ଗୁଜବ ପ୍ରଚାର କରି ବନ୍ଧା ହେଲେ ଦୀପୁ ମହାନ୍ତି

0 1,012


କୁଜଙ୍ଗ( ରଞ୍ଜିତ୍‌ ପଣ୍ଡା ) : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ତଥା କୁଜଙ୍ଗ ଥାନା ଅର୍ନ୍ତଗତ ବାଲିତୁଠ ଅଞ୍ଚଳର ଦିପୁ ମହାନ୍ତିକୁ ଗତକାଲି ଗତ କାଲି ଏରସମା ବିଡ଼ିଓ କୈଳାସ ଚନ୍ଦ୍ର ବେହେରାଙ୍କ ଅଭିଯୋଗ ଆଧାରରେ କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ଆସାମୀ ଦିପୁକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି।
ମିଳିଥିବା ସୂଚନା ଅନୁସାରେ ବାଲିତୁଠ ଗ୍ରାମର ଦୀପୁ ମହାନ୍ତି ନିଜକୁ ବିଧାୟକ,ମନ୍ତ୍ରୀ,ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ସଚିବ ଙ୍କ ପାଖ ଲୋକ କହିବା ସହିତ ମିଥ୍ୟା ପ୍ରଚାର କରିବା ସହିତ ସାମାଜିକ ଗଣମାଧ୍ୟମରେ କରୋନାକୁ ନେଇ ଗୁଜବ ପ୍ରଚାର କରିଥିଲେ । କେବଳ ମିଥ୍ୟା ତଥା ଗୁଜବ ପ୍ରଚାର ନୁହେଁ ନିଜକୁ ଜଣେ ସାମ୍ବାଦିକର ପରିଚୟ ଦେଇ ଲୋକଙ୍କୁ ଠକିବା ସହ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ରହିଛି । ଦୀପୁ ମହାନ୍ତିଙ୍କ ନାମରେ ଏପରି ବହୁଗୁଡିଏ ଅଭିଯୋଗ ଆସିବା ଫଳରେ ମଣ୍ଡଳ ଉନ୍ନୟନ ଅଧିକାରୀ କୈଳାଶ ଚନ୍ଦ୍ର ବେହେରା ତାଙ୍କ ନାମରେ କୁଜଙ୍ଗ ଥାନାରେ ଏତଲା ଦେଇଥିଲେ । ଏହି ଏତଲାକୁ ଗ୍ରହଣ କରି ଥାନାଧିକାରୀ ତାଙ୍କୁ ଗିରଫ କରିଥିଲେ ।

Leave A Reply

Your email address will not be published.

15 − eleven =