ସାମୁଦ୍ରିକ ଝଡ ବୁଲବୁଲ ପ୍ରଭାବ : ଭାଙ୍ଗିଗଲା ବାଲିଯାତ୍ରା ଟେଂଟ,ଷ୍ଟଲ,ବିଜୁ ମଇଦାନ ଜଳାର୍ଣ୍ଣବ

0 649


ପାରାଦୀପ/ଅଠରବାଙ୍କୀ(ସ୍ମୃତି ରଂଜନ ଜେନା): ସାମୁଦ୍ରିକ ଝଡ “ବୁଲବୁଲ’’ ପଶ୍ଚିମବଙ୍ଗ ଅଭିମୂଖେ ଗତି କରିବା ହେତୁ ପାରାଦୀପ ସମେତ ଉପକୂଳବର୍ତୀ ଅଞ୍ଚଳବାସୀ ବିଶେଷ ପ୍ରଭାବିତ ହୋଇ ନ ଥିବା ବେଳେ ବାଲିଯାତ୍ରା ପାଇଁ ମାସାଧିକକାଳ ଧରି ଜାରି ରହିଥିବା ପ୍ରସ୍ତୁତ କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସାମୁଦି୍ରକ ଝଡ ବୁଲବୁଲ ବାଲିଯାତ୍ରା ପାଇଁ ପ୍ରସ୍ତୁତ ମଞ୍ଚ,ଟେଂଟ,ଅସ୍ଥାୟୀ ଶୈାଚାଳୟ, ଅସ୍ଥାୟୀ ରାସ୍ତା ସମେତ ଶହ ଶହ ଷ୍ଟଲ ଗୁଡିକ ଭାଙ୍ଗି ରୁଜି ମାଟିରେ ମିଶେଇ ଦେଇଛି ତା ନୁହେଁ ବରଂ କଳିଙ୍ଗ ବାଲିଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ବିଜୁ ମଇଦାନ ପରିସରରେ ଦୁଇରୁ ତିନି ଫୁଟ ଉଚ୍ଚର ବର୍ଷା ଜଳ ଜମି ରହିଥିବା ଦେଖିବାକୁ ମିଳିଛି । ଶନିବାର ଅପରାହ୍ନରେ ଝଡର ପ୍ରଭାବ ହ୍ରାସ ପାଇବା ପରେ ଭାଙ୍ଗିରୁଜି ମାଟିରେ ମିଶିଥିବା ଟେଂଟ,ଷ୍ଟଲ,ଅସ୍ଥାୟୀ ରାସ୍ତା,ଶୈାଚାଳୟ ଆଦିର ବିଭତ୍ସ ଦୃଶ୍ୟ ଶହ ଶହ ଦେଖଣାହାରୀ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । ତେବେ ସାମୁଦ୍ରକ ଝଡ ବୁଲବୁଲ ପ୍ରଭାବରେ ବ୍ୟାଙ୍କ ଷ୍ଟ୍ରିଟ,ଜଗନ୍ନାଥ ମନ୍ଦିର ମାର୍ଗ,ମଧୁବନ କଲୋନୀ, କଲେଜ ଛକ,ଅଫିସର କ୍ଲବ ଛକ, ଅଠରବାଙ୍କୀ ଆଦି ରାସ୍ତା ପାଶ୍ୱର୍ରେ ଥିବା ବହୁ ଗଛ ଉପୁଡି ପଡିବା ସାଙ୍ଗକୁ ଆଉ କିଛି ଭାଙ୍ଗି ରାସ୍ତାରେ ପଡି ରାସ୍ତା ଅବରୋଧ କରିଥିଲେ ହେଁ କିଛି କ୍ଷଣ ଭିତରେ ପୂର୍ବରୁ ପାରାଦୀପରେ ତୟାର ଥିବା ଏନ୍ଡିଆରଏଫ୍ ଟିମ ରାସ୍ତାରୁ ଅବରୋଧ ହଟେଇ ଯାତାୟତ ସ୍ୱାଭାବିକ କରିଥିଲେ ।

Leave A Reply

Your email address will not be published.

twenty + 4 =