ତିର୍ତ୍ତୋଲ ଓ ଏରସମା ରେ ତାଣ୍ଡବ ରଚିଛି ଆମ୍ଫନ୍

0 914

ତିର୍ତ୍ତୋଲ (ସାମନ୍ତରାୟ ମନୋରଞ୍ଜନ ଦାସ ): ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଓ ଏରସମା ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି।ପ୍ରବଳ ବେଗରେ ପବନ ସାଙ୍ଗକୁ ବର୍ଷା ଯୋଗୁଁ ବଡବଡ ଗଛ ଭାଙ୍ଗିପଡିବା ସାଙ୍ଗକୁ ଅନେକ ଚାଳଘର ନଷ୍ଟ ହୋଇଛି।କଟକ-ପାରାଦ୍ୱୀପ, ମଣିଯଙ୍ଗା- ଏରସମା, କଟରା-ବେଗୁନିଆ ଅନେକ ସ୍ଥାନରେ ଗଛ ପଡି ଅବରୋଧ ହୋଇଛି।ଗାଁ ଗହଳିର ବିଶେଷ ଖବର ମିଳିନଥିଲେ ମଧ୍ୟ ପବନର ବେଗ ଘଣ୍ଟାପ୍ରତି ଶହେରୁ ଶହେ କୋଡିଏ କିଲୋମିଟର ଥିବା ଅନୁମାନ କରାଯାଉଛି।ଏରସମାର ସମୁଦ୍ରକୂଳିଆ ଅଞ୍ଚଳରେ ପବନର ବେଗ ଅଧିକ ରହିଛି।ସମୁଦ୍ରରେ ବଡବଡ ଢେଉ ସହ ଜୁଆରିଆ ସମୁଦ୍ର ଅଶାନ୍ତ ହୋଇଥିବା ଖବର ମିଳିଛି। ଏରସମାର ଗଡହରିଶପୁର, ପଦ୍ମପୁର,ଗଡବିଶୁନପୁର, ଆମ୍ବିକି, କୁଞ୍ଜକୋଠି, ଗଡକୁଜଙ୍ଗ ଆଦି ସମୁଦ୍ରକୂଳିଆ ପଞ୍ଚାୟତରେ ପାଖାପାଖି ୫ ହଜାର ଏବଂ ତିର୍ତ୍ତୋଲ ର ୨ ହଜାର ଲୋକଙ୍କୁ ପ୍ରଶାସନ ପକ୍ଷରୁ ନିରାପଦ ସ୍ଥାନକୁ ନିଆଯାଇଛି। ଏନଡିଆରଏଫ,ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଏରସମାରେ ସଜାଗ ରହିଛନ୍ତି। ଗତକାଲି ଅପରାହ୍ନ୧ଘଟିକା ଠାରୁ ପବନ ବର୍ଷା ହେଉଥିବା ବେଳେ ରାତିରେ ପବନର ବେଗ ବୃଦ୍ଧି ପାଇଥିଲା।ସକାଳ ଠାରୁ ଧୀରେ ଧୀରେ ପବନର ବେଗ ବୃଦ୍ଧି ପାଇଛି।ଜଗତସିଂହପୁର ଜିଲ୍ଲାରେ ଅମ୍ଫାନ ମହାବାତ୍ୟାର ତାଣ୍ଡବ ଦେଖିବାକୁ ମିଳିଛି।ଜିଲ୍ଲାର ତିର୍ତ୍ତୋଲ ଏରସମା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ତିର୍ତ୍ତୋଲ ଥାନା ଅନ୍ତର୍ଗତ ମାଣିତ୍ରି ଗ୍ରାମର ଜଣେ ୭୨ବର୍ଷ ବୟସ୍କ ବ୍ୟକ୍ତିଙ୍କର ଅମ୍ଫାନରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମାଣିତ୍ରି ଗ୍ରାମର ସିନ୍ଧୁ ସାମଲ ସକାଳୁ ଶୌଚ ହେବାପାଇଁ ଘର ବାହାରକୁ ଯାଇଥିବା ବେଳେ ପ୍ରବଳବେଗରେ ପବନ ଯୋଗୁଁ ପିଟିହୋଇ ପ୍ରାଣ ହରାଇଥିବା ଜଣାପଡିଛି।ପୋଲିସ ପକ୍ଷରୁ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।ଅମ୍ଫାନ ଯୋଗୁଁ ବଡବଡ ଗଛ ଉପୁଡି ଅନେକ ସ୍ଥାନରେ ରାସ୍ତା ଅବରୋଧ ହୋଇଛି ଯାହା ଫଳରେ ତିର୍ତ୍ତୋଲ ରୁ ଏରସମା ରାସ୍ତା ବାଧା ପ୍ରାପ୍ତ ହୋଇଛି।ତିର୍ତ୍ତୋଲ ଥାନା ଅନ୍ତର୍ଗତ ମଣିଜଙ୍ଗା ଗ୍ରାମରେ ବଡ ଚାକୁଣ୍ଡା ଗଛ ପଡି ତିନୋଟି କୋଠାଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଉକ୍ତ ପରିବାର ଅଳ୍ପକେ ରକ୍ଷା ପାଇଛନ୍ତି।କଟକ-ପାରାଦ୍ୱୀପ ରାସ୍ତାରେ ବଡବଡ ଗଛ ପଡିଥିବା ବେଳେ ନରୂଆ ମୁଳିଶିଂ,ବେଗୁନିଆ ଦେବେନ୍ଦ୍ର , ଗଚ୍ଚପଡି ରୋଡ ଅବଧ ହୋଇଛି କିଛି ଗ୍ରାମ ଲୋକ ଏବଂ
ଅଗ୍ନିଶମ ବିଭାଗ ପକ୍ଷରୁ ସଫେଇ ଅଭିଯାନ ଆରମ୍ଭ ହୋଇଛି।
ତିର୍ତ୍ତୋଲ ଓ ଏରସମାର ଅନେକ ସ୍ଥାନରେ ଗଛପଡି ରାସ୍ତା ଅବରୋଧ ହୋଇଛି। ଯେତିକି ସ୍ଥଳଭାଗ ପାଖକୁ ଆସୁଛି ପବନର ବେଗ ବଢି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।ଏରସମା ଗଡହରିଶପୁର ର ସରମନ୍ତ, ନୋଳିଆସାହି, କଦମନାସୀ, ଘାସୁଆ, ପାତୁଆ, ପଦ୍ମପୁର ପଞ୍ଚାୟତର ରାମତରା, ଶଙ୍ଖା, କିଆମୁଣ୍ଡି, କଳାବେଦୀ।ଜପା ପଞ୍ଚାୟତର ଦହିବର, ଖୋଳପ, ଦାସମଠ ଆଦି ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ତିର୍ତ୍ତୋଲ ର ଜଗନ୍ନାଥପୁର, ଏବିରିସିଂ, କଟରା , ତୁଳଙ୍ଗ ଏବଂ କୋଷ୍ଟି ପଞ୍ଚାୟତ ବେଶୀ କ୍ଷତି ହୋଇଥିବା ସୁଚନା ମିଳିଛି।

Leave A Reply

Your email address will not be published.

8 − four =