ଅତ୍ୟାଚାରର ଶିକାର ଦଳିତ ପରିବାର : ସନ୍ଦେହ ଘେରରେ ପୁଲିସ

0 678

ନାଉଗାଁ ( ମନୋଜ କୁମାର ନାୟକ): ନାଉଗାଁ ଥାନା ଅନ୍ତର୍ଗତ ବ୍ଳକଛକ ଠାରେ ଜଗତସିଂହପୁର ଦଳିତ ବିକାଶ ପରିଷଦ ପକ୍ଷରୁ ବୁଧବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ସଂଘର ସଭାପତି ଶଙ୍କର ଦାସ,ସାଧାରଣ ସଂପାଦକ ଅକ୍ଷୟ କୁମାର ମଲ୍ଲିକ, ମୃତା ଯୁବତୀ ମା ଶାକୁଳି ଦାସ,ବାପା ହଟକିଶୋର ଦାସ ଉପସ୍ଥିତ ଥିଲେ । ଗତ ୭ ନଭେମ୍ବର ୨୦୧୯ରେ ତିରୁଣା ପଂଚାୟତ ତେଂଟୋଇ ଗ୍ରାମରେ ଆତ୍ମହତ୍ୟା କରିଥିବା ମୃତା ଯୁବତୀଙ୍କ ମା ଦେଇଥିବା ଅଭିଯୋଗକୁ ନାଉଗାଁ ଥାନା ପକ୍ଷରୁ ଗୁରୁତ୍ୱର ଭାବେ ଗ୍ରହଣ କରାଯାଇନାହିଁ । ଏପରିକି ମୃତା ଯୁବତୀଙ୍କୁ ଉକ୍ତ ଗ୍ରାମର ଦୀପକ ବେହୁରା ବାରମ୍ବାର ଅଶ୍ଳିଳ ଇଂଗିତ କରୁଥିବା ବେଳେ ଅଶ୍ଳିଳ ଫଟୋ ଉଠାଇ ଯୁବତୀର ଘରକାନ୍ଥରେ ଲଗାଉଥିଲା । ଏହି ବିଷୟରେ ମୃତା ଯୁବତୀଙ୍କ ପରିବାର ପକ୍ଷରୁ ଗତ ୬ ମାସ ହେବ ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଥାନା ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ଯାହାଫଳରେ ଲୋକ ଲଜ୍ଜାକୁ ଡରି ଯୁବତୀ ଜଣକ ଆତ୍ମହତ୍ୟା କରିଥିଲା ।ସେହିପରି ଭାବେ ସରକାରଙ୍କର ୫ଟି ଓ ମୋ ସରକାର କାର୍ଯ୍ୟ କରୁଥିବା ବେଳେ ନାଉଗାଁ ଥାନାରେ ଏହାର ବ୍ୟତିକ୍ରମ ଦେଖାଦେଇଛି ।ଯାହାଫଳରେ ଜଣେ ଦଳିତ ପରିବାର ଉପଯୁକ୍ତ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି । ସେମାନଙ୍କର ନିଜର ଗୁଣ୍ଠେ ହେବ ସ୍ଥାନ ନଥିବା ବେଳେ ସରକାରୀ ସ୍ଥାନରେ ଘର କରି ରହୁଛନ୍ତି । ତେଣୁ ଉକ୍ତ ପରିବାରକୁ ବସୁନ୍ଧରା ଯୋଜନାରେ ବାସଗୃହ,ଜାତି ଓ ଜନଜାତି ଆଇନି ଅନୁଯାୟୀ ୫୦ଲକ୍ଷ କ୍ଷତିପୁରଣ ସହିତ ଅଭିଯୁକ୍ତକୁ କଠୋର ଦଣ୍ଡ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ଯଦି ଏହାର ବ୍ୟତିକ୍ରମ ଘଟେ ତେବେ ଦଳିତ ସଂଘ ନ୍ୟାୟ ପାଇଁ ରାଜରାସ୍ତାକୁ ଓହ୍ଳାଇବ ବୋଲି ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.

nine − 6 =