ଖୋର୍ଦ୍ଧା(ଅନସୂୟା ଶ୍ରୀଚନ୍ଦନ) : ଆଜି ଏକ ଗ୍ୟାସ ଭର୍ତ୍ତି ଟ୍ୟାଙ୍କର ବ୍ରହ୍ମପୁର ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ନାଚୁଣି ଫାଣ୍ଡି ନିକଟରେ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢି ଲେଉଟି ପଡିଥିଲା। ଯାହାଦ୍ୱାରା ଟ୍ୟାଙ୍କର ରେ ଥିବା ଡ୍ରାଇଭର ଓ ହେଲଫର ଦୁଇ ଜଣ ଆହତ ହୋଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ଗଙ୍ଗାଧର ପୁର ଅଗ୍ନିଶମ ବାହିନୀ ଓ ପରେ ପରେ ବାଲୁଗାଁ ଥାନା ଅଧିକାରୀ ପହଞ୍ଚି ଉଦ୍ଧାର କରିବା ସହ ଆହତ ଦୁଇ ଜଣକୁ ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇ ତଦନ୍ତ ଜାରିରଖିଛନ୍ତି। ତେବେ ଟ୍ୟାଙ୍କରରୁ ଗ୍ୟାସ ଲିକ ହୋଇନଥିବାରୁ ଏକ ବଡ଼ ଅଘଟଣ ଟଳି ଯାଇଛି ।