ଭିଜିଲାନ୍ସ ଦ୍ୱାରା ଖୋର୍ଦ୍ଧା ଯୋଗାଣ ନିରୀକ୍ଷକ ଗିରଫ

0 903

ଖୋର୍ଦ୍ଧା (ଅନସୂୟା ଶ୍ରୀଚନ୍ଦନ ): ଖୋର୍ଦ୍ଧା ବ୍ଲକର ଯୋଗାଣ ନିରୀକ୍ଷକ ମାର୍ଶାଲିନ ପଢିହାରି ଜଣେ ଡିଲରଙ୍କ ଠାରୁ କିରୋସିନ ଉଠାଣ ପାଇଁ ଅନୁମତି ଦେବାକୁ 20 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ସୂଚନା ଅନୁଯାଇ ପଲ୍ଲା ଅଂଚଳର ଡିଲର ଅମ୍ବିକା ପ୍ରଶାଦ ଦାସ ପ୍ରାୟ 16ଜଣ କଣ୍ଟ୍ରୋଲ ଡିଲରଙ୍କ ଠାରୁ 20ହଜାର ଟଙ୍କା ନେଇ ଯୋଗାଣ ନିରୀକ୍ଷକଙ୍କୁ ଦେଉଥିବା ବେଳେ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଖୋର୍ଦ୍ଧା,ନୟାଗଡ,ଭୁବନେଶ୍ୱର ଭିଜିଲାନ୍ସ ଟିମର ମିଳିତ ଭାବେ ଚଢ଼ାଉ କରି ଯୋଗାଣ ନିରୀକ୍ଷକଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ନଗଦ ଟଙ୍କା ଜବତ କରିଛନ୍ତି । ଏହିପରି ପ୍ରତି ମାସରେ କିରୋସିନ ଉଠାଣ ଅନୁମତି ପାଇଁ ଖୋର୍ଦ୍ଧା ବ୍ଲକର ଯୋଗାଣ ନିରୀକ୍ଷକ ମାର୍ଶାଲିନ ପଢିହାରି ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । ସେହିପରି ମାର୍ଶାଲିନଙ୍କ ଡୁମୁଡୁମା ସ୍ଥିତ ବାସଭବନ ରେଡ଼ ଚାଲିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

20 + 8 =