(୨୦୨୦ ରେ ତିର୍ତ୍ତୋଲ ବିଜେଡ଼ି ରେ ଗଡୁଛି ହେବିୱାଟଙ୍କ ମୁଣ୍ଡ ! )
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଛି । ସ୍ୱାସ୍ଥ୍ୟ ଖରାପ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ଏକ ଘରୋଇ ଡାକ୍ତରଖାନା ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା।
ତାଙ୍କ ପାର୍ଥିବ ଶରୀରକୁ ବିରିଡ଼ି ବ୍ଲକର ହାଜିପୁର ଓ ବାଲିଆ ସ୍ଥିତ ଦଳୀୟ କାର୍ଯ୍ୟାଳୟକୁ ନିଆଯାଇଥିଲା। ତାଙ୍କର ଏହି ଖବର ପାଇ ତାଙ୍କ ବାସଭବନରେ ସକାଳୁ ପହଞ୍ଚିଥିଲେ ତିର୍ତ୍ତୋଲ ଦିବଙ୍ଗତ ବିଧାୟକ ବିଷ୍ଣୁ ଦାସ ଙ୍କ ସୁପୁତ୍ର ବିଜୟ ଶଙ୍କର ଦାସ । ପରେ ପରେ ମନ୍ତ୍ରୀ , ସାଂସଦ ପହଞ୍ଚି ତାଙ୍କୁ ଶେଷ ଦର୍ଶନ କରିଥିଲେ । ସେଠାରେ ଶେଷ ଦର୍ଶନ ପରେ ତାଙ୍କ ପାର୍ଥିବ ଶରୀରକୁ ବାଲିଆ ସ୍ଥିତ ବାସଭବନରେ ରଖାଯାଇଛି। ଆଜି ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।
ରବୀନ୍ଦ୍ର ନାଥ ଭୋଇ ୨୦୦୯ ରୁ ୨୦୧୪ ମସିହା ପର୍ଯ୍ୟନ୍ତ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ଥିଲେ। ସେହିପରି ଚଳିତ ବର୍ଷ ରେ ତିର୍ତ୍ତୋଲ ରୁ ବିଧାୟକ ବିଷ୍ଣୁ ଦାସ ଓ ଗତ ସପ୍ତାହରେ ତିର୍ତ୍ତୋଲ ର ପୂର୍ବତନ ବ୍ଲକ ସଭାପତି ଙ୍କ ୫୪ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।
ଏହାକୁ ନେଇ ଏବେ ତିର୍ତ୍ତୋଲ ବିଜେଡ଼ିରେ ଦୁଃଖଦ ବାତାବରଣ ସୃଷ୍ଟି ହୋଇଛି ଏବଂ ଏମାନଙ୍କ ବିୟୋଗରେ ତିର୍ତ୍ତୋଲ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।