ତିର୍ତ୍ତୋଲ(ସାମନ୍ତରାୟ ମନୋରଞ୍ଜନ ଦାସ): ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ଠାରେ ଥିବା ବିଦ୍ୟୁତ୍ ଷ୍ଟକ୍ ଚର୍ ରେ ଲାଇନ୍ ଆସିବାକୁ ନେଇ ବିଧାୟକ ସମର୍ଥକ ମନ୍ତ୍ରୀ ସମର୍ଥକ ମଧ୍ୟରେ ଟଣ ଘୋଷରା ହେବାରେ ଲାଗିଥିବା ଜଣାପଡିଛି । ବିଧାୟକ ସମର୍ଥକ ତିର୍ତ୍ତୋଲ ଏବଂ ଏରସମା ଏରିଆ ରେ ଲାଇନ୍ ଏକ ସାଙ୍ଗରେ ଲାଗିବ କହୁଥିବା ବେଳେ ମନ୍ତ୍ରୀ ସମର୍ଥକ ଆଗ ଏରସମା ରେ ଲାଇନ୍ ଜଳିବା ନେଇ ବିଭାଗୀୟ ଯନ୍ତ୍ରୀ ଙ୍କୁ ପ୍ରେସର ପକାଇଥିବା ଦେଖିବାକୁ ମିଳିଛି । କାରଣ ଏରସମା ରେ ବେସୀ ଖୁଣ୍ଟ ଉପୁଡିଥିବାରୁ ସେଠାରେ କାମ ବିଳମ୍ବ ହେବାର ଯଥେଷ୍ଟ ସମ୍ଭାବନା ଅଛି ।କିନ୍ତୁ ଏହିଭଳି ପରିସ୍ଥିତିରେ ମନ୍ତ୍ରୀ ଙ୍କ ବାର୍ତ୍ତାକୁ ଭୟ କରି ଯନ୍ତ୍ରୀ ମିଛରେ ଜଗନ୍ନାଥପୁର ଷ୍ଟକ୍ ଚର୍ ରେ ଟ୍ରାସ୍ଫେର୍ମର୍ ପୋଡିଯିବା କହି ରହି ଯାଇଥିବା ଲୋକମାନଙ୍କ ଭିତରେ ହଟଚମଟ ସୃଷ୍ଟି ହୋଇଛି ।
। ଏହିଭଳି ପରିସ୍ଥିତି ରେ ଯନ୍ତ୍ରୀ କହିବା କଥା ଏରସମାର ଥାନା ଅଧିକାରୀ ନିଜେ ବାରମ୍ବାର କଲ୍ କରି ଯନ୍ତ୍ରୀ ଙ୍କୁ ବାଧ୍ୟ କରିବା କୁ ନେଇ ଦୁଇ ବ୍ଲକ ଲୋକଙ୍କ ମଧ୍ୟରେ ଟଣାଓଟରା ଲାଗିରହିଥିବା ଦେଖିବାକୁ ମିଳିଛି । ଗତକାଲି ରାତି ପ୍ରାୟ ୧୧ ଘଟିକା ସମୟରେ ବିଧାୟକ ନିଜେ ସମାଧାନ ପାଇଁ ଏରସମା ବିଭାଗର କନିଷ୍ଠ ଯନ୍ତ୍ରୀ ଙ୍କୁ କଲ୍ କରିଥିବା ବେଳେ ଯନ୍ତ୍ରୀ ତାଙ୍କ ଫୋନ୍ ନ ଉଠାଇବା ଆଉ ତାଙ୍କୁ ଖରାପ୍ ବ୍ୟବହାର୍ କରିବାକୁ ନେଇ ବିଧାୟକ ଙ୍କ ସମର୍ଥକ ରାଗି ପଞ୍ଚମ ହୋଇଥିଲେ ଏବଂ ଯନ୍ତ୍ରୀ ଙ୍କୁ ଉତ୍ତମ ମଧ୍ୟମ ଦେଇଥିବା ସୁଚନା ମଳିଛି, ଆଜି ବିଧାୟକ ଙ୍କୁ କଣ ପାଇଁ ତାଙ୍କ ଫୋନ୍ ନ ଉଠାଇ ମନ୍ତ୍ରୀ ଙ୍କ ସଲସୁତୁରା ରେ କାମ ଚାଲିଛି ବୋଲି ଜଗନ୍ନାଥପୁର ପଞ୍ଚାୟତ ବାସି ଇଲେକ୍ଟ୍ରି ଷ୍ଟକ୍ ଚର୍ କୁ ତାଲା ପକାଇଥିବା ସୂଚନା ମିଳିଛି । ଯେ ପର୍ଯ୍ୟନ୍ତ ବିଧାୟକ ତଥା ଜନପର୍ତିନିଧି ଙ୍କୁ ଭୁଲ୍ ନ ମଗାଯାଇଛି ସେ ପର୍ଯ୍ୟନ୍ତ ତାଲା ଖୋଲାଯିବ ନାହିଁ ବୋଲି ଏବଂ ଏରସମା ବିଧାୟକ ତଥା ମନ୍ତ୍ରୀ ଓ ଏରସମା ଥାନା ଅଧିକାରୀ ଙ୍କ ପ୍ରଭାବ ଏଠାରେ ଚଳିବନି କେବଳ ଲୋକଙ୍କ ସେବାରେ ରହୁ ବିଭାଗ ବୋଲି ସହ ସହ ଲୋକେ ଅଡି ବସିଛନ୍ତି ଏହି ସ୍ଥାନରେ ତିର୍ତ୍ତୋଲ ଥାନା ମୁତୟନ ଥିବା ଜଣାପଡିଛି ଏବଂ ସ୍ଥାନୀୟ ଏରସମା କନିଷ୍ଠ ଯନ୍ତ୍ରୀ ଙ୍କୁ ତାଙ୍କର ମନୋମାଳିନ୍ୟ କାମ ପାଇଁ ତୁରନ୍ତ ବଦଳି କରା ନଗଲେ ମନିଯଙ୍ଗା ଏରସମା ରାସ୍ତା ରୋକ ହେବବୋଲି ସୂଚନା ମିଳିଛି ।