ବନ୍ଦେ ଉତ୍କଳ ଜନନୀରେ ଗୁଂଜରିତ ହେଲା ସାରା ରାଜ୍ୟ

0 1,524

ଭୁବନେଶ୍ୱର : ବନ୍ଦେ ଉତ୍କଳ ଜନନୀରେ ଗୁଂଜରିତ ହେଲା ସାରା ରାଜ୍ୟ l ରାଜଧାନୀ ଭୁବନେଶ୍ୱର, କଟକ, ପୁରୀ , ବାଲେଶ୍ୱର ସହିତ ପୁରପଲ୍ଲୀରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ରାଜ୍ୟବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି l କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି l ବିଶିଷ୍ଟ ବଲିଉଡ ଗାୟିକା ଆଶା ଭୋସଲେ ଓ ଶଙ୍କର ମହାଦେବନ ମଧ୍ୟ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି l

ଜଗତସିଂହପୁର : ଜଗତସିଂହପୁରରେ ବିଧାୟଜ ପ୍ରଶାନ୍ତ ମୁଦୁଲିଙ୍କ ଆବାହକତ୍ୱରେ ଏହା ଗାନ କରାଯାଇଥିଲା l ବିଜୁ ପଟ୍ଟନାୟକ ଛକରେ ଏହା ସମୂହ ଗାନ କରାଯାଇଥିଲା l

ପାରାଦୀପ(ଦୀପ୍ତି ରଞ୍ଜନ ଦାସ ) : ପାରାଦ୍ଵୀପ ନୂଆବଜାର ମାକେଟ୍ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ବନ୍ଦେ ଉତ୍କଳ ଜନନୀ ଗାନ କରି କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ପ୍ରତିଟି ଓଡ଼ିଆଙ୍କୁ ଏଭଳି କରିବାକୁ ଆହ୍ୱାନ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ ଗୁରୁବାର ଭିଡିଓ ବାର୍ତ୍ତା ଜରିଆରେ କୋଭିଡ୍ ଯୋଦ୍ଧାମାନଙ୍କୁ ପ୍ରଂଶସା କରିଥିଲେ। ଏଥିସହ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ସଂକ୍ରମଣ କମ୍ ଅଛି ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ। ଏହାପଛରେ କୋଭିଡ୍ ଯୋଦ୍ଧାମାନଙ୍କର ବିଶେଷ ଅବଦାନ ରହିଛି। ତେଣୁ ପ୍ରତିଟି ଓଡ଼ିଆ ସେମାନଙ୍କୁ ଉତ୍ସାହିତ ଓ ସମ୍ମାନ ଜଣାଇବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି l

ତିର୍ତ୍ତୋଲ ବ୍ଲକ ରେ କମ୍ପିଲା ବନ୍ଦେ ଉତ୍କଳ ଜନନୀ

ତିର୍ତ୍ତୋଲ(ସାମନ୍ତରାୟ ମନୋରଞ୍ଜନ ଦାସ ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିଧାୟକ ବିଷ୍ଣୁ ଦାସ ଙ୍କ ଅଧ୍ୟକ୍ଷତାରେ ତିର୍ତ୍ତୋଲ ବ୍ଲକ ପରିସରରେ ଓଡ଼ିଶାର ଜାତୀୟ ସଂଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇଥିଲା। ଏହି ଅବସରରେ ବିଡିଓ,ତହସିଲଦାର,ଯନ୍ତ୍ରୀ,ବ୍ଲକ ଅଧ୍ୟକ୍ଷା ଓ ଆତ୍ମା ଅଧ୍ୟକ୍ଷ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ଜିଲ୍ଲାପରିଷଦ,ପ୍ରତି ପଞ୍ଚାୟତ ର ସରପଞ୍ଚ,ସମିତି ସଭ୍ୟ ବିଜୁ ଜନତା ଦଳର ଯୁବ, ଛାତ୍ର,ମହିଳା କର୍ମକର୍ତ୍ତା ଉପସ୍ଥିତ ରହି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ । ସାମାଜିକ ଦୂରତା କୁ ବଜାଇରଖି ପ୍ରାୟ ୩୦୦ ଲୋକେ ମୁତୟନ ହୋଇଥିଲେ ।

Leave A Reply

Your email address will not be published.

fifteen − 3 =