ଆସୁଛି ବାତ୍ୟା ଅମ୍ପାନ : ସମୁଦ୍ର ତଟରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଖସଡ଼ା ପ୍ରସ୍ତୁତ

0 567

  • ରୋଷ୍ଟର ଡ୍ୟୁଟି ବନ୍ଦ,100% କର୍ମଚାରୀ କାର୍ଯ୍ୟ କରିବେ
  • ବିପନ୍ନ ରହିବା ପାଇଁ “ବିଲଡିଂ ମ୍ୟାପିଂ ” କରାଯାଇଛି

ଭୁବନେଶ୍ୱର :ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଓ ତାର ପାଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେଉଛି I ଏହି ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଉପକୂଳବର୍ତ୍ତୀ ଜିଲ୍ଲାପାଳମାନଙ୍କୁ ସତର୍କ ନିର୍ଦେଶ ଦେଇଛନ୍ତି I ସମୁଦ୍ର ତଟରୁ ଲୋକଙ୍କୁ ସ୍ଥାନାନ୍ତର କରିବା ନିମନ୍ତେ ଖସଡ଼ା ପ୍ରସ୍ତୁତ ସହ ବିପନ୍ନ ରହିବା ପାଇଁ “ବିଲଡିଂ ମ୍ୟାପିଂ ” କରାଯାଇଛି I ସେଥିପାଇଁ ସରକାରୀ କର୍ମଚାରୀ କର୍ମଚାରୀ ମାନଙ୍କୁ ଆଉ 30% ନୁହେଁ, 100%ଆସିବାକୁ କୁହାଯାଇଛି I ରୋଷ୍ଟର ଡ୍ୟୁଟି ବନ୍ଦ କରି ଦିଆ ଯାଇଛି I ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ତାହା ସ୍ପଷ୍ଟ କରିଛନ୍ତି I

ରାଜ୍ୟ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଭିଡ଼ିଓ କନଫରେନ୍ସ ଜରିଆରେ ବାତ୍ୟା ମୁକାବିଲା ଉପରେ ଜରୂରୀ ବୈଠକ ବସିଥିଲା I ଏଥିରେ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ I ପରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଥିଲେ, ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ସାଇକ୍ଲୋନ୍‌ ଓ୍ଵାର୍ଣ୍ଣିଂ ସେଣ୍ଟର ତଥ୍ୟ ଅନୁସାରେ , ଲଘୁଚାପ ଅଧିକ ଘନୀଭୂତ ହୋଇ ଏକ ଘୂର୍ଣ୍ଣିବଳୟ ଓ ପରେ ଏକ ସାମୁଦ୍ରିକ ଝଡ଼ର ରୂପ ନେବ I ତାହା ଏବେ ସମୁଦ୍ର ମଧ୍ୟରେ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗତି କରିବ। ୧୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ବିଭିନ୍ନ ଦିଗକୁ ନିଜର ଗତିପଥ ପରିବର୍ତ୍ତନ କରି ଶେଷରେ ଉତ୍ତର- ଉତ୍ତରପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ୧୭ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ସାମୁଦ୍ରିକ ଝଡ଼ଟି ଏହି ଦିଗରେ ଗତିଶୀଳ ହୋଇରହିବ I ହେଲେ ବାତ୍ୟା 17 ପରେ ଦିଗ ବଦଳାଇବ I ପ୍ରଥମେ ପବନର ବେଗ 40ରୁ 50 କିମି ହେବ I ପରେ ତାହା 60 ରୁ 70କିମି ପର୍ଯ୍ୟନ୍ତ ବଢିବ I ମତ୍ସ୍ୟଯିବି ମାନେ ସମୁଦ୍ରକୁ ନ ଯିବାକୁ ସତର୍କ କରି ଦିଆ ଯାଇଛି I
ଶ୍ରୀ ଜେନା କହିଥିଲେ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି I ଉପକୂଳବର୍ତ୍ତୀ ଜିଲ୍ଲାପାଳମାନଙ୍କୁ ସତର୍କ ନିର୍ଦେଶ ଦିଆଯାଇଛି I
ସମୁଦ୍ର ତଟରୁ ଲୋକଙ୍କୁ ସ୍ଥାନାନ୍ତର କରିବା ନିମନ୍ତେ ଖସଡ଼ା ପ୍ରସ୍ତୁତ ସହ ବିପନ୍ନ ରହିବା ପାଇଁ “ବିଲଡିଂ ମ୍ୟାପିଂ ” କରାଯାଇଛି I ସେଲଟର ହୋମ ବ୍ୟବସ୍ଥା ଯୁଦ୍ଧ କାଳୀନ ଭିତ୍ତିରେ ହେବ I ସେଥିପାଇଁ ସରକାରୀ କର୍ମଚାରୀ କର୍ମଚାରୀମାନଙ୍କୁ ଆଉ 30% ନୁହେଁ, 100%ଆସିବାକୁ କୁହାଯାଇଛି I ରୋଷ୍ଟର ଡ୍ୟୁଟି ବନ୍ଦ କରି ଦିଆ ଯାଇଛି I

ଉଲ୍ଲେଖ ନିୟଯେ, ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଥିଲେ, ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଓ ତାର ପାଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେଇ ସାରିଛି I ତାର ନାଁ ରହିଛି ଆମ୍ପାନ I ତାର ପ୍ରଭାବ ଉଭୟ ଆନ୍ଧ୍ର ଓ ଓଡିଶା ଉପରେ ପଡିବ I ପ୍ରାୟ ଉକ୍ତ ଦୁଇ ରାଜ୍ୟ ମଝିରେ ଲ୍ୟାଣ୍ଡିଙ୍ଗ କରିବାର ସମ୍ଭାବନା ରହିଛି I ସ୍ଥିତି ଖୁବ ଶୀଘ୍ର ସ୍ପଷ୍ଟ ହେବ I ୧୭ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ସାମୁଦ୍ରିକ ଝଡ଼ଟି ଏହି ଦିଗରେ ଗତିଶୀଳ ହୋଇରହିବକ I ତାହା ଭୟଙ୍କର ରୂପ ନେବ I ଓଡିଶା ଉପକୂଳରେ ୧୯ ଠାରୁ ପବନ ସହ ତୁହାକୁ ତୁହା ବର୍ଷା ଆରମ୍ଭ ହୋଇଯିବ I ଏନେଇ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ସତର୍କ ପାଇଁ ଜଣାଇ ଦିଆ ଯାଇଛି I ଉପକୂଳରୁ ଲୋକଙ୍କୁ ସ୍ଥାନନ୍ତର କରିବା

Leave A Reply

Your email address will not be published.

two + 10 =