ଲକ ଡାଉନରୁ ଛାଡ଼ ପାଇବେ ଚାଷୀ

0 560

ଶସ୍ୟ ମଣ୍ଡି ଖୋଲିବ ଓ ବିନା ଦ୍ୱିଧାରେ ଚାଷଜମିକୁ ଚାଷୀ
ଯାଇପାରିବ
 ସାର ଓ କୀଟନାଶକ ଦୋକାନ ଖୋଲା ରହିବ
 କୃଷି ଜାତ ସାମଗ୍ରୀ ଓ ଯନ୍ତ୍ରପାତି ପ୍ରସ୍ତୁତ କରୁଥିବା ୟୁନିଟ୍ ଚାଲୁରହିବ

ଭୁବନେଶ୍ୱର,୨୮/୦୩: କରୋନା ମହାମାରୀ ବିରୁଦ୍ଧରେ ଲଢେଇ କରିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସମେତ ଦେଶର ସମସ୍ତ ଜନତା ଏକାଠି ହୋଇଛନ୍ତି । ଲକ ଡାଉନ ସମୟରେ ଦେଶର ସମସ୍ତ ଗରୀବ ଜନତାଙ୍କୁ ଖାଦ୍ୟ ଏବଂ ଆର୍ଥୀକ ସୁରକ୍ଷା ଯୋଗାଇ ଦେବାପାଇଁ ପୂର୍ବରୁ ମୋଦି ସରକାର ୧ ଲକ୍ଷ ୭୬ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଏହା ସହ ଦେଶର ୮ କୋଟି ୫୯ ଲକ୍ଷ ଚାଷୀଙ୍କୁ ୨ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବାର ନିଷ୍ପତି ହୋଇଛି । ଆଉ ଏବେ ଦେଶର ସମସ୍ତ ଶସ୍ୟ ମଣ୍ଡି ଖୋଲିବା, ସାର ଓ କୀଟନାଶକ ଦୋକାନ ଖୋଲା
ରହିବା, କୃଷି ଜାତ ସାମଗ୍ରୀ ଓ ଯନ୍ତ୍ରପାତି ପ୍ରସ୍ତୁତ କରୁଥିବା ୟୁନିଟ୍ ଚାଲୁରଖିବା ଏବଂ ବିନା ଦ୍ୱିଧାରେ ଚାଷଜମିକୁ ଚାଷୀ
ଯାଇପାରିବାର ନିଷ୍ପତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ । ଚାଷ ଓ ଚାଷୀଙ୍କ ପାଇଁ ଏଭଳି ନିଷ୍ପତି ନିଆଯାଇଥିବାରୁ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କୁ
ଧନ୍ୟବାଦ ଦେବା ସହ କୃତଜ୍ଞତା ଅର୍ପଣ କରିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ଲକ ଡାଉନ ସମୟରେ କେନ୍ଦ୍ର ସରକାର କୃଷି ଓ କୃଷକଙ୍କ ସହ ଜଡିତ ପ୍ରସଙ୍ଗ ଉପରେ ଧ୍ୟାନ ରଖିଥିଲେ । ଏଭଳି ନିଷ୍ପତି ପରେ ଚାଷୀ ବିନା କୌଣସି କଟକଣାରେ ନିଜ ଜମିକୁ ଯାଇ ଫସଲ କାଟିବା ସହ ଧାନକୁ ନେଇ ମଣ୍ଡିରେ ପହଂଚାଇ ପାରିବ । ଓଡିଶାର ଚାଷୀ ଏହାର ଫାଇଦା ନେଇ ପାରିବେ । ବିଶେଷ କରି ରବି ଚାଷ କରିବାକୁ ଥିବା ଚାଷୀ ମାନେ ସେମାନଙ୍କର ଚାଷ କାର୍ଯ୍ୟ କରିପାରିବେ । ସେହିପରି ଚାଷୀମାନେ ସେମାନଙ୍କ ଉପôାଦିତ ମୁଗ, ଧାନ ଭଳି ଅନ୍ୟାନ୍ୟ ଫସଲକୁ ମଣ୍ଡି ଓ ବଜାରରେ ନିଦ୍ୱନ୍ଦ୍ୱରେ ବିକ୍ରି କରିପରିବେ । ସାର ଓ କୀଟନାଶକ ଦୋକାନ ଖୋଲା ରହିବା ଏବଂ କୃଷି ଜାତ ସାମଗ୍ରୀ ପ୍ରସ୍ତୁତ କରୁଥିବା ୟୁନିଟ୍ ଚାଲୁରଖିବା ଦ୍ୱାରା ଚାଷୀମାନେ ସେମାନଙ୍କ ଚାଷକୁ ସଠିକ୍ ଢଙ୍ଗରେ ଓ
ସୁଚାରୁରୂପେ କରିପାରିବେ ।
ଏହା ସହ କରୋନାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଚାଷୀମାନେ ମୁହଁରେ ମାକ୍ସ ଲଗାଇବା ସହ ବାରମ୍ବାର ହାତ ଧୋଇ ନିଜକୁ ଏବଂ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ । କୋରନା ଭଳି ଏକ ଅଦୃଶ୍ୟ ଶତ୍ରୁ ବିରୁଦ୍ଧରେ ଲଢେଇ କରିବା ଏବଂ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକୁ ପାଳନ କରି ପୂରା ୨୧ ଦିନ ଘରେ ରହି କରୋନାର ମୁକାବିଲା କରିବା ପାଇଁ ଶ୍ରୀ ମହାନ୍ତି ରାଜ୍ୟବାସୀଙ୍କୁ ପୁଣି ଥରେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

7 − 5 =