ଯନ୍ତ୍ରୀ ଓ ଠିକାଦାର ଅସାଧୁ ମେଣ୍ଟ, “୫ ଟି” କୁ ନେଇ ପ୍ରଶ୍ନବାଚୀ : ଭଲ ରାସ୍ତାକୁ ପିଚୁ ମରାମତି କରି ଅର୍ଥ ହଡ଼ପ କରିବା ପାଇଁ ମସୁଧା

0 606

କୁଜଙ୍ଗ (ରଂଜିତ କୁମାର ପଣ୍ଡା) : ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଜିଲ୍ଲା ନାସି ଗ୍ରାମ ପଞ୍ଚାୟତ କୁ ସଂଯୋଗ କରୁଥିବା ରାସ୍ତା ” ରାସ୍ତା ଓ କୋଠାବାଡ଼ି ” ବିଭାଗ ପକ୍ଷରୁ ବିନା ଫଳକ ରେ ପିଚୁ ରାସ୍ତାକାମ ମରାମତି କାର୍ଯ୍ୟ ଅତି ନିମ୍ନ ମାନର ହେଇଥିବା ଅଭିଯୋଗ ହେଉଛି।କଟକ – ପାରାଦ୍ଵୀପ ରାସ୍ତା ତାଳଦଣ୍ଡା କେନାଲ ପାଖରୁ ଜିଲ୍ଲା ନାସି ଗ୍ରାମ କୁ ସଂଯୋଗ କରୁଥିବା ରାସ୍ତା ମରାମତି କାର୍ଯ୍ୟ କରିବା ନାମରେ ଭଲ ରାସ୍ତା କୁ ଉପରେ ପତଳା ପିଚୁ ପକାଇ ସରକାରୀ ଅର୍ଥ ଆତ୍ମସାତ କରିବା ପାଇଁ ମସୁଧା ଚାଲିଥିବା ଅଭିଯୋଗ ହେଉଛି।ଯାହା ଫଳରେ ରାସ୍ତାର ସ୍ତାୟୀତୋ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପ୍ରକାଶ ଯେ ଏହି ରାସ୍ତା ଗତ ସୋମବାର ଅର୍ଥାତ୍ ୯ ତାରିଖ ରେ ହୋଇଥିବା ବେଳେ ୮ ଦିନ ନ ପୁରୁଣୁ ରାସ୍ତାରୁ ପିଚୁ ଉଠି ଯାଇ ଥିବା ଦେଖିବାକୁ ମିଳିଛି।ରାସ୍ତା ଓ କୋଠାବାଡ଼ି ବିଭାଗ ର ଉପର ଠାଉରିଆ ଓ ଠିକାଦାର ପୋଷଣ ନୀତିକୁ ପଞ୍ଚାୟତ ବାସି ବିରୋଧ କରିବା ସହ ତୁରନ୍ତ ଜିଲ୍ଲା ପ୍ରଶାସନ ଏହି ଘଟଣାରେ ହସ୍ତକ୍ଷେପ କରି ତଦନ୍ତ ସହ କାର୍ଯ୍ୟାନୁଷ୍ଟାନ ପାଇଁ ଦାବି ହେଉଛି।ଅପର ପକ୍ଷେ ବିନା ଫଳକ ରେ କେମିତି କାର୍ଯ୍ୟ କରାଗଲା ଏବଂ ଠିକାଦାର କିଏ ଓ ବେୟ ଅଟକଳ କେତେ ଇତ୍ୟାଦି ଜାଣିବା ପାଇଁ ବିଭାଗୀୟ ଯନ୍ତ୍ରୀ ଶ୍ରୀଯୁକ୍ତ କେଳୁ ଚରଣ ଦଳାଇ ଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯନ୍ତ୍ରୀ ଶ୍ରୀଯୁକ୍ତ ଦଳାଇ ଫୋନ୍ କଲ୍ ଉଠାଇ ନ ଥିଲେ।

Leave A Reply

Your email address will not be published.

5 × two =