ବାଜିଲା ନିର୍ବାଚନ ଵିଗୁଲ୍ : କରୋନା ସଙ୍କଟରେ ଓଡ଼ିଶାରେ ୨ଟି ବିଧାନସଭା କ୍ଷେତ୍ରରେ କିଭଳି ହେବ ନିର୍ବାଚନ !

0 1,448

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ମହାମାରୀ ହୁ ହୁ ହୋଇ ବଢୁଥିବା ବେଳେ ଲୋକଙ୍କ ଜୀବନଶୈଳୀ ବି ପରିବର୍ତ୍ତନ ହୋଇଛି । କୋଭିଡ-୧୯ ସଙ୍କଟ ସମୟରେ ନିର୍ବାଚନ ଓ ଉପନିର୍ବାଚନ ପାଇଁ ଭାରତ ସହିତ ଓଡ଼ିଶା କୁ ଆସିଛି ଗାଇଡଲାଇନ୍ । ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଏହି ଗାଇଡଲାଇନ୍ ଜାରି କରାଯାଇଛି କି, ନିର୍ବାଚନ ପ୍ରକ୍ରିୟାରେ ଜଡିତ ବ୍ୟକ୍ତି ମାସ୍କ ବ୍ୟବହାର କରିବା ବାଧ୍ୟତା ମୂଳକ । ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜର ଉପଲବ୍ଧ ରହିବା ଜରୁରୀ । କୋଭିଡ ନିୟମ ଅନୁସାରେ ସାମାଜିକ ଦୂରତା ରକ୍ଷା କରାଯିବ । କୋଭିଡ ନିୟମ ପାଳନ ସହ ପୁଲିଂ ଓ ପିଯାଇଡିଂ ଅଧିକାରୀଙ୍କୁ ଗାଡିରେ ନିଆଯିବ । କୋଭିଡ ନିୟମର ତଦାରଖ କରିବା ନେଇ ନୋଡାଲ ଅଫିସର ରହିବେ ନିର୍ବାଚନ ଶେଷ ସମୟ ପର୍ଯ୍ୟନ୍ତ ।
ସେହିପରି ବଡ କୋଠରୀରେ ଇଭିଏମ ଓ ଭିଭିପ୍ୟାଟର ଯାଞ୍ଚ କରାଯିବ । ଇଭିଏମ, ଭିଭିପ୍ୟାଟ ଦାୟିତ୍ୱରେ ଥିବା ଅଧିକାରୀ ଗ୍ଲୋଭସ ବ୍ୟବହାର କରିବେ । ଅନଲାଇନରେ ନାମାଙ୍କନ ପତ୍ର ଓ ସତ୍ୟପାଠ ଦାଖଲର ବ୍ୟବସ୍ଥା ରହିବ । ସିଇଓ /ଡିଇଓ ୱେବସାଇଟରେ ଫର୍ମ ଉପଲବ୍ଧ ହେବ । ପ୍ରାର୍ଥୀଙ୍କ ସମେତ ମାତ୍ର ୫ ଜଣ ଡୋର ଟୁ ଡୋର କ୍ୟାମ୍ପେନ କରିବେ । ରୋଡ ସୋ ଓ ସଭା ପାଇଁ ଗୃହ ମନ୍ତ୍ରାଳୟ ଓ ରାଜ୍ୟ ସରକାର ଅନୁମତି ଦେବେ ।
ପ୍ରାର୍ଥିପତ୍ର ଦାଖଲ ବେଳେ ମାତ୍ର ୨ ଜଣ ପ୍ରାର୍ଥୀଙ୍କ ସହ ଯାଇପାରିବେ । ପ୍ରାର୍ଥିପତ୍ର ଦାଖଲ ବେଳେ ମାତ୍ର ୨ଟି ଗାଡ଼ି ବ୍ୟବହାର ହେବ । ପ୍ରତି ବୁଥ୍‌ରେ ୧୫୦୦ ବଦଳରେ ୧୦୦୦ ଭୋଟର କଡ଼ା ନିରାପତ୍ତା ଭିତରେ ଭୋଟ ଦେବେ । ଭୋଟଦାନ ପୂର୍ବରୁ ସମସ୍ତଙ୍କ ଶରୀରର ତାପମାତ୍ରା ଚେକ୍ କରାଯିବ ।
ତାପମାତ୍ରା ଅଧିକ ରହିଲେ ଦ୍ବିତୀୟ ଥର ତାପମାତ୍ରା ଚେକ୍ କରାଯିବ । ଦ୍ବିତୀୟ ଥର ଅଧିକ ରହିଲେ ଦିନର ଶେଷ ସମୟରେ ଯଥା ସମସ୍ତେ ଭୋଟ ଦେଇ ସାରିଲେ ଭୋଟ ଦେବାକୁ ତାଙ୍କୁ ଅନୁମତି ମିଳିବ । ନିର୍ବାଚନର ଦିନକ ପୂର୍ବରୁ ପ୍ରତି ବୁଥ୍ ସାନିଟାଇଜ କରାଯିବ । ନିର୍ବାଚନ ଅଧିକାରୀ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ ।

Leave A Reply

Your email address will not be published.

5 × four =