ତିର୍ତୋଲ(ସାମନ୍ତରାୟ ମନୋରଞ୍ଜନ ଦାସ): ଆଜି ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୦ ଜଣ ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । ୧୦ ଆକ୍ରାନ୍ତ ଜଣକ ପ୍ରବାସ ଫେରନ୍ତା ବୋଲି ଜଣାପଡିଛି । ୮ ଜଣ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବାବେଳେ ତାମିଲନାଡୁରୁ ଦୁଇ ଫେରନ୍ତା ରହିଛନ୍ତି । ୨୧ ତାରିଖରେ ସେମାନଙ୍କର ସ୍ବାବ ପରୀକ୍ଷା ପାଇଁ ନିଆଯାଇଥିଲା । ସମେସ୍ତ କ୍ବାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାର ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲା ପ୍ରଶାସନ । ଏହି ୧୦ ଆକ୍ରାନ୍ତଙ୍କ ମଧ୍ୟରୁ ନାଉଗାଁ କ୍ବାରେଣ୍ଟିନ୍ ସେଣ୍ଟରରୁ ୫ ଜଣ ଚିହ୍ନଟ ହୋଇଥିବାବେଳେ ବାଲିକୁଦାରୁ ଚାରି ଜଣେ ଆଉ ଜଣେ ବିରିଡିରୁ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତଙ୍କୁ ଏବେ କିମସ୍ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି ଚାଲିଛି ବୋଲି ଜିଲ୍ଲାପଳ କହିଛନ୍ତି ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ ଏବଂ ଯଥା ଶୀଘ୍ର ଆୟତକୁ ଜଗତସିଂହପୁର ଜିଲ୍ଲା କୁ ଅଣାଯିବ ଚେଷ୍ଟା ଜାରି ରହିଛି ବୋଲି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି ।
ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧କୁ ବୃଦ୍ଧି ହୋଇଥିବାବେଳେ ୫ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଜଗତସିଂହପୁର ଜିଲ୍ଲା ର ୨ ବରିଷ୍ଟ ବିଧାୟକ କରୋନା ଉପରେ ଜିଲ୍ଲାପାଳ ଙ୍କ ସହିତ ମିଳିତ ଉଦ୍ୟମରେ କରୋନା ଯୋଦ୍ଧା ହିସାବରେ ନିଜ ନିଜର ଜିଲ୍ଲା ଉପରେ ନିଜ ପାଣ୍ଠି ଓ ରକ୍ତ ସଂଗ୍ରହ କରି ଲୋକଙ୍କ ସହିତ ଥିବା ସୋସିଆଲ ମିଡ଼ିଆ ଦ୍ଵାରା ସୃଷ୍ଟି ଆକର୍ଷଣ ହେଉଛି । ସୂଚନାଯୋଗ୍ୟ, ଆଜି ରାଜ୍ୟରେ ୧୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୪୩୮କୁ ବୃଦ୍ଧି ହୋଇଛି ।