କରୋନା ସମୟରେ ଦେଶର ମା’ ମାନଙ୍କୁ
ନୂଆ ଉର୍ଜା ଦେଇଛି ଉଜ୍ଜଳା
• ଓଡିଶାର ସନ୍ତୋଷୀ ମହାରଣା ଏବଂ କେନ୍ଦ୍ରାପଡାର ସୁହାନା ବିବି ସାମିଲ
ନୂଆଦିଲ୍ଲୀ/ଭୁବନେଶ୍ୱର : କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଦେଶର ଗରିବ ମା’ଭଉଣୀ ମାନଙ୍କୁ ନୂଆ ଉର୍ଜା ଦେଇଛି ବୋଲି ଶନିବାର ଦେଶର ୧ ହଜାରରୁ ଉଦ୍ଧ୍ୱର୍ ଉଜ୍ଜଳା ଲାଭାର୍ଥୀଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ କଥା ହେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ୪ ବର୍ଷ ପୂର୍ତି ଅବସରରେ ଏହି ଭିଡିଓ କନଫେରେନ୍ସ ଆୟୋଜିତ ହୋଇଯାଇଥିଲା । ଏହି ଆଲୋଚନାରେ ଓଡିଶା ରାଜ୍ୟ ସମେତ ଆସାମ, କେରଳ, ରାଜସ୍ଥାନ, ମହାରାଷ୍ଟ୍ର, ଉତରପ୍ରଦେଶ, କର୍ଣ୍ଣାଟକ ଏବଂ
ଅନ୍ୟ ରାଜ୍ୟର ମହିଳା ଉଜ୍ଜଳା ହିତାଧିକାରୀମାନଙ୍କ ସହ ଶ୍ରୀପ୍ରଧାନ କଥା ହୋଇଥିଲେ । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗ୍ୟାସ ଆସିବା ଦ୍ୱାରା ସେମାନଙ୍କ ଜୀବନରେ ଆସିଥିବା ପରିବର୍ତନ ଓ ବର୍ତମାନର ଘଡିସନ୍ଧିମୂହୁର୍ତରେ ଗ୍ୟାସ ଯୋଗାଣ ଉପରେ ଶ୍ରୀ ପ୍ରଧାନ କଥା ହୋଇଥିଲେ ।
ଓଡିଶାର ଅନୁଗୁଳ ଜିଲ୍ଲାର ସନ୍ତୋଷୀ ମହାରଣା ଏବଂକେନ୍ଦ୍ରାପଡାର ସୁହାନା ବିବି ଓ ଅନ୍ୟ ଉଜ୍ଜଳା ହିତାଧିକାରୀମାନେ ଶ୍ରୀ ପ୍ରଧାନଙ୍କ ସହ ଆଲୋଚନା କରିବା ବେଳେ କହିଥିଲେ ଯେ ପୂର୍ବରୁ ସେମାନେ କାଠ ଜାଳି ଚୂଲାରେ ରୋଷେଇ କରୁଥିଲେ । ଫଳରେ ସେମାନଙ୍କୁ ଅନେକ ହଇରାଣ ହେବାକୁ ପଡୁଥିଲା । ମାତ୍ର ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଘରକୁ ଗ୍ୟାସ ଆସିବା ପରେ ସେମାନଙ୍କ କଷ୍ଟ ଲାଘବ ହୋଇପାରିଛି । ଉଜ୍ଜଳା ସେମାନଙ୍କ ଆଖିରୁ ଲୁହ ପୋଛିଚି । ସମୟ ବଂଚିବା ସହ ବଳକା ସମୟରେ ଅନେକ କାମ କରିପାରୁଛନ୍ତି । ବିଶେଷତଃ କରୋନା ସମୟରେ ଘରେ ମାଗଣାରେ ଗ୍ୟାସ ପହଁଚିଥିରୁ ହିତାଧିକାରୀ ମାନେ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ଗ୍ୟାସ ମନ୍ତ୍ରଣାଳୟ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ ।