• ଦେଶରେ ଚ୍ୟାଲେଞ୍ଜ ଆସିଲେ ରୋଟାରି ସଂଗଠନ ପ୍ରସ୍ତୁତି ଓ ପରିଚାଳନାରେ ଅଗ୍ରଣୀ ଭୂମିକା ଗ୍ରହଣ କରେ
• କୋଭିଡ-୧୯ ସଂକଟ ସମୟରେ ରୋଟାରି ସଂଗଠନର ଉଦ୍ୟମକୁ ପ୍ରଶଂସା
• ଦେଶରେ ଦକ୍ଷତା ବିକାଶ ଓ ପିଲାଙ୍କ ଇ-ଶିକ୍ଷାକୁ ଗୁରୁତ୍ୱ ଦେବାକୁ ପରାମର୍ଶ
• ପ୍ରଧାନମନ୍ତ୍ରୀ ଦୂରଦୃଷ୍ଟି ସମ୍ପନ୍ନ କରୋନା ମୁକାବିଲା ଭାରତକୁ ଲାଭ ଦେଇଛି
• ଆରୋଗ୍ୟ ସେତୁ ଆପକୁ ସମସ୍ତଙ୍କ ପାଖରେ ପହଁଚାଇବା ପାଇଁ ଆହ୍ୱାନ
• କେନ୍ଦ୍ରମନ୍ତ୍ରୀଙ୍କ ଆକାଂକ୍ଷୀ ଜିଲ୍ଲାର ବିକାଶ କରିବା କାମରେ ଲାଗିବା ଏବଂ ପିଲାଙ୍କ ଇ-ଶିକ୍ଷା କାମରେ ଲାଗିବା
ପରାମର୍ଶକୁ ଭାରତ ରୋଟାରୀ ସଂଗଠନର ସ୍ୱାଗତ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଶିକ୍ଷା, ସ୍ୱାସ୍ଥ୍ୟ, ମୌଳିକ ଆବଶ୍ୟକତା, ଦକ୍ଷତା ଓ ଆର୍ଥିକ ବିକାଶ ଉପରେ ଗୁରୁତ୍ୱାରୋପ କରିବା ନିମନ୍ତେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ କରିଛନ୍ତି । ସମଗ୍ର ଦେଶରେ ୧୧୫ଟି ପଛୁଆ ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ଖୋଦ୍ ଆକାଂକ୍ଷୀ ଜିଲ୍ଲା ଭାବେ ପରିଗଣିତ କରିଥିବା ବେଳେ ରୋଟାରି ସଂଗଠନ ଏହି ସବୁ ପଛୁଆ ଜିଲ୍ଲାର ଦାୟିତ୍ୱ ନେବା ସହ ବିକାଶ କରିବା କାମରେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତର
ରୋଟାରି ସଂଗଠନକୁ ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କହିବାନୁସାରେ ଆକାଂକ୍ଷୀ ଜିଲ୍ଲା ଗୁଡିକ ବିକାଶ ହେଲେ ହିଁ
ଦେଶର ଆର୍ଥିକ ବିକାଶ ସମ୍ଭବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଭାରତ ଦେଶ ସମେତ ବିଶ୍ୱର ଶ୍ରୀଲଙ୍କା, ପାକିସ୍ତାନ, ବାଲାଂଦେଶ ଓ ଅନେକ ଦେଶର ରୋଟାରି ସଂଗଠନର ୫୦୦ରୁ ଉଦ୍ଧ୍ୱର୍ ପ୍ରତିନିଧିଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିବା ବେଳେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ ବିଶ୍ୱର କୋଭିଡ-୧୯ ସଂକଟ ସମୟରେ ସ୍ୱଚ୍ଛାସେବୀ ସଂଗଠନ ପରି ରୋଟାରୀ ସମାଜ ଭାରତରେ ଯେଉଁଭଳି ଭାବେ ଲୋକମାନଙ୍କ ପାଇଁ କାମ କରୁଛନ୍ତି ତାହା ପ୍ରଶଂସନୀୟ । ବିଶେଷ ଭାବରେ ଦେଶରେ ଚ୍ୟାଲେଞ୍ଜ ଆସିଲେ ରୋଟାରୀ ସଂଗଠନ ପ୍ରସ୍ତୁତି ଓ ପରିଚାଳନାରେ ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତି ।
ସେ କହିଛନ୍ତି ଯେ ଏହି ସଂକଟ ସମୟରେ ଦେଶରେ ରୋଟାରି ସଂଗଠନ ପକ୍ଷରୁ ଲୋକଙ୍କୁ ମାସ୍କ, ସାନିଟାଇଜର, ପିପିଇ
କିଟ୍, ବଂଟନ କରାଯିବା ସହ ସ୍ୱାସ୍ଥ୍ୟ ଶିବିର, ଖାଦ୍ୟ ମଧ୍ୟ ଅସହାୟ ଲୋକମାନଙ୍କୁ ଯୋଗାଇ ଦିଆଯାଇଛି । ଏପରିକି କରୋନା ମୁକାବିଲାରେ ଦେଶକୁ ମଜବୁତ୍ କରିବା ପାଇଁ ପିଏମ କେୟାର୍ସ ଫଣ୍ଡକୁ ମଧ୍ୟ ସଂଗଠନ ପକ୍ଷରୁ ଦାନ କରାଯାଇଛି । ବିଗତ ଦୁଇ ମାସରେ ସଂଗଠନ ପକ୍ଷରୁ କରୋନା ମୁକାବିଲା ପାଇଁ ପାଖାପାଖି ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ବିଶେଷ ଭାବରେ ଭାରତ କରୋନା ମୁକାବିଲାରେ ରୋଟାରି ସଂଗଠନର ନିରନ୍ତର କାର୍ଯ୍ୟ ଓ ଉଦ୍ୟମ ପ୍ରଶଂନୀୟ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି l