକରି ଆଗକୁ ବଢିବାକୁ ଚାହୁଁଛି ଯାହା ମହଙ୍ଗା ପଡ଼ିବ ବୋଲି କହିବା ସହିତ ଆସନ୍ତା ଜନ ଶୁଣାଣୀକୁ ତୀବ୍ର ବିରୋଧ କରାଯିବ ବୋଲି କହଥିଲେ । ନାରାୟଣ ଜେନା, ପ୍ରଶାନ୍ତ ଜେନା, ଆଲୋକ ଭୂୟାଂ, ବିଜୟ ନାୟକ, ପ୍ରକାଶ ଦାସ, ମୁନେଇ ପ୍ରଧାନ ପ୍ରମୁଖ ଆଗାମୀ ଦିନରେ ତିନି ପଂଚାୟତ ଲୋକମାନେ ଏକତ୍ରୀତ ହୋଇ ଅଂଚଳ ଏବଂ ଅଂଚଳ ବାସୀଙ୍କ ସ୍ୱାର୍ଥପାଇଁ ପ୍ରକଳ୍ପକୁ ବିରୋଧ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.

four × three =