ଅପହଞ୍ଚରେ ପହଞ୍ଚି ଅସହାୟଙ୍କ ମୁହଁରେ ହସ ଫୁଟାଇଲା ବିଓଆଇ୍

0 1,575

ଭୁବନେଶ୍ୱର : ସାରା ରାଜ୍ୟରେ ଲକ୍‌ଡ଼ାଉନ୍ ଚାଲିଥିବା ବ‌େଳେ ରାଜଧାନୀ ଉପକଣ୍ଠ ଚନ୍ଦକା ଅଭୟାରଣ୍ୟ ଭିତର ଭାଗରେ ଥିବା କେତେକ ଆଦିବାସୀ ଗାଁ ଲୋକ ‌ଭୋକରେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଥିଲା। ଏନେଇ ଖବର ପ୍ରକାଶପରେ ସରକାରଙ୍କ ଚେତା ପସିବାସହ କେତେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଉକ୍ତ ଅପହଞ୍ଚ ଗ୍ରାମରେ ପହଞ୍ଚିଥିଲେ। ସେଠାରେ ରହୁଥିବା ଆଦିବାସୀ ଓ ପଛୁଆବର୍ଗ ପରିବାର ଲୋକଙ୍କ ନିକଟରେ ସହାୟତା ପହଞ୍ଚାଇଥିଲେ ‘ବ୍ୟାଙ୍କ ଅଫ୍ ଇଣ୍ଡିଆ’ (ବିଓଆଇ୍) କର୍ମଚାରୀ। ଫଳରେ ନିରିହ ଜଙ୍ଗଲି ଲୋକଙ୍କ ମୁହଁରେ ହସ ଫୁଟିଥିଲା।

ରାଜଧାନୀ ଉପକଣ୍ଠ ଅପହଞ୍ଚରେ ବସବାସ କରୁଥିବା ଚଡ଼ଙ୍ଗଗଡ଼, ଭାଲୁଙ୍କା ଓ ଇଟାଭାଟି ବସ୍ତି ବାସିନ୍ଦାମାନଙ୍କ ନିକଟରେ ସହାୟତା ପହଞ୍ଚିପାରୁନଥିବା ବେଳେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଞ୍ଚଳିକ ପ୍ରବନ୍ଧକ ୟ୍ୟାଇ.ଏନ୍.ଦିୱେଦି, ସହଯୋଗୀ କର୍ମଚାରୀ ମନୋଜ ରାଉତ, ସ୍ମୃତିରଞ୍ଜନ ସାହୁ ଓ ରାମକ୍ରିଷ୍ଣ ମହାପାତ୍ର ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଥିଲେ। ପରେ ଲୋକମାନଙ୍କୁ ମୁଣ୍ଡପିଛା ରନ୍ଧା ସାମଗ୍ରୀ ପ୍ରଦାନ କରିଥିଲେ। ଏହି ସମୟରେ ପ୍ରାୟ ୭୦୦ରୁ ଅଧିକ ଲୋକଙ୍କୁ ରିଲିଫ୍ ସହାୟତା ପୁଡ଼ିଆ ବଣ୍ଟନ କରାଯାଇଥିଲା। ଏହା ସହିତ ସମସ୍ତଙ୍କୁ ହାତ ଧୋଇ ପରିସ୍କାର ରହିବାପାଇଁ ସାବୁନ୍ ବଣ୍ଟନ କରାଯାଇଥିଲା। ଏହି ବଣ୍ଟନ କାର୍ଯ୍ୟ ଦୁଇ ଦିନଧରି ଚାଲିଥିଲା। ଅପହଞ୍ଚ ଅଭୟାରଣ୍ୟ ହାତୀ ରେଞ୍ଜ ନିକଟ ଲୋକଙ୍କ ବ୍ୟତିତ ମଞ୍ଚେଶ୍ବର ବିଭିନ୍ନ ଆଦିବାସୀ ବସ୍ତି, ଇଟାଭାଟି ଶ୍ରମିକ, ବିଭିନ୍ନ ସ୍ଥାନରେ ଫସିରହିଥିବା ଅଣ ଓଡ଼ିଆ ଶ୍ରମିକ, ଦିବ୍ୟାଙ୍ଗ ଓ ଭିକ୍ଷାବୃତି କରୁଥିବା ଲୋକମାନଙ୍କୁ ମଧ୍ୟ ବିଓଆଇ୍ ପକ୍ଷରୁ ସୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମରେ ବ୍ୟାଙ୍କ କର୍ମଚାରୀମାନଙ୍କୁ ‌ସହଯୋଗ କରିଥିଲେ ସାମାଜିକ ଅନୁଷ୍ଠାନ କଳିଙ୍ଗ ସିନେ ଆର୍ଟସ୍‌ର ସଭ୍ୟମାନେ। ଯେଉଁମାନେ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ସମସ୍ୟା ବୁଝି କରୋନା ସଚେତନ କରିବା ସହ ନିରାପତ୍ତା ଜୀବନଜାପନ କରିବାପାଇଁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.

4 + 11 =