ଯୁଗ୍ମ ଜନ ଅଭିଯୋଗ ଶୁଣାଣି

0 718

ଜଗତସିଂହପୁର (ଦୁର୍ଯ୍ୟୋଧନ ମହାରଣା):ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ଅଭିଯୋଗ ର ଶୁଣାଣୀ କରିଥିଲେ।ଶିବିରରେ ମୋଟ 188ଟି ଅଭିଯୋଗ ପଞ୍ଜି କୃତ ହୋଇଥିଲା।ସେଥିମଧ୍ୟରୁ ବ୍ୟକ୍ତିଗତ 33ଟି ସମସ୍ୟା,ଇନ୍ଦିରା ଆବାସ ଓ ବିଜୁ ପକାଘର, ଭତ୍ତା 14ଟି,ରେଶନ କାର୍ଡ଼ 9ଟି,କାଳିଆ ଯୋଜନା 5ଟି,ସ୍ବାସ୍ଥ୍ୟ 17ଟି,ଜମିଜମା 9ଟି,ପ୍ରାକୃତିକ ବିପର୍ଯ୍ୟୟ 6ଟି,ଘରଢିହ 9ଟି,ଧାନ ମଣ୍ଡି 2ଟି,ଋଣ ଆଦାୟ 2ଟି,ଆଇନ ସହାୟତା 10ଟି,ଆଧାର 3ଟି,ଅନ୍ୟାନ୍ୟ 33ଟି,ଗାଁ ସମସ୍ୟା 6ଟି ,ମୁଖ୍ୟମନ୍ତ୍ରୀ ପାଣ୍ଠିରୁ ସହାୟତ 11ଟି,ରେଡକ୍ରସ ସମସ୍ୟା ଗ୍ରହଣ କରାଯାଇ ସେଥି ମଧ୍ୟରୁ 9ଟି ଅଭିଯୋଗ ର ଶୁଣାଣୀ କରାଯାଇ ସଂଗେ ସଂଗେ ଫାଇନାଲ କରାଯାଇଥିଲା।ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ,ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି ଓ ବିଭାଗୀୟ ପଦାଧିକାରୀ ଯୋଗଦେଇଥିଲେ। ଏହି ଶିବିରକୁ ଆସୁଥିବା ଜନସାଧରଣ ସେମାନଙ୍କର ଭିନ୍ନ ପ୍ରତକ୍ରିୟା ଦେଇଛନ୍ତି।

Leave A Reply

Your email address will not be published.

two × 3 =