ଜଗତସିଂହପୁର (ଦୁର୍ଯ୍ୟୋଧନ ମହାରଣା ): କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କର ଜଗତସିଂହପୁର ଜିଲ୍ଲା ମିଳିତ ମଞ୍ଚ ପକ୍ଷରୁ ଆଜି ଜଗତସିଂହପୁର ବଜାରରେ ପିକେଟି କରି ବନ୍ଦ କରିଥିଲେ।ଏହି ଭାରତ ବନ୍ଦ କୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମଧ୍ୟ ସମର୍ଥନ କରାଯାଇଥିଲା।ଏପରିକି ସ୍ୱତ ପୁତ ଭାବେ ଦୋକାନ ବଜାର ବନ୍ଦ ରହିଥିଲା।ସ୍କୁଲ ମଧ୍ୟ ବନ୍ଦ ରହିଥିଲା।Iଭାରତ ବନ୍ଦ ବନ୍ଦ ଅବସରରେଜିଲ୍ଲା କଂଗ୍ରେସ କମିଟ ସଭାପତି ନଟବର ବାରିକ,ବିପ୍ଳବ ଚୌଧୁରୀ, ସିଆଇଟିୟୁ ର ସଭାପତି ଲୋଭାକାନ୍ତ ସ୍ୱାଇଁଙ୍କ ଓ ଏଆଇ ଟିୟୁସି ସମ୍ପାଦକ ପ୍ରଦୀପ୍ତ ରାମ କହିଥିଲେ ପୁଞ୍ଜିପତି ଶ୍ରେଣୀ ସ୍ୱାର୍ଥରେ 44 ଟି ଶ୍ରମ ଆଇନକୁ ଉଛେଦ କରି 4 ଟି କୋର୍ଟରେ ପରିବର୍ତ୍ତନ, ସ୍ଥାୟୀ କାମରେ ସ୍ଥାୟୀ ନିଯୁକ୍ତି ଆଇନ ଉଲଂଘନ, ନୂତନ ପେନସନ ସ୍କିମ ବାତିଲ କରିବା, ୱାର୍କର ମାନଙ୍କୁ ଶ୍ରମିକ କର୍ମଚାରୀ ମାନ୍ୟତା ପ୍ରଦାନ, ନାଗରିକ ସଂଶୋଧନ ଆଇନ ପ୍ରତ୍ୟାହାର ଇତ୍ୟାଦି ବାର ଦଫା ଦାବିକୁ ନେଇଆଜି ଭାରତ ବନ୍ଦ କରାଯାଇଛି।ତେଣୁ କେନ୍ଦ୍ର ସରକାର ଯଦି ଦାବିଗୁଡିକ ପୁରଣ ନକରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ l