ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ରାଜନୀତିରେ ଘଣ୍ଟା କେ ଘୋଡ଼ା ଛୁଟୁଛି ଯାହାକି ସାରା ରାଜ୍ୟରେ କାହାକୁ ଅଛପା ନାହିଁ । ଯେପରିକି ଆଜି ଯିଏ ପ୍ରଜା କାଲି ସେ ରାଜା ହେବାକୁ ଅଣ୍ଟା ଭିଡିଛନ୍ତି ଏହି କଥା ଯୁଗେ ଯୁଗେ ପାଳନ ହୋଇ ଆସୁଛି । ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ଏରସମା ବାଲିକୁଦା ନିର୍ବାଚନ ମଣ୍ଡଳୀ ରେ । ଗତ ନିର୍ବଚନ ସମୟରେ କଂଗ୍ରେସ ର ଯୁବ ନେତା ସାରଦା ଜେନା ଆସି ବିଜେଡ଼ି ରେ ପାଦ ଥାପିଥିବା ପରେ ଦଳର ସୁପ୍ରିମୋ ତାଙ୍କୁ ରାଜ୍ୟ ସମ୍ପାଦକ ପଦବୀ ଦେବାପରେ ସେ ବିଧାୟକ ତଥା ମନ୍ତ୍ରୀ ରଘୁନନ୍ଦନ ଙ୍କ ପାଇଁ ପ୍ରଚାର ର ମଙ୍ଗ ଧରିଥିଲେ । କିଛି ଅସନ୍ତୁଷ୍ଟ କଂଗ୍ରେସ ନେତାକୁ ବିଜେଡ଼ି କୁ ଆଣିବାକୁ ମଧ୍ୟ ସେ ସଫଳ ହେବାପରେ ମନ୍ତ୍ରୀ ରଘୁନନ୍ଦନ ଦାସ ନିର୍ବାଚନ ବୈତରଣୀ ବହୁତ୍ ସୁରୁଖୁରୁରେ ବରିଷ୍ଟ ନେତା ଦାମୋଦର ରାଉତ ଙ୍କୁ ବିପୁଳ ଭୋଟ ବ୍ୟବଧାନରେ କାଟି ବିଜୟୀ ହେବା ସହ ମନ୍ତ୍ରୀ ପଦ ହାତେଇ ଥିଲେ ରଘୁନନ୍ଦନ । କିନ୍ତୁ ଆଜି ର ଦିନରେ ରାଜ୍ୟ ସମ୍ପାଦକ ସାରଦା ଜେନା ଙ୍କ ସହିତ ମନ୍ତ୍ରୀ ଙ୍କ ଭିତିରି ସମ୍ପର୍କ ରସି ଛିଣ୍ଡିଥିବା ଜଗତସିଂହପୁର ରେ ଚର୍ଚ୍ଚା ଧରିଛି । ନିକଟରେ ପର୍ବ ପର୍ବାଣୀ ହେଉ କିମ୍ବା ଅଭିନନ୍ଦନ ବାର୍ତ୍ତା ହେଉ ସମ୍ପାଦକ ଶ୍ରୀ ଜେନା ମନ୍ତ୍ରୀ ଙ୍କୁ ଆଉଟ୍ କରି କେବଳ ଦଳର ସୁପ୍ରିମୋ ଙ୍କ ଫଟୋ ରେ ପୋଷ୍ଟର କରି ସୋସିଆଲ ମିଡ଼ିଆ ରେ ତାଙ୍କ ନାମରେ ଥିବା ପେଜ୍ ଏବଂ ତାଙ୍କ ସମର୍ଥକ ମାନେ ସେୟାର କରିବା ଦେଖିବାକୁ ମିଳୁଛି । ନବୀନ ନିବାସ ଠାରୁ ଆରମ୍ଭ କରି ମନ୍ତ୍ରୀ ଙ୍କ ପାଖେ ପାଖେ ଘୁରିବୁଲୁଥିବା ବିଜେଡ଼ି ସମ୍ପାଦକ ଶ୍ରୀ ଜେନା ନିଜ ପୋଷ୍ଟର ରୁ ବିଧାୟକ ତଥା ମନ୍ତ୍ରୀ ରଘୁନନ୍ଦନ,ଜିଲ୍ଲା ବିଜେଡ଼ି ସଭାପତି ଏବଂ ସାଂସଦ ଙ୍କୁ ନ ରଖିବା କୁ ନେଇ ଏବେ ଚର୍ଚ୍ଚା ଧରିଛି । ଜଗତସିଂହପୁର ଜିଲ୍ଲା ର ଏରସମା ବାଲିକୁଦା ନିର୍ବାଚନ ମଣ୍ଡଳୀରେ ଆଗାମୀ ଦିନରେ ଶ୍ରୀ ଜେନା ବିଜେଡ଼ି ବିଧାୟକ ପ୍ରାଥି ବୋଲି ସମର୍ଥକ ମାନେ ଯୁକ୍ତି ବାଢିଛନ୍ତି ।