୩.୫ କୋଟି ଟଙ୍କାର ବ୍ରାଉନ୍ସୁଗର, ବନ୍ଧୁକ ଜବତ
ଖୋର୍ଦ୍ଧା(ଅନସୂୟା ଶ୍ରୀଚନ୍ଦନ) : ଖୋର୍ଦ୍ଧା ସଦର ଥନା ଅନ୍ତର୍ଗତ ଦଧୂମାଛଗାଡ଼ିଆ ଗ୍ରାମରେ ଘଟିଥିବ ଲାଲା ପ୍ରଧାନ ହତ୍ୟା ଘଟଣାରେ ରେ ପୁଲିସର ସ୍ବତନ୍ତ୍ର ଟିମ୍ ବୁଧବାର ଆଉଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ସ୍ଥାନୀୟ ଭାଲିଆବାଡ଼ି ଗ୍ରାମର ମିକି ଓରଫ ମନୋରଞ୍ଜନ ସାହୁ (୨୦)। ତା’ଠାରୁ ୩ କିଲୋଗ୍ରମ ୬୦ ୨ଗ୍ରାମ୍ ଓଜନର ବ୍ରାଉନ୍ସୁଗର ଏବଂ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ଜବତ କରାଯାଇଥିବା କନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ କୁମାର ସିଂ ବୁଧବାର ଆରକ୍ଷୀ ଅଧୀକ୍ଷକଙ୍କ କର୍ଯ୍ୟାଳୟ ପରିସରରେ ଅନୁଷ୍ଟିତ ସାମ୍ବାଦିକ ସମିଳନୀରେ ଏନେଇ ସୂଚନା ଦେଇଛନ୍ତି । ଜବତ ବ୍ରାଉନ୍ସୁଗରର ମୂଲ୍ୟ ୩ କୋଟି ୫୦ଲକ୍ଷ ଟଙ୍କା ହେବ ବୋଲି ଶ୍ରୀ ସିଂ କହିଛନ୍ତି।
ସୂଚନା ମୁତାବକ, ଲଲା ପ୍ରଧାନ ହତ୍ୟା ଘଟଣା ପରେ ଏସ୍ପି ଅଜେୟ ପ୍ରତାପ ସ୍ବାଇଁଙ୍କ ନିର୍ଦ୍ଦେଶ କ୍ରମେ ଏସ୍ଡ଼ିପିଓ ସୁଶିଲ ମିଶ୍ର, ଆଦର୍ଶ ଥାନ ଅଧିକାରୀ ଉମାଶଙ୍କର ସିଂ ଏବଂ ସଦର ଥାନା ଅଧିକାରୀ ଅନିତା ସାହକୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା। ହତ୍ୟାକାଣ୍ଡର ଠିକ ଦିନକ ପରେ ସଞ୍ଜୟ ବେହେରା ନାମକ ଜଣେ ଅଭିଯୁକ୍ତକୁ ଏହି ସ୍ବତନ୍ତ୍ର ଟିମ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ଜାଲ ବିଛାଇଛି । ତେବେ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ବୁଧବାର ଭୋର ସମୟରେ ଖୋର୍ଦ୍ଧା ଆଡ଼କୁ ମନୋରଞ୍ଜନ ଆସୁଥିବା ସମୟରେ ଖୋର୍ଦ୍ଧା ଉପକଣ୍ଠ ଜଟଣୀ ବାଇପାସ୍ ଛକ ନିକଟରେ ସ୍ୱତନ୍ତ୍ର ଟିମ୍ କାବୁ କରି ନେଇଥିଲା। ପରେ ତା’ ନିକଟରେ ଥିବା ଏକ କ୍ୟାରି ବ୍ୟାଗ ରେ ଭରି ହୋଇଥିବା ବିପୁଳ ପରିମାଣର ବ୍ରାଉନସୁଗର ସହିତ ଏକ ବନ୍ଧୁକ, ଗୁଳି ପୁଲିସ ଜବତ କରିଥିଲା। ଏହା ବ୍ୟତୀତ ଏକ ପ୍ୟାକିଙ୍ଗ ମେସିନ୍, ନଗଦ ୧୬ହଜାର ୫ଶହ ଟଙ୍କା, ମୋବାଇଲ୍ ଫୋନ୍, ଦୁଇଟ ଇଲେକଟ୍ରୋନିକ ଓଜନ ମେସିନ୍ ଓ ଓଡ଼ି-୩୩-ଜେଡ଼-୫୭୬୨ ନମ୍ବର ବିଶିଷ୍ଟ ଏକ ୟାମାହା ମୋଟର ସଇକେଲ ମଧ୍ୟ ଜବତ କରାଯାଇଛି । ଜବତ ବନ୍ଧୁକ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଅନୁସନ୍ଧାନ ସମୟରେ ପୁଲିସ ଜାଣିବାକୁ ପଇଛି ବୋଲି ଶ୍ରୀ ସିଂ ପ୍ରକାଶ କରିଛନ୍ତି । ଜବତ ବ୍ରାଉନ୍ସୁଗର ରାଜ୍ୟ ଏବଂ ରାଜ୍ୟ ବାହାରକୁ ଚାଲଣ କରିବାକୁ ଅଭିଯୁକ୍ତ ଯୋଜନା କରୁଥିବା ମଧ୍ୟ ଜଣାପଡ଼ିଛି । ବାଲେଶ୍ବର ଅଞ୍ଚଳରୁ ବ୍ରାଉନସୁଗର ଅଣୁଥିବା ଏବଂ ଏନେଇ ବହୁ ବିସ୍ଫୋରକ ତଥ୍ୟ ପ୍ରକାଶ କରିଥିବା ଶ୍ରୀ ସିଂ ଝଚନା ଦେଇଛନ୍ତି । ତେବେ ବେଆଇନ ବ୍ରାଉନସୁଗର କାରବାର ଏବଂ ହତ୍ୟା ଘଟଣା ରେ ଜଡ଼ିତ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବା ସହିତ ଗିରଫ ଅଭିଯୁକ୍ତ ମନୋରଞ୍ଜନକୁ ରିମାଣ୍ଡରେ ଆଣି ବ୍ରାଉନ୍ସୁଗର କାରବାର ଉପରେ ଅଧିକ ଅନୁସନ୍ଧାନ କରଯିବ ବୋଲି କେନ୍ଦ୍ରାଞ୍ଚଳ ଡିଆଇଜି ଶ୍ରୀ କହିଛନ୍ତି । ମନୋରଞ୍ଜନ ନାମରେ ପୂର୍ବରୁ ବହୁ ଅପରାଧିକ ମାମଲା ଥିଲାବେଳେ ସେ ଦୀର୍ଘ ଦିନ ହେବ ଫେରାର ରହିଥିଲା । ତେବେ ସଦର ଥାନାରେ ରୁଜୁ ଲାଲ ପ୍ରଧାନ ହତ୍ୟାକାଣ୍ଡ ମାମଲ ଓ ଆଦର୍ଶ ଥାନାରେ ରୁଜୁ ବ୍ରାଉନସୁଗର ଜବତ ଘଟଣାରେ ତାକୁ ଗିରଫ କରାଯାଇ କୋର୍ଟ ଚାଲଣ କରାଯଇଛି ବୋଲି ଶ୍ରୀ ସିଂ କହିଥିଲେ ।