ତିର୍ତ୍ତୋଲ (ସାମନ୍ତରାୟ ମନୋରଞ୍ଜନ ଦାସ): ସୁରତ ସମତେ ଭାରତର ଅନ୍ୟ ରାଜ୍ୟରେ ଫେରିଥିବା ଜଗତସିଂହପୁର ଜିଲ୍ଲାର ପ୍ରବାସୀ ଓଡ଼ିଆ କିଭଳି ସୁରକ୍ଷିତ ଭାବେ ରହିବେ ସେନେଇ ପୂର୍ବତନ ମନ୍ତ୍ରୀ,ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବର୍ତ୍ତମାନ ର ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ରାଜ୍ୟ ପଞ୍ଚାୟତ ଭିଭାଗ ସଚିବ ଙ୍କ ସହିତ ଆଲୋଚନା କରିଛନ୍ତି ।
ସୁରତ ଓ ଅନ୍ୟ ରାଜ୍ୟରୁ ଆସୁଥିବା ଜଗତସିଂହପୁର ଜିଲ୍ଲାର ଲୋକ ସରକାର ଙ୍କ ନିୟମ ମୁତାବକ କିଭଳି ସୁରକ୍ଷିତ ଭାବେ କ୍ଵାଲିନ୍ଟାଇଁନ ସେଣ୍ଟର୍ ରହିବେ ସେଥିନେଇ ଶ୍ରୀ ଦାସ ସଚିବ ଙ୍କ ସହ ଆଲୋଚନା କରିଥିଲେ ଏବଂ ଜିଲ୍ଲାପାଳଙ୍କ ସହ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଅଧିନସ୍ତ ୩ ଟି ବ୍ଲକ ରେ କିଭଳି ପ୍ରବାସୀ ଓଡ଼ିଆ ମାନେ ପ୍ରତି ପଞ୍ଚାୟତ ରେ ସଂଗରୋଧ ରଖିବା ସହ ଜିଲ୍ଲା, ବ୍ଲକ ପ୍ରଶସନଠାରୁ ଉତ୍ତମ ସେବା ପାଇବେ ସେ ବିଷୟରେ ଆଲୋଚନା କରିବେ ଏବଂ ଅତିଶିଘ୍ର ଭିଡିଓ କମ୍ଫରେସ ଜରିଆରେ ୩ ବିଡିଓ ଙ୍କ ସହ କଥା ହେବେ ବୋଲି କହିଥିଲେ ।