କୁଜଙ୍ଗ: କୁଜଙ୍ଗରେ କାର୍ଯ୍ୟରତ ବିଡ଼ିଓ କିଶୋରଚନ୍ଦ୍ର ସ୍ୱାଇଁଙ୍କର ଅନ୍ୟତ୍ର ବଦଳି ହୋଇଛି । ବିଦାୟୀ ବିଡ଼ିଓ ମାତ୍ର ୧୬ ମାସ ଏଠାରେ କାର୍ଯ୍ୟ କରିବା ପରେ ତାଙ୍କର ବଦଳି ହୋଇଛି । ତାଙ୍କର ବଦଳି ପଛରେ ଅନେକ କଥା ଶୁଣାଯାଉଛି । ତେବେ ଏକ ଭାଇରାଲ ଅଡିଓରେ ବିଡିଓଙ୍କ ସଂପୃକ୍ତି ନେଇ ‘ଶାନ୍ତିସେନା ନୁ୍ୟଜ’ରେ ଅକ୍ଟୋବର ୩ରେ ପ୍ରଥମେ ଖବର ପ୍ରକାଶ ପାଇଥିଲା । ଯାହା କୁଜଙ୍ଗ ଅଂଚଳରେ ଚର୍ଚ୍ଚା ସୃଷ୍ଟି କରିଥିଲା । ତେବେ ବିଡ଼ିଓଙ୍କ ବଦଳି ପଛରେ ଏହା ମୁଖ୍ୟ କାରଣ ବୋଲି କୁହାଯାଉଛି ।
କୁଜଙ୍ଗ ବିଡିଓ ଙ୍କ କ୍ୱାଟର ଆଗରେ ପ୍ରାୟ ରାତି ୨ଘଟିକା ସମୟରେ ଜଣେ ମହିଳାଙ୍କୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚାର ବିଶେଷ ପାଲଟି ଥିଲା । କେହି ଜଣେ ଏହି ଦୃଶ୍ୟକୁ ବହୁ ଦୂରରୁ ରହି ତାଙ୍କ ମୋବାଇଲରେ ଫୋଟୋ ଉଠାଇ ଥିଲା । ଯାହା ଏବେ ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗିଛି । ଏଠାରେ ପ୍ରଶ୍ନ ଉଠେ ଏହି ଯୁବତୀ ଜଣକ କଣ ପାଇଁ ଆସିଥିଲେ ? ଯଦି ଆସିଥିଲେ ତାଙ୍କୁ ଆଣିଥିଲେ କିଏ ? ଆଉ ଏତେ ରାତିଯାଏ ଅଣ କରୁଥିଲେ ବିଡିଓ ମହାଶୟଙ୍କ କ୍ୱାଟର ଆଗରେ ? ଏବଂ ଆଉ ଜଣେ ଲୋକ ତାଙ୍କୁ ବିଡିଓ ଙ୍କ କ୍ୱାଟର ଫାଟକ ଭିତରୁ ଦୁଇ ଚକିଆ ଗାଡ଼ି ବାହାର କରି ନେଇ ଯିବାକୁ ଚେଷ୍ଟା କରୁଛି l ଏହାକୁ ନେଇ ଏହି ଅଞ୍ଚଳରେ ହଟଚମଟ ସୃଷ୍ଟି ହୋଇଥିଲା ।