ତିର୍ତ୍ତୋଲ (ସାମନ୍ତରାୟ ମନୋରଞ୍ଜନ ଦାସ): ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟରା ପଞ୍ଚାୟତ ଜଜାଙ୍ଗ ଗ୍ରାମର ରଶ୍ମିରଞ୍ଜନ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ ଗତକାଲି ପୋଲିସ ୨ ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରିଛି । ଏମାନେ ହେଲେ ବାଲିକୁଦା ଅନ୍ତର୍ଗତ ମୁଲୁଗାଁ ଗ୍ରାମର ଜଗନ୍ନାଥ ଦାସ ଓ ସରଣା ଗ୍ରାମର ରାଜା ମୁଦୁଲି । ହତ୍ୟାକାଣ୍ଡ ସମ୍ପର୍କରେ ଏମାନଙ୍କୁ ପଚରା ଉଚୁରା କରିବାପରେ ପୋଲିସ ତାଙ୍କୁ କୋର୍ଟ ପଠାଇଛନ୍ତି ।ଥାନା ଅଧିକାରୀ କୃଷ୍ଣ ପ୍ରାସାଦ ମିଶ୍ରଙ୍କ ସୂଚନା ମୁତାବକ କିଛି ମାସ ହେବ ଜଜାଙ୍ଗ ଗ୍ରାମର ଜଣେ ମହିଳା କୁ ବିଭିନ୍ନ ଉପାୟରେ ରଶ୍ମିରଞ୍ଜନ ହଇରାଣ ହରକତ କରି ଆସୁଥିଲା । ଏହାକୁ ନେଇ ସେହି ମହିଳା ଙ୍କ ସ୍ୱାମୀ ପ୍ରତିଶୋଧ ପରାୟଣ ହୋଇ ରଶ୍ମିରଞ୍ଜନ କୁ ମାରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ତାପରେ ଖୋଜିବୁଲିଥିଲେ ସୁପାରୀକିଲର l ହାବୁଡ଼ରେ ପଡ଼ିଥିଲେ ବାଲିକୁଦାର ଏହି ୨ବ୍ୟକ୍ତି । ତାଙ୍କ ସହ ବୁଝାମଣା ହୋଇ ରଶ୍ମିରଞ୍ଜନ କୁ ମରିବାପାଇ ୩ ଲକ୍ଷ ଟଙ୍କା ଡିଲ ହୋଇଥିଲା ଓ ତାପରେ ଚାଲିଥିଲା ଅପେରେଶନ । ଯୋଜନା ମୁତାବକ ଗତ ଅକ୍ଟୋବର ୨୨ ମଙ୍ଗଳବାର ରାତିରେ ସେମାନେ ରଶ୍ମିରଂଜନକୁ ଡ଼ାକି କଟରା ପୋଖରୀ ହୁଡ଼ାରେ ତାଙ୍କସହ ମଦ୍ୟପାନ କରିଥିଲେ । ପରେ ବିଳମ୍ବିତ ରାତିରେ ଧାରୁଆ କଟୁରି ସାହାଯ୍ୟ ରେ ରଶ୍ମିରଞ୍ଜନଙ୍କ ବେକକୁ ହାଣି ତାଙ୍କୁ ପୋଖରୀ ଭିତରକୁ ଫିଙ୍ଗିଦେବା ସହ ତାଙ୍କ ବାଇକକୁ ବି ପୋଖରୀ ଭିତରକୁ ଠେଲି ଦେଇଥିଲେ ।ଆହୁରି ବହୁତ ସତ୍ୟାସତ୍ୟ ପଦାକୁ ଆସିବାକୁ ଥିବାବେଳେ ଛେପ ଢ଼ୋକିଛି ପୋଲିସ ! ଏହାକୁ ନେଇ ଜଗତସିଂହପୁର ଏସ୍ପି ପ୍ରେସ ସମୁଖକୁ ଆସିନଥିଲେ ମଧ୍ୟ ତିର୍ତ୍ତୋଲ ପୋଲିସ ଙ୍କ ଦ୍ଵାରା ପ୍ରେସ ରିଲିଜ କରାଇଥିଲେ । କାରଣ ନିକଟରେ ହୋଇଥିବା ଯାଜପୁର ସ୍ମିତାରାଣୀ କେସରେ ବିସ୍ପୋରକ ବୟାନଦେଇ ଫସିବାକୁ ଯାଉଛନ୍ତି ପୋଲିସ ଅଧିକାରୀ !