କୁଆଡେ ଗଲେ କରୋନା ମୁଖ୍ୟ ଯୋଦ୍ଧା ବାଗଚୀ ?

0 1,032

କରୋନା ଜଟିଳ ପରିସ୍ଥିତିରେ ଲୋକଙ୍କୁ ପଚାରିଲେ ମିଳେ ବିଭିନ୍ନ ଉତ୍ତର

ଭୁବନେଶ୍ୱର : ମହାମାରୀ କରୋନା ରେ ଲୋକଙ୍କୁ ସଚେତନ କରିବାକୁ ଗତ ମାର୍ଚ୍ଚ ୧୫ତାରିଖରୁ ସରକାର ଙ୍କ କରୋନା ଯୁଦ୍ଧର ମୁଖ୍ୟ ଯୋଦ୍ଧା ମୁଖପାତ୍ର ସାଜିଥିଲେ ସୁବ୍ରତ ବାଗଚୀ I ପ୍ରତ୍ୟେକ ଦିନ ଅପରାହ୍ନ ସାଢ଼େ ୪ଟା ରେ ନିଜର ବଳିଷ୍ଠ ଉପସ୍ଥାପନା ଦ୍ୱାରା ସମସ୍ତଙ୍କ ହୃଦୟ ଛୁଇଁ ଯାଇଥିଲେ I ଘରେ ଘରେ ହଠାତ ଆସି ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଏହି ଗୋଟିଏ ନାମରେ ଲୋକପ୍ରିୟ ପାଲଟି ଯାଇଥିଲେ ଶ୍ରୀଯୁକ୍ତ ବାଗଚୀ ଏବଂ ସରକାର ଙ୍କ କାର୍ଯ୍ୟକ୍ରମ ଉପସ୍ଥାପନ କରିବାରେ ଥିଲେ ଭାରତରେ ପୁରା ମାହିର I
ଏବେ କିନ୍ତୁ ତାଙ୍କୁ ଆଉ ଦେଖିବାକୁ ମିଳୁନାହିଁ ବିଗତ ୧୫ ଦିନ ଧରି ଉର୍ଦ୍ଧ ହେବ ଏପରିକି ସବୁବେଳେ ଫ୍ରଣ୍ଟ ଲାଇନ ରେ ରହୁଥିବା ଏହି ଯୋଦ୍ଧା ମେ ୩୦ ରେ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ କ୍ରମେ ବନ୍ଦେ ଉତ୍କଳ ଜନନୀ ରେ ମଧ୍ୟ ମୁଖ୍ୟମନ୍ତ୍ରୀ ଙ୍କ ସହିତ ଦେଖିବାକୁ ମିଳିନଥିଲା I
ଏବେ ସବୁଠି ଚର୍ଚା ସରକାର ଙ୍କ ମୁଖ୍ୟ ମୁଖପାତ୍ର ବାଗଚୀ ଗଲେ କୁଆଡେ ? ମେ ୧୮ ରୁ ପ୍ରାୟତ ତାଙ୍କୁ ଆଉ ଦେଖିବାକୁ ମିଳୁନାହିଁ କୌଣସି କାର୍ଯ୍ୟକ୍ରମ ରେ ! ଅବଶ୍ୟ କୁହାଯାଇଥିଲା କି ଏଥରକ ସପ୍ତାହ କୁ ୩ ଦିନ ଧରି ବାଗଚୀ ଙ୍କ ଉପସ୍ଥାପନା ରହିବ କିନ୍ତୁ ୟା ମଧ୍ୟରେ ସମ୍ପୂର୍ଣ୍ଣ ଗାଏବ ହେଇଗଲେଣି ବାଗଚୀ କିନ୍ତୁ ତାଙ୍କ ଫ୍ୟାନ ମାନେ ଅପେକ୍ଷା କରିଛନ୍ତି କେଉଁଦିନ ପୁଣି ତଥ୍ୟ ରଖିବେ ବାଗଚୀ I
