ଯୁବତୀଙ୍କୁ ଚାକିରି ଦେବା ନାଁରେ ବ୍ୟବସାୟ : ଭଣ୍ଡ ଶିକ୍ଷକକୁ ଗିରଫ ପାଇଁ ଥାନାରେ ଧାରଣା

0 799

ନାଉଗାଁ (ମନୋଜ କୁମାର ନାୟକ ) ନାଉଗାଁ ବ୍ଳକ ଅନ୍ତର୍ଗତ ନନ୍ଦିଗ୍ରାମର ଜଣେ ବ୍ୟକ୍ତି ଘରୋଇ ଟିୟୁସନ କରିବା ସହିତ ଓମ ଶାନ୍ତି ଦିକ୍ଷିତରେ ଦିକ୍ଷିତ କରାଇ ଛାତ୍ରୀ ମାନଙ୍କ ନିଜ ଘରେ ରଖୁଥିବା ବିଭିନ୍ନ ପ୍ରକାର ଅସତ କାର୍ଯ୍ୟରେ ନିୟୋଜିତ କରୁଥିବା ଥାନାରେ ଅଭିଯେଗା କରାଯାଇଛି ।
ଏପରିକି ଉକ୍ତ ବ୍ୟକ୍ତିର କାର୍ଯ୍ୟକଳାପରେ ନନ୍ଦୀଗ୍ରାମର ଗ୍ରାମବାସୀ ଉତେଜିତ ହୋଇ ନ୍ୟାୟ ପାଇଁ ଶତାଧିକ ଗ୍ରାମବାସୀ ଥାନାରେ ପହଂଚିଥିଲେ । ଏପରିକି ଛାତ୍ରୀ ମାନେ ନିଜର ପରିବାରକୁ ଚିହ୍ନି ନ ପାରିବା ଓ ଦୃବ୍ୟବହାର କରିବା ଏହା ସମସ୍ତଙ୍କୁ ଚକିତ କରିଥିଲା । ଏହା କୌଣସି ଜନ୍ତ୍ର ମନ୍ତ୍ର ତନ୍ତ୍ର ଜରିଆରେ ପିଲା ମାନଙ୍କୁ ବସିଭୁତ କରି ପରିବାର ଉଜାଡୁଥିବା ଭଣ୍ଡ ଟିୟୁସନ ଶିକ୍ଷକକୁ
ଆଇନାନୁଯାୟୀ ଦଣ୍ଡ ଦେବା ପାଇଁ ଗ୍ରାମବାସୀ ମାନେ ଥାନା ସମ୍ମୁଖରେ ଅଡି ବସିଥିଲେ । ଉକ୍ତ ଭଣ୍ଡ ବ୍ୟକ୍ତି ଙ୍କ ନାମରେ ଗ୍ରାମର ନନ୍ଦିକେଶୋର ୟୁଥ କ୍ଳବ ତରଫରୁ ଶତାଧିକ ଗ୍ରାମବାସୀ ଙ୍କ ସ୍ୱାକ୍ଷରରେ ଅଭିଯୋଗ ପ୍ରଦାନ କରାଯାଇଥିଲା । ଅଭିଯୋଗ ମୁତାବକ ଉକ୍ତ ଗ୍ରାମର ଧିରେନ୍ଦ୍ର ନାଥ ରାଉତ ବୟସ ୫୫ ବର୍ଷ ,ପାରାଦୀପରେ ଘରୋଇ ଟିୟୁସନକରନ୍ତି । ଧିରେନ୍ଦ୍ର ଙ୍କର ୨୦ ବର୍ଷର ଗୋଟିଏ ଝିଅ, ୧୦ ବର୍ଷର ପୁଅ ମଧ୍ୟ ରହିଛି । ଗତ ୬ ମାସ ତଳେ ତାଙ୍କ ପନôୀ ମୃତୁ୍ୟ ବରଣ କରିଥିଲେ । ୧ ବର୍ଷରୁ ଉଦ୍ଧ୍ୱର୍ ହେବ ଅରିଓଦା ଗ୍ରାମରୁ ଓ ଗତ କିଛି ଦିନ ତଳେ ମହିଷାମୁଣ୍ଡା ଓ ନନ୍ଦିଗ୍ରାମର ଆଉ ୨ ଝିଅ କୁ ନେଇ ଘରେ ରଖିଛି । ଆମ ଗ୍ରାମ ଏକ ଶାସନ ବ୍ରାହ୍ମଣ ଗ୍ରାମ ହୋଇଥିବା ବେଳେ ଏହା ଗ୍ରାମବାସୀ ଙ୍କ ପ୍ରତି ଅପମାନ ଅଟେ । ଉକ୍ତ ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ଉକ୍ତ ଗ୍ରାମକୁ ଯାଇ ଧିରେନ୍ଦ୍ର ରାଉତ ଓ ଘରେ ଥିବା ୩ ଝିଅ ଙ୍କୁ ଥାନା କୁ ଅଣାଯାଇଥିଲା । ପରେ ଥାନାରେ ଗୁଣ ନିଧି ମଲିକ ଓ ନିର୍ମଳ ଚନ୍ଦ୍ର ପାଢୀ ଅଭିଯେଗା କରିଥିଲେ । ଗୁଣନିଧିଙ୍କ ଅଭିଯେଗା କ୍ରମେ ଧିରେନ୍ଦ୍ର ମୋ ଝିଅ କୁ ଟିୟୁସନ କରିବା ନାମରେ ପାରାଦୀପରେ ଏକ ଭଡା ଘରେ ରଖିଥିଲେ । ଏବଂ ଝିଅ ଭଲ ପାଠ ପଢୂଛି କହି ଚାକିରି କରାଇ ଦେବା ନାଁରେ ୬୦ ହଜାର ଟଙ୍କା ମଧ୍ୟ ମୋ ଠାରୁ ନେଇଅଛି । ଧୀରେନ୍ଦ୍ର ଙ୍କ ପନôୀ ମୃତୁ୍ୟ ପରେ ମୋ ଝିଅ କୁ ପାରାଦୀପରୁ ଆଣି ନନ୍ଦି ଗ୍ରାମରେ ରଖିଥିଲା । ଏକଥା ଶୁଣି ମୁଁ ମୋଝିଅ ପାଖକୁ ଯିବା ସମୟରେ ମୋତେ ଜାତିଆଣ ଆକ୍ଷେପ କରି ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିଥିଲା ଏପରିକି ମୁଁ ବାହାରୁ ଶୁଣିବାକୁ
ପାଇଲି ଝିଅ ମାନଙ୍କୁ ସେ ରଖି ଟିୟୁସନ ନାଁରେ ବାହାରେ ତଥା ହୋଟେଲ କୁ ଦେଇ ପଇସା ରୋଜଗାର କରୁଅଛି ।ସେହିପରି ନିର୍ମଳ ଚନ୍ଦ୍ର ପାଢୀ ଙ୍କ ଅଭିଯୋଗ ମୁତାବକ ମୋ ଝିଅ କୁ ଚାକିରି
କରାଇ ଦେବା ନାଁରେ ପାରାଦୀପରେ ରଖି ପରେ ନୁିଜ ଘରେ ରଖିଥିଲା ।ଚାକିରି କରାଇ ଦେବା ନାଁ ରେ ମୋ ଠାରୁ ୭୦ ହଜାର ଟଙ୍କା ନେଇଅଛି । ପରବର୍ତୀ ସମୟରେ ମୋତେ ପୁନର୍ବାର ଟଙ୍କା ମାଗିଲା । ଯଦି ଟଙ୍କା ନଦେବୁ ତୋ ଝିଅର ଅଶ୍ଳୀଳ ଫଟୋ ଭାଇରାଲ କରିବି କହି ମୋତେ ଧମକ ପ୍ରଦାନ କଲା ।

