ପିଆଇସିଟି ରେଲୱେ ଫାଟକ ଗେଟ୍ ଖସି ପଡିଲା, ନିମ୍ନ ମାନର କାର୍ଯ୍ୟ ଅଭିଯୋଗ: ଅଳ୍ପକେ ବର୍ତ୍ତିଲେ ଶ୍ରମିକ

0 657

ପାରାଦୀପ/ଅଠରବାଙ୍କୀ (ସ୍ମୃତି ରଞ୍ଜନ ଜେନା ): ପାରାଦୀପ ବନ୍ଦରର ୪ନମ୍ବର ଫାଟକ ନିକଟରେ ଥିବା ପିଆଇସିଟୀ ପ୍ରକଳ୍ପ ର ରେଲୱେ ଫାଟକ ରେ ଥିବା ଗେଟ୍ ଆଜି କୌଣସି କାରଣରୁ ଖସି ପଡ଼ିଛି। ଯଦିଓ ଏଥିରେ କେହି ମୃତାହତ ହୋଇ ନାହାଁନ୍ତି କିନ୍ତୁ ସେଠାରେ ଯିବା ଆସିବା କରୁଥିବା କେତେକ ଶ୍ରମିକ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି। ତେବେ ଏହା ନିଶ୍ଚିତ ଭାବେ ନିମ୍ନ ମାନର କାର୍ଯ୍ୟ ହୋଇଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି। ମାତ୍ର କେଇଟା ମାସ ଆଗରୁ ନିର୍ମିତ ହେଇଥିବା ଏହି ପ୍ରକଳ୍ପ କାର୍ଯ୍ୟ ରେ ବ୍ୟାପକ ଅନିୟମିତତା ହୋଇଛି ବୋଲି କୁହାଯାଉଥିଲା। କେତେକ ଅସାମାଜିକ ଯୁବକ ଏଥିରେ ଦାଦାଗିରି ଦେଖାଇ କାମ କରୁଥିଲେ ଯେଉଁଥିରେ ପିଆଇସିଟି କର୍ତ୍ତୃପକ୍ଷ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଥିଲେ। ତେବେ ସେମାନେ ଅଣକୁଶଳୀ ହୋଇଥିବାରୁ ଠିକ୍ ଭାବରେ କାର୍ଯ୍ୟ ହୋଇନାହିଁ ବୋଲି ପ୍ରଥମ ରୁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ସେଥି ପ୍ରତି କେହି କର୍ଣ୍ଣପାତ କରିନଥିଲେ। ତେବେ ଧିରେଧିରେ ପ୍ରକଳ୍ପ କୁ ଯେତେ ବୟସ ବଢୁଛି ସେତିକି ପରିମାଣରେ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଉଛି। ନିକଟ ଅତୀତରେ ପ୍ରକଳ୍ପ ପରିସରରେ କେତେକ ଦୁର୍ଘଟଣା ହୋଇ ଥିବା ବେଳେ ଆଜି ସର୍ବସାଧାରଣ ଙ୍କ ଚଲାପଥ ରେ ଦୁର୍ଘଟଣା ଘଟିଛି। ତେବେ ଏସବୁକୁ ଦୃଷ୍ଟିରେ ରଖି ପିଆଇସିଟି କର୍ତ୍ତୃପକ୍ଷ ତୁରନ୍ତ ମୁଖ୍ୟ ସ୍ଥାନ ସବୁ ପୁନର୍ବାର ଯାଞ୍ଚ କରିବାର ଆବଶ୍ୟକତା ରହିଛି। ନହେଲେ ଧନଜୀବନ ହାନି କୁ କସ୍ମିନ୍ କାଳେ ଏଡାଇ ଦିଆଯାଇନପାରେ।

Leave A Reply

Your email address will not be published.

3 × 5 =