ସୂଚନା ଅଧିକାର ନିୟମରେ ମିଳୁନି ସୂଚନା : ‘୫ଟି’ ଓ ‘ମୋ ସରକାର’ ଯୋଜନା ପ୍ରହସନ ଅଭିଯୋଗ

0 545


କୁଜଙ୍ଗ(ରଂଜିତ କୁମାର ପଣ୍ଡା): କେନ୍ଦ୍ର ସରକାର ସୂଚନା ଅଧିକାର ଆଇନ ପ୍ରଣୟନ କରିବାପରେ ଏହା ଅଧୀନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି,ପ୍ରତିରକ୍ଷା ବିଭାଗ ଆଦି ଆବଶ୍ୟକୀୟ ତଥ୍ୟ ପ୍ରଦାନ କରୁଥିବାବେଳେ ଦୁର୍ନିତୀରେ ଉବୁଟୁବ ସମବାୟ ବିଭାଗ ଏହାକୁ ତିଳେମାତ୍ର ଖାତିର କରୁନଥିବା ଅଭିଯୋଗ ହୋଇଛି । ଏପରିକି ସମବାୟ ସମିତିର ସମ୍ପାଦକଙ୍କୁ ତଥ୍ୟ ମାଗିଲେ ଅନଧିକାର ଭାବେ ସଭାନେତ୍ରୀ ବୋଡର଼୍ ନିଷ୍ପତି ଅନୁଯାୟୀ ତଥ୍ୟ ପ୍ରଦାନ କରାଯିବ ନାହିଁ ବୋଲି ଆବେଦନ କାରୀଙ୍କୁ ଲିଖିତଭାବେ ଜଣାଇଥିବା ଭଳି ବେଆଇନ କାର୍ଯ୍ୟ ହୋଇଥିବା ଜଣାପଡ଼ିଛି । ଏହି ଘଟଣା ପରେ ସମବାୟ ସମିତିରେ ଆଖିବୁଝା ଦୁର୍ନିତୀ ହୋଇଥିବା ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି । ତେବେ ଜିଲ୍ଲାପାଳ ତଥା ବିଭାଗୀୟ ମୁଖ୍ୟ ଏହି ଘଟଣାରେ ଉଚ୍ଚସ୍ତରୀୟ ତଦ୍ଧନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି ।
ପ୍ରକାଶଯେ, କୁଜଙ୍ଗ ବ୍ଳକ ଅନ୍ତର୍ଗତ ମହ୍ଲାସାହୀ ସେବା ସମବାୟ ସମିତିରୁ ସ୍ଥାନୀୟ ସମିତି ଅଧୀନ ମହ୍ଲାସାହୀ ଗ୍ରାମର ସମିତି ସଭ୍ୟଥିବା ରଂଜିତ କୁମାର ପଣ୍ଡା ସୂଚନା ଅଧିକାର ଆଇନ୍ ବଳରେ ସମିତି ସମ୍ପାଦକ ଶତୃଘନ ବାରିକଙ୍କ ଠାରୁ କେତେକ ତଥ୍ୟ ଲୋଡ଼ିଥିଲେ । ମାତ୍ର ଶ୍ରୀଯୁକ୍ତ ବାରିକ ଏହି ତଥ୍ୟ ଦେବା ବଦଳରେ ସୂଚନା ପ୍ରତ୍ୟାହାର କରିବାକୁ ବିଭିନ୍ନ ବ୍ୟକ୍ତିଙ୍କ ଜରିଆରେ ଆବେଦନକାରୀଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ । ଏଥିରେ ଆବେଦନକାରୀ ପ୍ରଭାବିତ ନହେବାରୁ ଗତ ୮ା୧୧ା୧୯ ରିଖରେ ସମିତି ସଭାନେତ୍ରୀ ସୁଭାଷିନୀ କର ଙ୍କ ସ୍ୱାକ୍ଷର ଥାଇ ଆବେଦନ କାରୀଙ୍କ ଏକ ପତ୍ର ଡ଼ାକଯୋଗେ ପ୍ରଦାନ କରାଯାଇଥିଲା । ଏଥିରେ ଉଲ୍ଲେଖ କରାଯାଇଥିଲା ଯେ ଆବେଦନକାରୀ ଜଣେ ନିୟମିତଭାବେ ଉଦ୍ୱେଶ୍ୟମୂଳକ ତଥ୍ୟ ଭାବେ ମାଗୁଥିବାବେଳେ ଏବଂ ଥରେ ମାଗି ତଥ୍ୟ ପାଇବାପରେ ପୁନର୍ବାର ତଥ୍ୟ ମାଗୁଥିବାରୁ ବୋଡର଼୍ ନିଷ୍ପତି ଅନୁଯାୟୀ ତାଙ୍କୁ ଆଉ ତଥ୍ୟ ପ୍ରଦାନ କରାଯିବ ନାହିଁ ବୋଲି କୁହାଯାଇଥିଲା । ଯାହା ସୂଚନା ଅଧିକାର ନିୟମର ଖୋଲା ଉଲଙ୍ଘନ ବୋଲି ଚର୍ଚ୍ଚା ହେଉଛି । ଏଠାରେ ପ୍ରଶ୍ନ ଉଠେ ଆବେଦନକାରୀ ସମିତିର ସୂଚନାଅଧିକାରୀ ସମ୍ପାଦକଙ୍କୁ ତଥ୍ୟ ମାଗିଥିବାବେଳେ ସଭାନେତ୍ରୀଙ୍କର ତାଙ୍କୁ ସୂଚନା ଦିଆଯିବ ନାହିଁ ବୋଲି ଚିଠି କରିବାର ଅଧିକାର କେଉଁଠୁ ଆସିଲା । ସେହିପରି କେଉଁ ଆଧାରରେ ବୋଡର଼୍ ସଭ୍ୟ ମାନେ ସୂଚନା ପ୍ରଦାନ ନକରିବାକୁ ନିଷ୍ପତି ଗ୍ରହଣ କଲେ । ତେବେ ଆବେଦନକାରୀ ମାଗିଥିବା ସୂଚନା ତାଙ୍କୁ ଆଇନ ଅନୁଯାୟୀ ପ୍ରଦାନ କରାନଯାଇ ଆଇନରେ ଫାଙ୍କ ଖୋଯିବା ସର୍ବୋପରେ ତାଙ୍କୁ ହତୋତ୍ସାହିତ କରିବା ଘଟଣାରୁ ଏହି ସମସବାୟ ସମିତିରେ ସବୁକିଛି ଠିକଠାକ ଚାଲି ନାହିଁ ବୋଲି ସୂଚନା ଦେଉଛି । ଏବେ ରାଜ୍ୟସରକାର ‘୫ଟି’ ଏବଂ ‘ମୋ ସରକାର’ ଯୋଜନାର ନାରାଦେଇ ଦୁର୍ନିତୀର ମୂଳୋପôାଟନ କରିବାକୁ ପ୍ରୟାସ ଚଳାଇଥିବାବେଳେ ତୃଣମୂଳ ସ୍ତରରେ ଯେ ଦୁର୍ନିତୀ ଭରି ରହିଛି ଏହି ଘଟଣାରେ ସ୍ପଷ୍ଟ ଭାବେ ବାରି ହୋଇ ପଡ଼ୁଛି । ତେବେ ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲାପାଳ ଏହି ଘଟଣାର ତଦ୍ଧନ୍ତ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.

4 × one =