ତିର୍ତ୍ତୋଲ(ସାମନ୍ତରାୟ ମନୋରଞ୍ଜନ ଦାସ): ମହାମାରୀ କରୋନା ରେ ଯେପରି ଆମ ରାଜ୍ୟରେ ରକ୍ତର ଅଭାବ ନ ରୁହେ ସେଥିପାଇଁ ଦଳର ସଭାପତି ଙ୍କ ନିର୍ଦ୍ଦେଶକୁ ବିଳମ୍ବରେ ହେଲେ ମଧ୍ୟ ପାଳନ କରିଥିଲେ ପାରାଦୀପ ର ଯୁବ ବିଧାୟକ ସମ୍ବିତ ରାଉତରାୟ ଏବେ ଅଣ୍ଟା ଭିଡିଛନ୍ତି ଏରସମା ବାଲିକୁଦା ବିଧାୟକ ତଥା ମନ୍ତ୍ରୀ ରଘୁନନ୍ଦନ ଦାସ ଓ ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ ।
ପ୍ରକାଶ ଥାଉକି କରୋନା ଓଡ଼ିଶାରେ ପାଦ ଥାପିବା କିଛି ଦିନ ନ ପୁରୁଣୁ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଏବଂ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଗୁରୁ ଶିଷ୍ୟ ଯୋଡ଼ି ଦୁହେଁ ଦୀର୍ଘଦିନ ହେଲା ନିଜ ନିଜ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କୁ ପାଳନ କରି ପ୍ରତି ସପ୍ତାହ ରେ କିଛି କିଛି ରକ୍ତ ସଂଗ୍ରହ କରି ମୁଖ୍ୟମନ୍ତ୍ରୀ ଙ୍କ ଗୁଡ଼ ବୁକ୍ ରେ ରହିଥିଲେ । ଏହାକୁ ନେଇ ଶାନ୍ତିସେନା ନ୍ୟୁଜ ପୋର୍ଟାଲ ପକ୍ଷରୁ ଏକ ଖବର ପ୍ରସାରଣ ହେବାପରେ ଜିଲ୍ଲା ସହିତ ସାରା ରାଜ୍ୟର ଜୀବନବିନ୍ଦୁ ସଂଯୋଜକ ଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଏହାକୁ ନେଇ ବିଜୁ ଜନତା ଦଳର ଜୀବନବିନ୍ଦୁ କାର୍ଯ୍ୟକ୍ରମ ରୁ ଦୂରେଇ ରହିଥିବା ସମ୍ବିତ ଜୀବନବିନ୍ଦୁ କାର୍ଯ୍ୟକ୍ରମ ନହେଲେ ମଧ୍ୟ ପାରାଦ୍ୱୀପ ଠାରେ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଆୟୋଜିତ ରକ୍ତଦାନ ଶିବିର ରେ ଯୋଗଦେବା ସହ ନିଜେ ରକ୍ତ ଦେଇଥିଲେ । ବିଶେଷ ସୂତ୍ରରୁ ଖବର ମୁତାବକ ବିଜେଡ଼ି ରାଜ୍ୟ କାର୍ଯ୍ୟାଳୟ ରୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ମନ୍ତ୍ରୀ ଓ ସାଂସଦ ଙ୍କୁ ଉପର ମହଲା ରୁ ଡାକରା ହୋଇଥିବା ଜଣାପଡିଛି । ଯାହାଫଳରେ ଚେଇଁକି ଉଠିଛନ୍ତି ମନ୍ତ୍ରୀ,ସାଂସଦ ଏହି ମହାମାରୀ ରକ୍ତ ର ଅଭାବ ସମୟରେ ସାଂସଦ ଶ୍ରୀମତୀ ମଲ୍ଲିକ ଗତକାଲି ତିର୍ତ୍ତୋଲ ଭ୍ରମଣ ରେ ଆସିଥିବା ବେଳେ ସ୍ଥାନୀୟ ସରପଞ୍ଚ ଙ୍କୁ ଯଥାଶୀଘ୍ର ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରିବାକୁ ନିର୍ଦେଶ ଦେଇଥିବା ବେଳେ ମନ୍ତ୍ରୀ ଆଜି ଏକ ପୋଷ୍ଟରରେ ଆସନ୍ତା ୨୯ ତାରିଖରେ ଏରସମା ଠାରେ ରକ୍ତଦାନ ଶିବିର ଆୟୋଜନ କରିବେ ବୋଲି ସୋସିଆଲ ମିଡ଼ିଆ ମାଧ୍ୟମରେ ଭାଇରାଲ କରିଛନ୍ତି । ଦେଖାଯାଉ ମନ୍ତ୍ରୀ ଓ ସାଂସଦ ଦଳର ସୁପ୍ରିମୋ ଙ୍କ ନିର୍ଦ୍ଦେଶକୁ ମାନି କେତେ ମାତ୍ରାରେ ରକ୍ତ ସଂଗ୍ରହ କରି ଜିଲ୍ଲାରେ ନିଜର ପ୍ରଭାବ ବିସ୍ତାର କରିପାରୁଛନ୍ତି କି ନାହିଁ ଦେଖିବାକୁ ବାକି ରହିଲା ।