ଓଡ଼ିଶା ରେ ବିଜେଡ଼ି – ବିଜେପି ଦଳର ରଣନୀତି ପ୍ରସ୍ତୁତ
ନୂଆଦିଲ୍ଲୀ : କରୋନା ପରିସ୍ଥିତି ଭିତରେ ଆସନ୍ତା ଅକ୍ଟୋବର ମାସରେ ହେବ ୮ଟି ରାଜ୍ୟର ୪୫ଟି ବିଧାନସଭା କ୍ଷେତ୍ରରେ ଉପନିବର୍ବାଚନ। ଏ ମଧ୍ୟରେ ଓଡ଼ିଶାର ଦୁଇଟି ନିର୍ବାଚନମଣ୍ଡଳୀ ରହିଛି। ଦେଶର ନିର୍ବାଚନ ଆୟୋଗ ଏନେଇ ପ୍ରାରମ୍ଭିକ ଆଲୋଚନା କରିଥିବା ସୂଚନା ମିଳିଛି ।
ଖବର ଅନୁଯାୟୀ ଯଦି ଅକ୍ଟୋବର ପ୍ରଥମ ସପ୍ତାହରେ ଉପନିର୍ବାଚନ କରିବାକୁ ନିଷ୍ପତ୍ତି ହୁଏ ତେବେ କରୋନା ସଂକ୍ରମଣରୁ ସାଧାରଣ ଲୋକଙ୍କୁ ରକ୍ଷା କରିବା ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ଵାରା ଏକାଧିକ ପଦକ୍ଷେପ ନିଆଯିବ। ସୂତ୍ର ଅନୁସାରେ ପ୍ରତି ବୁଥରେ ଭୋଟରଙ୍କ ସଂଖ୍ୟା ୧୦୦୦ ରେ ସୀମିତ ରଖାଯିବ। ଭୋଟଦାନ କେନ୍ଦ୍ରରେ ମାସ୍କ, ସାନିଟାଇଜର ଓ ଗ୍ଲୋବ୍ସର ବ୍ୟବସ୍ଥା କରାଯିବା ସହିତ ସାମାଜିକ ଦୂରତାକୁ ଦିଆଯିବ ଗୁରୁତ୍ଵ। ଏଥିପାଇଁ ଆଲୋଚନା ଜାରି ରହିଥିବା ଜଣାପଡ଼ିଛି।
ସେହିପରି ଆୟୋଗଙ୍କ ଦ୍ଵାରା ତାରିଖ ଧାର୍ଯ୍ୟ ହେଲେ ଓଡ଼ିଶାର ବାଲେଶ୍ଵର ସଦର ଓ ତିର୍ତ୍ତୋଲ ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ହେବ। ବାଲେଶ୍ଵର ସଦର ବିଜେପି ବିଧାୟକ ମଦନ ମୋହନ ଦତ୍ତ ଓ ତିର୍ତ୍ତୋଲ ର ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କର ବିୟୋଗ ପରେ ଏ ଦୁଇଟି ଆସନ ଖାଲି ପଡ଼ିଛି । ଖବର ମୁତାବକ ବିଜେଡ଼ି ଓ ବିଜେପି ନିଜ ହାତକୁ ନେବାକୁ ଦୁଇଟି ଯାକ ଆସନ ରଣନୀତି ପ୍ରସ୍ତୁତ କରିଛନ୍ତି ।