ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁର୍ଣ୍ଣ ହେବନି । କିନ୍ତୁ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଏହି ଆଇନ ବିରୁଦ୍ଧରେ କୁପ୍ରଚାର କରି ଦେଶର ଜନତାଙ୍କୁ ବିଭ୍ରାନ୍ତ କରୁଛନ୍ତି । ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି ବୋଲି କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାଠାରେ ଆୟୋଜିତ ସମାବେଶରେ ସମ୍ବୋଧିତ କରିଛନ୍ତି ।
ଶ୍ରୀ କୁଲସ୍ତେ କହିଛନ୍ତି ଯେ, ଭାରତ ବିଭାଜନ ପରେ ଭାରତ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପରସ୍ପରଙ୍କ ଦେଶରେ
ଥିବା ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ଏକ ଚୁକ୍ତି ହୋଇଥିଲା ଯାହା ନେହରୁ- ଲିଆକତ ଚୁକ୍ତି ନାମରେ ପରିଚିତ । ଏହି ଚୁକ୍ତି ଅନୁସାରେ
ଉଭୟ ଦେଶ ନିଜ ନିଜ ଦେଶରେ ରହୁଥିବା ସଂଖ୍ୟାଲଘୁମାନଙ୍କ ବିଷୟରେ ଚିନ୍ତା କରିବେ ବୋଲି କୁହା ଯାଇଥିଲା । ଏହି ଚୁକ୍ତିକୁ
ଭାରତ ପାଳନ କଲା ହେଲେ ପାକିସ୍ତାନ ପାଳନ କଲା ନାହିଁ । ଦେଶ ବିଭାଜନ ବେଳେ ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କ ସଂଖ୍ୟା ୨୩ ପ୍ରତିଶତରୁ ଉଦ୍ଧ୍ୱର୍ ଥିବା ବେଳେ ସେଠାରେ ଲଗାତାର ଧାର୍ମିକ ଆଧାରରେ ନିର୍ଯ୍ୟାତନା କାରଣରୁ ସଂଖ୍ୟାଲଘୁମାନଙ୍କ ସଂଖ୍ୟା ଦୁଇ
ପ୍ରତିଶତରୁ କମରେ ପହଂଚି ସାରିଛି । ଦେଶକୁ ଧାର୍ମିକ ଆଧାରରେ ବିଭାଜନ କରା ଯାଇଥିବା କାରଣରୁ ଭାରତରୁ ଅଲଗା ହୋଇ
ଇସଲାମୀ ଦେଶ ନିର୍ମାଣ ହୋଇଥିବାରୁ ସେଠାରେ ଧାର୍ମିକ ଆଧାରରେ ନିର୍ଯ୍ୟାତନାର ଶୀକାର ହେଉଥିବା ସଂଖ୍ୟାଲଘୁମାନଙ୍କୁ
ନାଗରିକତା ପ୍ରଦାନ କରିବା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରିବା ଭାରତର ନୈତିକ ଦାୟିତ୍ୱ ।
ଏହି ଆଇନ୍ ୩୧ଡିସେମ୍ବର ୨୦୧୪ ସୁଦ୍ଧା ଧାର୍ମିକ ଉପôୀଡନର ଶିକାର ହୋଇ ଆସିଥିବା ପାକିସ୍ତାନ, ଆଫଗାନିସ୍ତାନ ଏବଂ
ବାଂଲାଦେଶର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଇସାଈ ଏବଂ ପାର୍ସୀ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରିବ । ନାଗରିକତା ସଂଶୋଧନ
ଆଇନ୍ କୌଣସି ଭାରତୀୟଙ୍କ ନାଗରିକତ୍ୱ ନେବନି ବରଂ ସମସ୍ତ ଦେଶବାସୀ ନାଗରିକତ୍ୱ ପାଇବାର ବ୍ୟବସ୍ଥା ରହିଛି । ଏହି ଆଇନ
ଦ୍ୱାରା ଦେଶ ସମେତ କେନ୍ଦ୍ରାପଡାରେ ଥିବା ଶରଣାର୍ଥୀମାନଙ୍କୁ ନାଗରିକତ୍ୱ ଦେବା ସହ ସେମାନଙ୍କୁ ରାସନ କାର୍ଡ, ଭୋଟର ଆଇଡି,
ଆଧାର କାର୍ଡ ଆଦି ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଆଇନ ଆଣି ଶରଣାର୍ଥୀମାନଙ୍କୁ ସେମାନଙ୍କର ଅଧିକାର ଦେବା
ପାଇଁ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ କୁଲସ୍ତେ ଏହି ଗସ୍ତ ଅବସରରେ ମହାକାଳପଡାର ୨ଟି ଶରଣାର୍ଥୀଙ୍କ ଘରକୁ ଯାଇ ଏହି ଆଇନ ସଂପର୍କରେ
ସଚେତନ କରିଛନ୍ତି । ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ଉପସଭାପତି ଭୁବନ ମୋହନ ଜେନା, ଜିଲ୍ଲା ସଭାପତି କିଶୋର ପଣ୍ଡା, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଣଜିତ୍ ଦାଶ, ମାର୍ଶାଘାଇ ବିଧାନସଭା ଦଳୀୟ ପ୍ରାର୍ଥୀ ବିଜୟ ପ୍ରଧାନ, ଦୁର୍ଯେ୍ୟାଧନ ସାହୁ, ବିଷ୍ନୁ ଦାଶ, ଉମାକାନ୍ତ ପଟ୍ଟନାୟକ, ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।