ନାଉଗାଁ(ମନୋଜ କୁମାର ନାୟକ): ଓଡିଶା ଦୁର୍ନୀତି ସଂଘର୍ଷ ମଂଚର ଅଧ୍ୟକ୍ଷ ଡଃ ନନ୍ଦନନ୍ଦନ ଦାସଙ୍କ ଅଧ୍ୟକ୍ଷତାରେ ମଂଚର ଏକ ନୂତନ ଶାଖା ନାଉଗାଁ ବ୍ଲକରେ ଉନ୍ମୋଚନ ହୋଇଯାଇଛି । ଏଥିରେ ମଂଚର ରାଜ୍ୟ ସାଧାରଣ ସଂପାଦକ ଡଃ ଜଗବନ୍ଧୁ ଷଡଙ୍ଗି, ସହ ସଂପାଦକ ଲାୟନ କ୍ଷୀତିଶ ଚନ୍ଦ୍ର ପାଲଟାସିଂହଙ୍କ ଉପସ୍ଥିତିରେ ନାଉଗାଁ ଶାଖାର ସଭାପତିଭାବେ ରବିନ୍ଦ୍ର ପଟ୍ଟନାୟକ, ଉପ ସଭାପତିଭାବେ ରାଜେନ୍ଦ୍ର ପ୍ରସାଦ ମହାନ୍ତି, ସଂପାଦକ ଭାବେ ବଂଶୀଧର ବେହେରା, କୋଷାଧ୍ୟକଭାବେ ରାମଚନ୍ଦ୍ର ସ୍ୱାଇଁଙ୍କୁ ସ୍ଥିର କରାଯାଇଥିଲା । ପରବର୍ତୀ ବୈଠକରେ ମଂଚର ଅନ୍ୟ କର୍ମକର୍ତାମାନଙ୍କୁ ନିର୍ବାଚିତ କରାଯିବାପାଇଁ ନିଷ୍ପତି ନିଆଯାଇଥିବା ବେଳେ ଓଡିଶା ଦୁର୍ନୀତି ସଂଘର୍ଷ ମଂଚ ଭୁବନେଶ୍ୱରର ଅଷ୍ଟମ ବାର୍ଷିକ ସଭା ଆସନ୍ତା ଡିସେମ୍ବର ୨୮ତାରିଖ ଦିବା ୧୦ଘଟିକା ସମୟରେ ଭୁବନେଶ୍ୱର ସ୍ଥିତ ରେଡକ୍ରସ ସଭା ଗୃହରେ ଅନୁଷ୍ଠିତ ହେବ ବୋଲି ମଂଚ ପକ୍ଷରୁ କୁହାଯାଇଥିଲା ।