କୁଜଙ୍ଗ (ରଂଜିତ କୁମାର ପଣ୍ଡା) ସମ୍ପତି ପାଇଁ ରକ୍ତର ସମ୍ପର୍କ କିପରି ତୁଚ୍ଛ ପାଲଟିଯାଏ ଏହାର ଏକ ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତର ହଂଶିନା (ଖ) ଗ୍ରାମରେ।
ଘଟଣା ରୁ ପ୍ରକାଶ ଯେ ହଂସିନା ଗ୍ରାମର ଗଜେନ୍ଦ୍ର ତରାଇ ଓ ବିଜୟ ତରାଇ ନିଜ ଜନ୍ମ କଲା ମା ପୁଅ ମାନଙ୍କ ନାମରେ ଜମିବାଡ଼ି କାଗଜପତ୍ର ନ କରି ଝିଅ ନାମରେ କରି ଥିବାରୁ ନିଜର ଦୁଇ ଅଭିଯୁକ୍ତ ପୁଅ ତାର ମା ଓ ଦୁଇ ଭଉଣୀ କୁ ଅମାନୁଷିକ ଭାବରେ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଏହି ମାଡ଼ ମାରିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କୁଜଙ୍ଗ ଥାନା ଅଧିକାରୀ ଶ୍ରୀଯୁକ୍ତ ଦିଲିପ୍ କୁମାର ସାହୁ ମାଡ଼ ମାରିଥିବା ଅଭିଯକ୍ତମାନଙ୍କୁ ଗିରଫ କରି କେଶ୍ ନମ୍ବର୍ ୬/୨୦ ଦଫା ୩୪୨,୨୯୪,୩୦୭,୩୫୪,ଏ ୩୪ ଲଗାଇ କୋର୍ଟ ଚାଲାଣ କରିଥିବା ଜଣାପଡିଛି।ଏଭଳି ଘଟଣା କୁ ବୁଦ୍ଧିଜୀବି ମହଲରେ ନାପସନ୍ଦ କରିବା ସାଙ୍ଗରେ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।