କରୋନା ଭାଇରସକୁ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜରୁରୀ ବୈଠକ

0 523


ଖୋର୍ଦ୍ଧା(ଅନସୂୟା ଶ୍ରୀଚନ୍ଦନ) : କରୋନା ଭାଇରସ୍‌କୁ ସରକାରଙ୍କ ପକ୍ଷରୁ ବିପର୍ଯ୍ୟୟ ବୋଲି ଘୋଷଣା କରାଯାଇଛି। ଏପରିକି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶନାମା ଆସିଛି । ଗତକାଲି ସନ୍ଧ୍ୟାରେ ଜିଲ୍ଲାପାଳ ଶିତାଂସୁ କୁମାର ରାଉତ କାର୍ଯ୍ୟାଳୟରେ ଉପସ୍ଥିତ ଅଧିକାରୀମାନଙ୍କ ସହ ବୈଠକ କରିଛନ୍ତି। କରୋନା ନେଇ ଥିବା ସରକାରୀ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ପରେ ଜିଲ୍ଲପାଳ ଏ ସମ୍ପର୍କରେ ଏକ ଖବରଦାତା ସମ୍ମିଳନୀ କରିଥିଲେ। ପ୍ରତି ସୋମବାର ହେଉଥିବା ଅଭିଯୋଗ ଶୁଣାଣି, ମୋ ନିବେଦନ, ମୋ ତହସିଲ କାର୍ଯ୍ୟକ୍ରମକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବାତିଲ କରାଯାଇଥିବା କହିଛନ୍ତିା ଏଥିସହ ସ୍କୁଲ ବନ୍ଦ ରହିଥିଲେ ହେଁ ଶିକ୍ଷକମାନେ ସ୍କୁଲରେ ରହିବେ। ସେହିପରି ଅଙ୍ଗନୱାଡି କେନ୍ଦ୍ରକୁ ପିଲାମାନେ ଆସିବେନି। ମାତ୍ର କେନ୍ଦ୍ରରେ କର୍ମୀ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ହେଲେ କରୋନା ଭାଇରସ ବିପର୍ଯ୍ୟୟ ବେଳେ ସ୍କୁଲଗୁଡିକକୁ ବ୍ୟବହାର କରାଯିବ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, ବାହାର ପର୍ଯ୍ୟଟକଙ୍କୁ ନ ରଖିବାକୁ ହୋଟେଲଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ସିନେମା ହଲ ବନ୍ଦ ରହିବ ଏବଂ ସମସ୍ତ ସାମାଜିକ କାର୍ଯ୍ୟକ୍ରମ ବନ୍ଦ କରାଯିବ। ଏଥିରୁ ନିବୃତ ରହିବାକୁ କୁହାଯାଇଛି । ଏସବୁ ମନିଟରିଂ ପାଇଁ ଜିଲାର ସବୁ ବ୍ଲକରେ କମିଟି ଗଠନ କରାଯାଇଛି। ଏଥିରେ ବିଡିଓ, ତହସିଲଦାର, ଆଇଆଇସି, ବିଇଓ ଓ ଅନ୍ୟମାନେ ରହିଛନ୍ତି । କୌଣସି ଗୁଜବପ୍ରତି ଧ୍ୟାନ ନ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକ ଜିଲ୍ଲାକୁ ଫେରିବାବେଳେ ତାଙ୍କ ଉପରେ ନଜର ରଖିବାକୁ ଜିଲ୍ଲାପାଳ କହିଛନ୍ତି। ଏଣିକି ଜିଲ୍ଲାସ୍ତରରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକ ହେବ। ସରକାରୀ କର୍ମଚାରୀ ଓ ଅଧିକାରୀ ହେଡକ୍ୱାର୍ଟର ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଚାୟତସ୍ତରରେ ଶନିବାର ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ନେଇ ଏବଂ ମିଶନ ଶକ୍ତି ଜରିଆରେ ଏ ସମ୍ପର୍କରେ ସଚେତନ କରାଯିବା ଓ ରେଲୱେ ଷ୍ଟେଶନରେ କାଉଣ୍ଟର ଖୋଲଯାଇ ସାନିଟାରୀ ଓ ହାତ ସଫେଇ ଉପରେ ଲୋକଙ୍କୁ ସଚେତନ କରାଯିବ। ଏଥିସହ ପ୍ରତି ରେଲୱେ ଷ୍ଟେଶନ ଓ ବସ୍‌ଷ୍ଟାଣ୍ଡରେ ହେଲ୍ପ ଡେସ୍କ ଖୋଲିବ ।ଏଥିରେ ଅତିରିକ୍ତ ଜିଲ୍ଲାପାଳ , ଏସପି , ଉପଜିଲ୍ଲାପାଳ, ତହସିଲଦାର ଓ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.

17 − seven =