ଜିଲ୍ଲାପାଳଙ୍କ ସାହସିକତାକୁ ନେଇ ପ୍ରଶଂସା

0 2,408

ଜଗତସିଂହପୁର:ବଙ୍ଗୋପସାଗର ରେ ବାରମ୍ବାର ଲଘୁଚାପ ହୋଇ ରାଜ୍ୟରେ ନଦୀ ଜଳ ବଢୁଥିବା ହେତୁ ବନ୍ୟାର ଆଭାସ ଆସୁଥିବା ବେଳେ । ତିର୍ତ୍ତୋଲ ବ୍ଲକ ନଦୀର ଉପକୂଳରେ ଥିବା ଚାଷ ଜମି ପ୍ରବଳ କ୍ଷୟ କ୍ଷତି ହେବା ସହ କିଛି ରାସ୍ତା ଘାଟ ବିଛିନ୍ନ ହୋଇ ଯାଇଛି । ଗତକାଲି ଜଗତସିଂହପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ସମନ୍ତରପୂର୍ ଓ ଆମ୍ବେରି ପଞ୍ଚାୟତର କିଛି ଅଞ୍ଚଳ ଚାଷଜମି,ରାସ୍ତା ଘାଟ ଜଳ ବନ୍ଦୀ ଭିତରେ ରହିଥିବା ଲୋକମାନଙ୍କ ପାଖକୁ ଯିବା ପାଇଁ ପ୍ରୟାସ କରିଥିଲେ ମନ୍ଦ୍ୟ ଅତ୍ୟଧିକ ପାଣି ହେତୁ ସରକାରୀ ଗାଡି ଯିବା ସମ୍ଭବ ହୋଇନଥିଲା କିନ୍ତୁ ଲୋକଙ୍କ ପାଖକୁ ଯିବାର ଇଚ୍ଛା ଓ ସେବା ଶକ୍ତିହିଁ ତାଙ୍କୁ ସାହସ ଦେଇଥିଲା ଅଣ୍ଠୁଏ ପାଣିରେ ପଶି ଲୋକଙ୍କ ଦୁର୍ଦ୍ଦଶା ସମୟରେ ଲୋକଙ୍କ ପାଖରେ ପହଞ୍ଚିବାକୁ ସାହସ ଦେଇଥିଲା । ଏହି ଭଳି ତାଙ୍କ କାର୍ଯ୍ୟକୁ ଦେଖି ଜଣେ ଯୁବନେତା ତାଙ୍କ ଆଇଡି ରେ ଟୁଇଟ କରିବା ପରେ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଅମର ପଟ୍ଟନାୟକ ତାଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା କରିବାକୁ ପଛାଇ ନାହାନ୍ତି,ସେଇଭଳି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ସଦସ୍ୟା ସୁଶ୍ରୀ ମନ୍ଦାକିନୀ କର ତାଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କୁ ପ୍ରଶଂସା କରିବା ସହିତ କହିଛନ୍ତି
ବାସ୍ତବିକ ଜ଼ିଲ୍ଲାପାଳଙ୍କ କାର୍ଯ୍ୟ ଉଚ୍ଚ ପ୍ରଶଂସନୀୟ l ପ୍ରକୃତରେ ସେ ଜଣେ ସାଧାରଣ ଦରଦୀ ମଣିଷଟିଏ l ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ସେ ଲୋକଙ୍କ ପ୍ରତିଟି ସମସ୍ୟାର ସମାଧାନ କରିବା ପାଇଁ ସବୁବେଳେ ଆଗଭର ସେହିଭଳି ରାଜ୍ୟ ବିଜେଡ଼ି ଛାତ୍ର ସଭାପତି ରାଣା ପ୍ରତାପ ପାତ୍ର,ଜିଲ୍ଲା ସୂଚନା ଓ ପ୍ରଯୁଜ୍ୟ ବିଭାଗ ସମେତ ବହୁତ ମାନ୍ୟ ବନ୍ୟ ବ୍ୟକ୍ତି ଙ୍କ ତରଫରୁ ଜିଲ୍ଲାପାଳ ଙ୍କୁ ଏଭଳି କାର୍ଯ୍ୟପାଇଁ ତାଙ୍କୁ ପ୍ରଶଂସା ର ସୁଅ ଛୁଟିଛି ।

Leave A Reply

Your email address will not be published.

11 − three =