ତିର୍ତ୍ତୋଲ(ସାମନ୍ତରାୟ ମନୋରଞ୍ଜନ ଦାସ ): ମାନବ ସେବା ହିଁ ମାଧବ ସେବା ନୀତିକୁ ଆପଣାଇ ଏକ ମହିଳା ଙ୍କ ଜୀବନ ବଞ୍ଚାଇ ଓଡ଼ିଶାରେ ଏକ ଉଦାହରଣ ସାଜିଛନ୍ତି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ରଘୁନାଥପୁର ବ୍ଲକ ପଞ୍ଚାୟତ ସମିତି ଅଧକ୍ଷା ଶ୍ରୀମତୀ ସ୍ଵପ୍ନ ସରିତା ବଳ । କୁଜଙ୍ଗ ବ୍ଲକ ଅଧିନସ୍ତ ଦୁଃଖୀ ପଲ୍ଲାଇ ସ୍ବାମୀ ପଞ୍ଚାନନ ପଲ୍ଲାଇ ଦୁଆଡିଆ ଗ୍ରାମର
ମହିଳା B+ve ରକ୍ତ ପାଇଁ କଟକରେ ଏକ ଘରୋଇ ହସ୍ପିଟାଲରେ ଛଟପଟ ହେଉଥିବା ସମୟରେ କଟକ ଠାରୁ ଆରମ୍ଭ କରି । ଜଗତସିଂହପୁର ଜିଲ୍ଲା ପର୍ଯ୍ୟନ୍ତ ଜୀବନ ବିନ୍ଦୁ ସଂଯୋଜକ ଙ୍କ ସହିତ ଯୋଗାଯୋଗ କରିଥିଲେ ତାଙ୍କର ପରିବାର ସଦସ୍ୟ । କିନ୍ତୁ ନିକଟରେ ୩ ମାସ ତଳେ ରକ୍ତ ଦେଇଥିବା ସମାନ ରକ୍ତ ବି ପଯେଟିବି ଅଧ୍ୟକ୍ଷା ଙ୍କ କଥା ମନେପଡିଲା ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ମଧୁସୁଦନ ସାହୁଙ୍କର । କାରଣ ସେହି ନମୁନା ରକ୍ତ ବହୁତ କମ୍ ଲୋକଙ୍କ ଠାରେ ଦେଖା ଯାଏ । କେବଳ ଫୋନ୍ ମାଧ୍ୟମରେ ଜଣାଇଥିଲେ ସଂଯୋଜକ କିନ୍ତୁ କାଳ ବିଳମ୍ବ ନକରି ପହଞ୍ଚି ଯାଇଥିଲେ ଜଗତସିଂହପୁର ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ଅଧ୍ୟକ୍ଷା ଶ୍ରୀମତୀ ବଳ । ସେଠାରେ ପହଞ୍ଚି ସେ ନିଜେ ରକ୍ତ ଦେଇ ଜୀବନ ବଞ୍ଚାଇଥିଲେ ଚିକିତ୍ସିତ ହେଉଥିବା ମହିଳାଙ୍କର । ଏହି ମହାମାରୀ କରୋନା ସମୟରେ ରକ୍ତଦେଇ ଉଦାହରଣ ସାଜିଛନ୍ତି ରଘନାଥପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସପ୍ନ ସରିତା ବଳ । ତାଙ୍କର ଏହି ଭଳି କାମ ପାଇଁ ସେ ଆଜି ସାରା ଓଡ଼ିଶାରେ ଅନ୍ୟଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି ।