ତିର୍ତ୍ତୋଲ ବ୍ଲକ ଦୁର୍ନୀତି ଘଟଣା : ଜିପିଓ ପଦରୁ ବିଦା ହୋଇଥିଲେ ଏବେ ଚାକିରିରୁ ଗଲେ

0 999

ତିର୍ତ୍ତୋଲ( ସାମନ୍ତରାୟ ମନୋରଞ୍ଜନ ଦାସ ): ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ୍ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଭତ୍ତା ଦୁର୍ନୀତି ସହିତ ବିଭିନ୍ନ ସରକାରୀ ଯୋଜନାରେ ହୋଇଥିବା ଦୁର୍ନୀତି ସମ୍ବନ୍ଧରେ ତଥ୍ୟଗତ ପ୍ରମାଣ ଓ ନିକଟରେ ସରକାରୀ ତଦନ୍ତ ପରେ ଉକ୍ତ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ହିମାଂଶୁ ଭୂଷଣ ନାୟକଙ୍କୁ ଜିପିଓ ପଦରୁ ବିଦା କରାଯାଇଥିଲା। ଏବେ ତାଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି। ଉକ୍ତ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ହିମାଂଶୁ ଭୂଷଣ ନାୟକଙ୍କ ନାମରେ ବର୍ଷ ବର୍ଷ ମଧ୍ୟରେ ଅନେକ ଅଭିଯୋଗ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଜଗତସିଂହପୁରଙ୍କ ନିକଟରେ ହୋଇଥିଲା। ସୂଚନାନୁଯାୟୀ ମନରେଗା ଯୋଜନାରେ ବ୍ୟାପକ ହରିଲୁଟ ଓ ମିଥ୍ୟା ବିଲକୁ ନେଇ ଜିପିଓଙ୍କ ନାମରେ ଅଭିଯୋଗ ହୋଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ମଧ୍ୟ କେଳେଙ୍କାରି ନେଇ ଅଭିଯୋଗ ରହିଥିଲା। ଫନି ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ତାଲିକା ପ୍ରସ୍ତୁତିରେ ଅନିୟମିତତା ନେଇ ମଧ୍ୟ ତିର୍ତ୍ତୋଲ ବିଡିଓଙ୍କୁ ଅଭିଯୋଗ ହୋଇଥିଲା।
ଟୁଇଟର ରେ ପର୍ଦାଫାଶ ହୋଇଥିବା ବହୁଚର୍ଚ୍ଚିତ ୨୦୦ ରୁ ଉର୍ଦ୍ଧ ଯୁବକଙ୍କ ବୟସ ଜାଲିଆତି କରାଯାଇ ସେମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ଭଳି କେଳେଙ୍କାରି ହୋଇଥିବା ଘଟଣାକୁ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେବାର ୩ ମାସ ବିତିଗଲାପରେ ନିକଟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଏହିସବୁ ରିପୋର୍ଟ ଆଧାରରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି। ଉକ୍ତ ଘଟଣାରେ ସରପଞ୍ଚଙ୍କ କାର୍ଯ୍ୟ ମଧ୍ୟ ସଂଦେହ ଘେରକୁ ଆସିଥିଲା। ଏମିତିକି ଉକ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ହିମାଂଶୁ ଭୂଷଣ ନାୟକଙ୍କ ସହାୟତାରେ ୨୦୧୭ ମସିହା ତ୍ରିସ୍ତରୀୟ ଗ୍ରାମପଞ୍ଚାୟତ ନିର୍ବାଚନ ଭୋଟର ତାଲିକାକୁ ଜାଲିଆତି କରାଯାଇ ଯୁବକ ମାନଙ୍କୁ ବୃଦ୍ଧ କରାଯାଇଥିବା ଅଭିଯୋଗ ହୋଇଥିଲା।

ଉକ୍ତ ଘଟଣାର ପ୍ରମାଣ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିବା ପରେ ହିମାଂଶୁ ଭୂଷଣ ନାୟକଙ୍କୁ ଅତିରିକ୍ତ ଭାବେ ଦିଆଯାଇଥିବା ଜି.ପି.ଓ ପଦବୀରୁ ତୁରନ୍ତ ହଟାଇ ଦିଆଯାଇଥିଲା ଏବେ ତାଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି। ଏଠି ପ୍ରଶ୍ନ ଉଠୁଛି ଏହି କାର୍ଯ୍ୟନିର୍ବାହୀ ଅଧିକାରୀ ଜଣକ ଉକ୍ତ ପଞ୍ଚାୟତରେ ପାଖାପାଖି ୨ବର୍ଷ ରହି ଯଦି ଏତେ ଦୁର୍ନୀତି ବାହାରୁଛି ତେବେ ପ୍ରାୟ ସାତ ବର୍ଷ ହେବ ରହିଥିବା ସାମନ୍ତରାପୁର ପଞ୍ଚାୟତରେ କେତେ ପରିମାଣର ଦୁର୍ନୀତି ହୋଇଥିବ ଏନେଇ ଚର୍ଚ୍ଚା ହେଉଛି। ଏହାକୁ ନେଇ ତିର୍ତ୍ତୋଲ ବ୍ଳକ ଉପରକୁ ଆଙ୍ଗୁଠି ନିର୍ଦ୍ଦେଶ ଉଠିଛି ।
ଏହି ଦୁର୍ନୀତିର ଚେର କେଉଁ ଯାଏ ଲମ୍ବିଛି ତାହା ତଦନ୍ତ ସାପେକ୍ଷ ବୋଲି ସ୍ଥାନୀୟ ଅଞ୍ଚଳ ସହ ଜିଲ୍ଲାରେ ତିର୍ତ୍ତୋଲ ବ୍ଲକ କୁ ନେଇ ହଇଚଇ ସୃଷ୍ଟି ହୋଇଛି ।

Leave A Reply

Your email address will not be published.

3 × four =