ତିର୍ତ୍ତୋଲ(ସାମନ୍ତରାୟ ମନୋରଞ୍ଜନ ଦାସ):ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ଠାରେ ଚେଳିତୋଳ ବାଲିଯାତ୍ରା ମହୋତ୍ସବର ଅନ୍ତିମ ସାଂସ୍କୃତିକ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚେଳିତୋଳ ବାଲିଯାତ୍ରାର ସଭାପତି ତଥା ବିଧାୟକ ବିଷ୍ଣୁ ଦାସ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି, ମୁଖ୍ୟବକ୍ତା ବିଜେଡ଼ିର ମୁଖପାତ୍ର ପି୍ରୟବ୍ରତ ମାଝି, ସମ୍ମାନନୀତ ଅତିଥି ମୟୁରଭଞ୍ଜ ସାରରକଣା ପୂର୍ବତନ ବିଧାୟକ ଭାର୍ଦବ ହାଂସଦା, ତିର୍ତ୍ତୋଲ ଏସ.ଡ଼ି.ପି.ଓ ଦିପକ ରଞ୍ଜନ ଜେନା, ଇଂ.ସୁଶିଲ କୁମାର ମହାପାତ୍ର, ତିର୍ତ୍ତୋଲ ନେହେରୁପଡ଼ିଆ ବଜାର କମିଟିର ସଭାପତି ନରହରି ମିଶ୍ର, ପୂର୍ତ୍ତବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ ବାବାଜୀ ଚରଣ ବେହେରା, ପଞ୍ଚାୟତସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି ପ୍ରମୁଖ ଯୋଗଦେଇ ପ୍ରାରମ୍ଭରେ ମା ଶାରଳାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦ୍ୱୀପ ପ୍ରଜ୍ୱଳନ କରିଥିଲେ । ଦିନେ ଚେଳିତୋଳ ବାଲିଯାତ୍ରା ଗଣପର୍ବରେ ପରିଣତ ହୋଇଥିବାବେଳେ ଚଳିତ ବର୍ଷ ଐତିହ୍ୟ ଓ ପରମ୍ପରାକୁ ପଛରେ ପକାଇ ଶାସକ ଦଳର ମିଳନ ପର୍ବରେ ପାଳନ ହୋଇଥିଲା । ଗଣ ପର୍ବ କୁହାଯାଉଥିବା ବାଲିଯାତ୍ରା ମଞ୍ଚରେ ଶାସକ ବିଜେଡ଼ି ଦଳକୁ ଛାଡ଼ି ଜଣେ ହେଲେ ବିଜେପି କିମ୍ବା କଂଗ୍ରେସ ନେତାଙ୍କୁ ଦେଖିବାକୁ ମିଳିନଥିଲା । ଚେଳିତୋଳ ଓ ନୌବାଣିଜ୍ୟ ସମ୍ପର୍କରେ ସାତ ଦିନ ଧରି ଅନୁଷ୍ଠିତ ସଭା ମଞ୍ଚରେ ଆଲୋଚନା ହେବା ପରିବର୍ତ୍ତେ ଦଳୀୟ ପ୍ରଶଂସା ଓ ସରକାରୀ କର୍ମଚାରୀଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଆଲୋଚନା କରାଯିବା ନେଇ ସ୍ଥାନୀୟ ଅଞ୍ଚଳର ସଂସ୍କୃତି ପ୍ରେମୀଙ୍କୁ ବ୍ୟଥିତ କରିଥିଲା । ଜଗତସିଂହପୁର ଜିଲ୍ଲା ବିଜେଡ଼ିରେ ଥିବା ଗୋଷ୍ଠୀ କନ୍ଦଳର ପ୍ରଭାବ ଚେଳିତୋଳ ବାଲିଯାତ୍ରାକୁ ପ୍ରଭାବିତ କରିଥିଲା । ଚେଳିତୋଳ ବାଲିଯାତ୍ରାର ଅନ୍ୟତମ ପ୍ରତିÂାତା ଦେବାଶିଷ ସାମନ୍ତରାୟ ଓ ସାଂସଦ ଡ଼. ରାଜଶ୍ରୀ ମଲ୍ଲିକଙ୍କ ନାମ ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ ଥିବାବେଳେ ବାଲିଯାତ୍ରାର ସାତ ଦିନ ମଧ୍ୟରେ ଏମାନଙ୍କୁ ଦେଖିବାକୁ ମିଳିନଥିଲା । ବାଲିଯାତ୍ରା ଉତ୍ସବକୁ ବନ୍ଦ କରାଯିବାପାଇଁ ଉଦ୍ୟମ ଚାଲୁଥିବାବେଳେ ବାଲିଯାତ୍ରା ଓ ଚେଳିତୋଳ ବୋଇତ ବନ୍ଦାଣକୁ ରକ୍ଷାକରିବାପାଇଁ ସାଡ଼ମ୍ବରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଏହି ଗଣ ପର୍ବକୁ ଉଜ୍ଜିବିତ କରି ରଖିଥିବା ସଂସ୍କୃତି ପ୍ରେମୀ ବାବା ବଳିଆଙ୍କୁ ଚଳିତ ବର୍ଷ ବାଲିଯାତ୍ରା ସଭାପତି ଓ କର୍ମକର୍ତ୍ତା ସମ୍ପୁର୍ଣ୍ଣ ଭୁଲିଯାଇଥିବା କୁହାଯାଉଛି । ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ବାଲିଯାତ୍ରାର ରଙ୍ଗ ଫିକା ପଡ଼ିଯିବାନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜିବୀ, ବରିÂ ନାଗରିକ, ସଂସ୍କୃତି ପ୍ରେମୀମାନଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି । ଚଳିତ ବର୍ଷ ବାଲିଯାତ୍ରାର ଅନ୍ତିମ ସନ୍ଧ୍ୟାରେ ସାଂସ୍କୃତିକ ସଭା ଓ ଆତସବାଜି ବିଳମ୍ବିତ ହେବାକୁ ନେଇ ଉପସ୍ଥିତ ଜନସାଧାରମାନଙ୍କ ମଧ୍ୟରେ ତୀବ୍ର ପ୍ରତିକି୍ରୟା ପ୍ରକାଶ ପାଇଥିଲା । ସଭାପ୍ରାରମ୍ଭରେ ନାରିନେତ୍ରୀ ମମତା ଦାଶ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମନ୍ତ୍ରୀ ଶ୍ରୀଯୁକ୍ତ ମାରାଣ୍ଡି ଏହି ଗଣ ପର୍ବରେ ଯୋଗଦେଇ ନିଜଅଞ୍ଚଳର ନୁଆଖାଇ ଓ ମକର ଠାରୁ ବଳି ଜନସମାଗମକୁ ଦେଖି ଭାବବିହୋଳିତ ହୋଇଯାଇଥିଲେ । ଆସନ୍ତା ବର୍ଷକୁ ଏହି ଗଣ ପର୍ବକୁ ସରକାରୀ ସହାୟତା ଯୋଗାଇବାପାଇଁ ବ୍ୟବସ୍ଥା କରିବେବୋଲି ପ୍ରତିଶୃତି ଦେଇଥିଲେ । ଅତିଥିମାନେ ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଏବଂ ସରକାରୀ ଅଧିକାରୀ, କମିଟିର କର୍ମକର୍ତ୍ତାମାନଙ୍କୁ ଉପଢେ଼øକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ତିର୍ତ୍ତୋଲ ପଞ୍ଚାୟତ ସମିତିଅଧ୍ୟକ୍ଷା ଶ୍ରୀମତି ସୁଜାତା ପାତ୍ର ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ । ପରେ ଆତସବାଜି କାର୍ଯ୍ୟକ୍ରମ ପରେ ମେଲୋଡ଼ି ରୁଦ୍ରାକ୍ଷ କଲଚରାଲ ଭୂବନେଶ୍ୱରଙ୍କଦ୍ୱାରା ପରିବେଷିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଗୁଡ଼ିକୁ ତପନ କୁମାର ମହାନ୍ତି, ସଂସ୍କୃତି ସଂଗଠକ ବିମଳ କୁମାର ମହାପାତ୍ର, ବାଲିଯାତ୍ରା ଉପସଭାପତି ବସନ୍ତ କୁମାର ମହାପାତ୍ର, ବଟକୃଷ୍ଣ ଦାଶ, ପ୍ରକାଶ ଚନ୍ଦ୍ର ସ୍ୱାଇଁ, ସାଂସ୍କୃତିକ ମଞ୍ଚ ପରିଚାଳକ ଅମରଜ୍ୟୋତି ସାହୁ, ରଶ୍ମି ରଞ୍ଜନ ଚୌଧୂରୀ, ପ୍ରଭୂତି ଭୂଷଣ ମହାପାତ୍ର, ଶ୍ରୀନିବାସ ଦାଶ, ରବିନ୍ଦ୍ର ସେଠୀ, ଅମୁଲ୍ୟ ଦାସ, ଅନ୍ତର୍ଯ୍ୟାମି ରାଉତ, ସୁବ୍ରତ ଦାଶ, ଖୋକନ ରାୟ, ଯଶୋବନ୍ତ ରାଉତ, ହୁଣ୍ଡା ବାରିକ୍, ବାବୁ ଦାସ, ରମେଶ ଚନ୍ଦ୍ର ରାଉଳ, ଦେବୀ ପ୍ରସାଦ ମହାପାତ୍ର, ଅରୁଣ ମହାପାତ୍ର, ଦିପକ ଦାସ, ତନ୍ମୟ ଦାସ, ସୁବର୍ଣ୍ଣ ପଣ୍ଡା, ପପି ଡେ଼କୋରେଟର ଶିଶିର ଦାସ, ଜଗତସିଂହପୁର ସାହୁ କେବୁଲଙ୍କ ସମେତ ପରିଷଦର ସମସ୍ତ ସଭ୍ୟ ପରିଚାଳନା କରିଥିଲେ ।