ନାଉଗାଁରେ ଜନ ଶୁଣାଣି ଶିବିରରେ ୨୫୭ ଅଭିଯୋଗ : ପଡୋଶୀଙ୍କ ଚାଳଘର ଓ ଗୁହାଳ ଦେଖାଇ ପ୍ରଧାନମନ୍ତ୍ରୀ ଆବାସ ହରିଲୁଟ୍

0 558

ନାଉଗାଁ(ମନୋଜ କୁମାର ନାୟକ): ନାଉଗାଁ ବ୍ଲକ ପରିସରରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୨୫୨ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସଂପର୍କିତ ଯଥା ଇନ୍ଦିରା ଆବାସ/ବିଜୁ ପକ୍କାଘର ସମସ୍ୟାରେ ୧୬୭ଟି, ଭତାରେ ୧୬ଟି, ରାସନ କାର୍ଡରେ ୨୯ଟି, ଆଇନ ସହାୟତାରେ ୩ଟି, ସାମୁକିକରେ ୮ଟି, ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଠିରୁ ସହାୟତା ପାଇବା ପାଇଁ ୩ଟି, ଫନି ବାତ୍ୟା ସମ୍ବନ୍ଧୀୟରେ ୧୩ଟି ଓ ଅନ୍ୟାନ୍ୟରେ ୧୩ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା । ଏଥି ମଧ୍ୟରୁ ୫ଟି ଅଭିଯୋଗର ଶୁଣାଣି କରାଯାଇ ଏହାର ଫଇସଲା କରାଯାଇଥିଲା । ସେମାନଙ୍କ ସମସ୍ୟ ଜିଲ୍ଲାପାଳଙ୍କ ନିକଟରେ ରଖିଥିଲେ ଜିଲ୍ଲାପାଳଙ୍କ ଲୋକପ୍ରିୟତାକୁ ଦୃଷ୍ଟି ରଖି ଅଧିକାଂଶ ଲୋକେ ଜିଲ୍ଲାପାଳଙ୍କ ଆସିବା ପାଇଁ ଅପେକ୍ଷା କରି ରହିଥିଲେ ଜିଲ୍ଲାପାଳ ଶିବିର ଚାଲିବା ପରେ ଡେରିରେ ଆସି ପହଞ୍ଚିଥିଲେ । ଏହି ଶିବିରରେ ପାରାଦୀପ୍ ପୋର୍ଟ ର ପୁର୍ବତନ ଟ୍ରଷ୍ଟି ପ୍ରତାପ ମିଶ୍ର ଜିଲ୍ଲାପାଳଙ୍କ ନିକଟରେ ସମ୍ପୂର୍ଣ୍ଣ ଚାଳଘର ଥିବା ତାଲିକା ଓ ଜିଓ ଟ୍ୟାଗିଙ୍ଗ୍ରେ ବ୍ୟାପକ ପାତରଅନ୍ତର ଓ ସମସ୍ତ ଗରିବ ଲୋକଙ୍କୁ ଚିହ୍ନଟ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇଦେବା ପାଇଁ ଦାବି କରିବା ସହ ନାଉଗାଁ ବ୍ଲକରେ କେନ୍ଦ୍ର ସରକାରଙ୍କ ଯୋଜନା ସମ୍ପୂର୍ଣ୍ଣ ବାଟବଣା ହେଉଥିବା ଅଭିଯୋଗ କରିଥିଲେ । ଏପରିକି ଛାତ ଘର ଥିବା ଲୋକ ପଡୋଶୀର ଚାଲଘର କିମ୍ବା ଗୁହାଳ ଦେଖାଇ ଉକ୍ତ ଯୋଜନାକୁ ହଡପ କରୁଛନ୍ତି । ନବନିର୍ମାଣ କୃଷକ ସଂଙ୍ଗଠନ ଫନି ଓ ବୁଲବୁଲ ବାତ୍ୟାରେ ଚାଷିକୁଳ କ୍ଷୟ କ୍ଷତିର ଭରଣା ରାଜସ୍ୱ ଓ କୃଷି ବିଭାଗ ଉଦ୍ୟାନ ବିଭାଗର ଅବହେଳା ଯୋଗୁ ନାଉଗାଁର ଚାଷି ମାନେ ସରକାରୀ ସାହାଯ୍ୟରୁ ବଂଚିତ ବୋଲି ଅଭିଯୋଗ କରିଥିଲେ । ହଜାର ହଜାର ଏକର ଚାଷ ଜମି ଏବେ ପାଣି ଘେରରେ ବୁଡି ଧାନ ନଷ୍ଟ ହେଲାଣି । ତେଣୁ ଚାଷୀମାନଙ୍କର ସୁରକ୍ଷା ଦୃଷ୍ଟିରୁ ସରକାର ଦୃଷ୍ଟି ଦେବାକୁ କୃଷକ ନେତା ଆଶୋକ ସ୍ୱାଇଁ ଦାବି କରିଥିଲେ । ନନ୍ଦିଗ୍ରାମରେ ସରକାରୀ ଯୋଜନା ବିଫଳ ପ୍ରସଙ୍ଗରେ ଦିଲ୍ଲୀପ କୁମାର ପାଢୀ ଜାମୁଗାଁ ପଞ୍ଚାୟତ ରାଜସ୍ୱ ଗ୍ରାମ ନନ୍ଦିଗ୍ରାମ ଏହି ଗ୍ରାମରେ ସରକାରି ଯୋଜନା ସମ୍ପୁର୍ଣ୍ଣ ବିଫଳ ହୋଇଛି ବୋଲି ଜିଲ୍ଲାପାର୍ଳ୍କ ନିକଟରେ ଦାବି କରିଛନ୍ତି । ଶିକ୍ଷା,ପାନୀୟ ଜଳ,ପରିମଳ,ଆବାସେଯାଜନା,ଖାଉଟି ସାମଗ୍ରୀ ଆଦି ବିଭିନ୍ନ ସମସ୍ୟା ଉକ୍ତ ଗାଁରେ ଦିର୍ଘ ଦିନ ଧରି ରହିଆସିଛି । ପାନିୟ ଜଳ ବ୍ୟବସ୍ତା ନନ୍ଦିଗ୍ରାମରେ ଜଳଯୋଗାଣ ପ୍ରକଳ୍ପ କରିଥିଲେ ମଧ୍ୟ ଉକ୍ତ ପାଣି ଟାଙ୍କିରୁ ଅପରିସ୍କାର ପାଣି ବାହାରୁଛି । ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଗରିବ ଲୋକ ପରିବର୍ତ୍ତେ କୋଠା ଘର ଥିବା ଲୋକ ପାଉଛନ୍ତି । ବିଧବା ଅସହାୟ ପ୍ରେମଲତା ପାଢୀ ଖାଉଟି ସାମଗ୍ରୀ ପାଇବାରୁ ବଞ୍ଚôତ । କୃଷି କ୍ଷେତ୍ରରେ ଏହି ଗ୍ରାମରେ ଜଳ ନିସ୍କାସନ ବ୍ୟବସ୍ଥା ନଥିବାରୁ ବର୍ଷାଦିନେ ଚାଷିଙ୍କର ଚାଷ ଜମିରେ ପାଣି ଜମିରହି ନଷ୍ଟହେଉଥିବା ଚାଷି ଅଭିଯୋଗ କରିଥିଲେ । ମୋଗାଁର ସମସ୍ୟାକୁ ନେଇ ଆଠ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ । ତିରୁଣା ସେବା ସମବାୟ ସମିତିରେ ବ୍ୟାପକ ଠକେଇ ସପି ସାହୁଙ୍କ ନାଁରେ କୃଷି ରୁଣକରି ପିଅନ ସୋବନୀ ମଲ୍ଲିକ୍ ଆତ୍ମସାତ କରି ରୁଣ ନସୁଝି