ଅଶ୍ଳୀଳ ଫଟୋ ଭାଇରାଲ ହେବା କଥା ଶୁଣି ମୋ ଝିଅ ଧୀରେନ୍ଦ୍ର ରାଉତ ସପକ୍ଷରେ ଯୁକ୍ତି ବାଢୁଛି । ସଂଧ୍ୟା ହେଲେ ଉକ୍ତ ବ୍ୟକ୍ତି ଙ୍କ ଘରେ ବିଭିନ୍ନ ପ୍ରକାର ନିଶା କାରବାର ଚାଲିବା ସହିତ ନିଶାଡିଙ୍କୁ ଧରି
ଅସତ ଉପାୟରେ ଅର୍ଥ ରୋଜଗାର କରୁଥିବା ଅଭିଯେଗାରେ ଦର୍ଶାଯାଇଛି । ଅଭିଯୋଗ ପାଇବା ପରେ ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କର ,ଜଗତସିଂହପୁର ଏସଡିପିଓ ପ୍ରିୟ ରଂଜନ ଶତପଥୀ
ପହଂଚି ଟିୟୁସନ ଶିକ୍ଷକ ଧୀରେନ୍ଦ୍ର ନାଥ ରାଉତ ଓ ୩ ଝିଅ ଙ୍କୁ ପଚରାଉଚରା କରିଥିଲେ କେଶ ନଂ •-୩/୨୦ ଓ ୪/୨୦ ରେ ମାମଲା ରୁଜୁ କରିଥିବା ବେଳେ ଆସନ୍ତା କାଲି ଧିରେନ୍ଦ୍ର ଙ୍କୁ କୋର୍ଟ ଚାଲାଣ କରାଯିବ ଓ ୩ ଝିଅ ଙ୍କୁ ସ୍ୱଧାର ଗୃହରେ ରଖାଯିବ ବୋଲି ଏସଡିପିଓ ଶତପଥୀ ସୂଚନା ପ୍ରଦାନ କରିଥିଲେ ।

Leave A Reply

Your email address will not be published.

fourteen + 8 =