ତେବେ ଅଚାନକ ଏଭଳି ଗାଏବ ପଛର କାରଣ କଣ ? ନା ସରକାର କୌଣସି ତଥ୍ୟ ରଖିଛନ୍ତି ନା ନିଜେ ବାଗଚୀ ମହାଶୟ I କରୋନା ବିପତ୍ତିର ସରକାର ଙ୍କ ମୁଖପାତ୍ର ସାଜିଥିବା ସୁବ୍ରତ ବାଗଚୀ ନିଜର ସ୍ୱତନ୍ତ୍ର ଉପସ୍ଥାପନା ଦ୍ୱାରା ଅତି ସରଳ ସୁନ୍ଦର ଭାଷାରେ ଘରେ ଘରେ କରୋନା ସମ୍ପର୍କିତ ତଥ୍ୟ ପହଞ୍ଚଭାଇବାରେ ସାଧାରଣ ଲୋକଙ୍କ ହୃଦୟ ରେ ରହିଯାଇଛନ୍ତି କିନ୍ତୁ ଲୋକେ ତାଙ୍କର କଥା ଶୁଣିବାକୁ ଏବେ ପାଗଳ ପରି ଟିଭି ସାମ୍ନାରେ ବସିଲେ ମଧ୍ୟ ତାଙ୍କୁ ନ ପାଇ ଓଥରା ଭଳିଆ ମୁହଁ କରି ଫେରୁଛନ୍ତି I
କେତେବେଳେ ରାମାୟଣ ତ କେତେବେଳେ ଇତିହାସ ହେଉ କି ପୁରାଣ ସହିତ ବର୍ତମାନ ର ଯୁଦ୍ଧ କୁ ଦର୍ଶାଇ ଲୋକଙ୍କ ହୃଦୟ ଜିତିଯାଇଥିଲେ I ଅବଶ୍ୟ କିଛି କଥା କୁ ନେଇ ଗଣମାଧ୍ୟମ ରେ ସମାଲୋଚନା ହେଇଥିଲେ କିନ୍ତୁ ଲୋକପ୍ରିୟତା କମିନଥିଲା ପୂର୍ବଭଳି ସେ ଲାଇଭ ଆସିଲେ ଗଣମାଧ୍ୟମ ରେ ଟିଆର୍ପି ଛୁଉଁଥିଲା ଆକାଶ ଛୁଆଁ I
ସୋସିଆଲ ମିଡ଼ିଆ ରେ ଲକ୍ଷ ଲକ୍ଷ ଭିୟୁଜ I ଏବେ ତାଙ୍କ ପରେ ସରକାରଙ୍କ ଅଫିସର ମାନେ ତଥ୍ୟ ଦେଉଥିଲେ ମଧ୍ୟ ଲୋକେ ବିମୁଖ ,ଲୋକପ୍ରିୟତା ସାଉଁଟି ପାରୁନି ୪:୩୦ ର କାର୍ଯ୍ୟକ୍ରମ l କୁଆଡେ ଗଲେ ଏବେ ସେ ଯାହାକୁ ନେଇ ନାନା ଆଡେ ଆଲୋଚନା ଲୋକଙ୍କ ମନରେ ପ୍ରଶ୍ନ କାହିଁ ରାଜନୀତି ର ପଶାପାଲି ରେ ପଡିଲେନିତ ବାଗଚି ମହାଶୟ ! ଅତ୍ୟଧିକ ଲୋକଙ୍କ ମନକିଣିବା ତାଙ୍କ ପାଇଁ କାଳ ହେଲାନି ତ ?
ତାଙ୍କର ଯେପରି ସମର୍ଥକ ହଠାତ ବୃଦ୍ଧି ପାଇଲେ ତାଙ୍କୁ ଦେଖି କିଛି ବରିଷ୍ଟ କର୍ମଚାରୀଙ୍କର ପଛରୁ ଚେଆର ଖସିଯିବାର ଭୟ ରହିଲାନି ତ ? ଯଦି ନା, ତାହେଲେ ସୁବ୍ରତ କୁଆଡେ ଗଲେ ?

Leave A Reply

Your email address will not be published.

twenty − 9 =