ଅଭିଯୋଗ କରିଥିଲେ । ଜୟନ୍ତ କୁମାର ସ୍ୱାଇଁ ସାରିରିକ ଅକ୍ଷମ ୪ଥର ଦଣ୍ଡିସ ରୋଗରେ ଆକ୍ରାନ୍ତ ସରକାରୀ ସାହାର୍ଯ୍ୟ କିଛି ମିଳିନି ଏବଂ ଏନଜେନ କମ୍ପାନୀରେ ଚାକିରି କରିଥିଲେ ଦେହ ଅସୁସ୍ତ ଥିବା କାରଣରୁ ଚାକିରିରେ ଆଉ କାର୍ଯ୍ୟକରିବା ପାଇଁ ଅନୁମତି ଦେଲେ ନାହିଁ ୧୫ ମାସ ହେଲା ଆର୍ଥୀକ ଅସୁବିଧା ଦେଇ ଗତି କରୁଛନ୍ତି । ଅଜୟ ଦସ ନାଉଗାଁ ବ୍ଲକରେ ଆଧାର କେନ୍ଦ୍ର ସ୍ଥାପନ ପାଇଁ ନାଉଗାଁର ୧୬ଟି ପଞ୍ଚାୟତର ଲୋକେ ଆଧାର କାର୍ଡର ସଂସୋଧନ ନୁତନ ଆଧାରକାର୍ଡ କରିବା ପାଇଁ ନାଉଗାଁ ବ୍ଲକରେ କୌଣସି ସୁବିଧା ନାହିଁ । ଯାହାଫଳରେ କି ୨୦ ରୁ ୨୫ କିଲୋମିଟର ଦୁର ଜଗତସିଂହପୁରରେ ଆସି ଆଧାର ସଂଯୋଗ କରିବାକୁ ପଡୁୁଛି । ଲୋକମାନେ ନାହିଁ ନଥିବା ଅସୁବିଧାରେ ପଡୁଛନ୍ତି । ବଛାଳୋ ଗ୍ରାମପଞ୍ଚୟତର ସରପଞ୍ଚ ନରୋତମ କାଣ୍ଡି ଅଭିଯୋଗ କରିଛନ୍ତି ଯେ ବଛାଳୋ ଗ୍ରମପଞ୍ଚୟତର ସଭାପତି ପ୍ରଫୁଲ ବାଉତ ବିଦ୍ୟାଳୟର ଏସ୍ ଏମସି କମିଟିର ସମସ୍ତ ସଭ୍ୟଙ୍କର ଜାଲ୍ ଦସ୍ତଖତ ନେଇ ବିଦ୍ୟାଳୟ ଓ ବିଦ୍ୟାଳୟ ଶିକ୍ଷୟୀତ୍ରିଙ୍କୁ ବଦନାମ କରିବା ପାଇଁ ମିଥ୍ୟା ଅଭିଯୋଗ କରିଛନ୍ତି । ଏହାର ତଦନ୍ତ କରିବା ପାଇଁ ଦାବି କରିଛନ୍ତି । ଏହି ଶିବିରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଉପ ଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର, ଡିଏସପି ଏସଏନ ପଟ୍ଟନାୟକ, ପ୍ରକଳ୍ପ ନିଦେ୍ର୍ଧଶକ ସରୋଜ କାନ୍ତ ମହାନ୍ତି, ବି.ଡି.ଓ ରଶ୍ମିରେଖା ମଲ୍ଲିକ, ତହସିଲଦାର ଜେ.କଳ୍ପନା, ପଞ୍ଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ସମସ୍ତ ବିଭାଗର ଅଧିକାରୀ ଓ ୧୬ଟି ପଞ୍ଚାୟତର ପ୍ରତିନିଧି ଏବଂ ଜନସାଧାରଣ ମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

3 × 5 =