ରଘୁନାଥପୁର ପଞ୍ଚାୟତ ସମିତି ବୈଠକରେ ହଟଗୋଳ : ଅଧାରୁ ଉଠିଚାଲିଗଲେ ବିଧାୟକ

0 638

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବିଜେଡିରେ ପୁଣି ଥରେ ସାମ୍ନାକୁ ଆସିଛି ଗୋଷ୍ଠୀ କନ୍ଦଳ । ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଓ ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ସମର୍ଥକମାନଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ପୁଣି ଥରେ ପଦାରେ ପକାଇଛି ବିଜେଡିର ଗୋଷ୍ଠୀ କନ୍ଦଳକୁ । ୨୦୧୯ ସାଧାରଣ ନିର୍ବାଚନ ପରେ ପ୍ରଥମ ଥର ପାଇଁ ଆଜି ରଘୁନାଥପୁର ପଞ୍ଚାୟତ ସମିତି ବୈଠକ ହୋଇଥିଲା। ରଘୁନାଥପୁର ପଞ୍ଚାୟତ ସମିତି ବୈଠକକୁ କେତେକ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ନିମନ୍ତ୍ରଣ କରାଯାଇ ନଥିବାକୁ ନେଇ ବୈଠକ ସ୍ଥଳ ଋଣକ୍ଷେତ୍ର ପାଲଟିଥିଲା । ବିଷ୍ଣୁଙ୍କ ଉପସ୍ଥିତିରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବାରୁ ବୈଠକ ଅଧାରୁ ବନ୍ଦ ହୋଇଯାଇଥିଲା । 

ସ୍ଥିତି ଏଭଳି ହୋଇଥିଲା ଯେ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ପାଇଁ ପୋଲିସର ସାହାର୍ଯ୍ୟ ନେବାକୁ ପଡିଥିଲା । ବୈଠକ ସ୍ଥଳରେ ପହଁଞ୍ଚି ଉଭୟ ପକ୍ଷକୁ ବୁଝା ସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା । 

୨୦୧୯ ସାଧାରଣ ନିର୍ବାଚନ ପରେ ପ୍ରଥମ ଥର ପାଇଁ ଆଜି ରଘୁନାଥପୁର ପଞ୍ଚାୟତ ସମିତି ବୈଠକ ହୋଇଥିଲା। ବୈଠକରେ ସ୍ଥାନୀୟ ବିଧାୟକ ବିଷ୍ଣୁ ଦାସ ଯୋଗ ଦେଇଥିଲେ। ତେବେ ବୈଠକକୁ କିଛି ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଆମନ୍ତ୍ରଣ କରା ନଯିବାକୁ ନେଇ ବିଡିଓ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରଥମେ କଥା କଟାକଟି ହୋଇଥିଲା ପରେ ପରେ ଏହି କନ୍ଦଳ ଉଗ୍ରରୂପ ଧାରଣ କରିଥିଲା ଏପରିକି ଉଭୟ ଗୋଷ୍ଠୀ ଚେୟାର ଉଠାଇ ହାତାହାତି ହୋଇଥିବା ଦେଖିବାକୁ ମିଳିଥିଲା । ବିଷ୍ଣୁ ଓ ରାଜଶ୍ରୀଙ୍କ ସମର୍ଥକ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନେ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇ ମୁହାଁମୁହିଁ ହେବାରୁ ବୈଠକରେ ଉପସ୍ଥିତ ଥିବା ବିଧାୟକ ଶ୍ରୀ ଦାସ ଘଟଣାସ୍ଥଳ ଛାଡି ପଳାଇ ଯାଇଥିଲେ।

ସୂଚନାଯୋଗ୍ୟ, ଗତ କିଛି ବର୍ଷ ଧରି ଜିଲ୍ଲାରେ ବିଷ୍ଣୁ ଓ ରାଜଶ୍ରୀଙ୍କ ମଧ୍ୟରେ ଛକାପଞ୍ଝା ଯୋଗୁ ତିର୍ତ୍ତୋଲ ବିଜେଡିରେ ଅଶାନ୍ତି ଲାଗି ରହିଛି। ଏପରକି ଦଳୀୟ ସାଂଗଠନିକ ନିର୍ବାଚନରେ ମଧ୍ୟ ବିଷ୍ଣୁ ଗୋଷ୍ଠୀ ସକ୍ରିୟ ଭୂମିକା ତୁଲାଇ ନଥିବା ଜଣାପଡ଼ିଛି। ତେବେ ଦୁଇ ଗୋଷ୍ଠୀ ମଧ୍ୟରେ ଉପୁଜିଥିବା ବିବାଦ ଆଗକୁ କେଉଁ ରୂପ ଧାରଣ କରୁଛି ତାହା ସମୟ କହିବ । କାରଣ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦକୁ ଯଦି ସମୟ ଥାଉ ଥାଉ ପ୍ରଶମିତ କରାନଯାଏ, ତେବେ ବିରୋଧୀ ମାନଙ୍କୁ ଏହା ଫାଇଦା ଦେବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.

six − 3 =